ବିଷାକ୍ତ ଫଳ ଖାଇ ଜଣେ ମୃତ, ୨ ଗୁରୁତର

ବାସୁଦେବପୁର(କୀର୍ତ୍ତି ଦାସ): କାଳ ହେଲା ବିଷାକ୍ତ ଫଳ। ଜ୍ୱର ଭଲ ହେବା ପାଇଁ କୋଚିଲା ଫଳ ଚୋପା ସିଝେଇ ଖାଇବାରୁ ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ ଅନ୍ତର୍ଗତ ବିନାକାରପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

ଗୁରୁତରଙ୍କ ମଧ୍ୟରେ ଜଣେ ୪ ବର୍ଷର ଶିଶୁ ଥିବାବେଳେ ଆଉ ଜଣେ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି।

You might also like