ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବାଇକ୍‌

ଅନୁଗୁଳ: ପୋଲ ତଳକୁ ବାଇକ୍‌ ଖସି ପଡ଼ିବା ଯୋଗୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ରାଇବାହାଳ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ନାଁ ବିନୋଦ ପାଣ୍ଡେ ଓ ଗୁରୁତରଙ୍କ ନାଁ ଭୀମସେନ ମଲିକ। ଉଭୟ ଆଠମଲ୍ଲିକ ଅଞ୍ଚଳର।

ଆଜି ସକାଳେ ବିନୋଦ ଓ ଭୀମସେନ ବାଇକ୍‌ରେ କିଶୋରନଗରରୁ ମାଧପୁର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ବାଇକ୍‌ଟି ରାଇବାହାଳ ପୋଲ ତଳକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ ବିନୋଦଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଭୀମସେନଙ୍କୁ ପୋଲିସ୍‌ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଛି।

ଅନ୍ୟପକ୍ଷେ, ଘଟଣାକୁ ନେଇ ପୋଲିସ୍‌ ତଦନ୍ତ ଆରମ୍ଭ କରିଛି।

You might also like