ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ମିଲ୍ବାଡି ଅଞ୍ଚଳରେ କୋଟିଏ ଟଙ୍କାର ବ୍ରାଉନ୍ ସୁଗର ଜବତ ହୋଇଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ହେଲେ ମିଲ୍ବାଡି ଅଞ୍ଚଳର ସପନ କୁମାର ପ୍ରଧାନ।
ଆଜି ଭୋର ସମୟରେ ଜଳେଶ୍ୱର ଅବକାରୀ ବିଭାଗ ଏବଂ କଟକ କେନ୍ଦ୍ରୀୟ ଅବକାରୀ ବିଭାଗ ମିଳିତ ଭାବରେ ଚଢଉ କରି ଷ୍ଟେସନ ବଜାର ସ୍ଥିତ ମିଲ୍ବାଡି ଅଞ୍ଚଳରେ ରହୁଥିବା ସପନଙ୍କ ଘରୁ ଏହି ବ୍ରାଉନ୍ ସୁଗର ଜବତ କରିଛି। ୧ କିଲୋଗ୍ରାମ ବ୍ରାଉନ ସୁଗର୍ ସହ ଗୋଟିଏ ଚୋରା ବନ୍ଧୁକ ମଧ୍ୟ ଜବତ ହୋଇଛି।
ସପନ ଦୀର୍ଘଦିନ ଧରି ମିଲ୍ବାଡି ଅଞ୍ଚଳରେ ରହି ଏହି ବ୍ରାଉନ ସୁଗର୍ ବେପାର କରି ଆସୁଥିଲେ। କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଏହି ଚଢଉ କରାଯାଇଥିଲା।