ଘାଟିରେ ଓଲଟିଲା ପିକ୍‌ନିକ୍‌ ଗାଡ଼ି

ମୋହନା(ମିହିର ଯତି): ପିକ୍‌ନିକ୍‌ ଗାଡ଼ି‌ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ରାୟଗଡା ଜିଲ୍ଲା କେନ୍ଦୁଗୁଡ଼ା ଡୁମ୍ବଳାପଦର ବୁଲାଣିଆ ଘାଟିରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକ ହେଲେ ଭୁବନେଶ୍ୱରର ସୁନୀଲ ସାହୁ। ଅନ୍ୟ ଆହତମାନେ ମଧ୍ୟ ଭୁବନେଶ୍ୱରର ବୋଲି ଜଣାପଡ଼ିଛି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ଏକ ଟ୍ରାଭେଲରରେ ୨୦ ଜଣ କୋରାପୁଟ ଗୁପ୍ତେଶ୍ଵର ବୁଲି ଭୁବନେଶ୍ୱର ଫେରୁଥିଲେ। ଏହି ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ଡୁମ୍ବଲାପଦର ବୁଲାଣିଆ ଘାଟିରେ ଓଲଟି ପଡ଼ିଥିଲା।

ଖବରପାଇ ମୋହନା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। ୯ଜଣ ଆହତଙ୍କୁ ମୋହନା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ୬ ଗୁରୁତରଙ୍କୁ ଏମ୍‌କେସିଜି ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ଆହୁରି ପଢନ୍ତୁ:

ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଲା ଘଟଗାଁ ମା ତାରିଣୀ ପୀଠ

You might also like