କ୍ୟୁ-ନେଟ୍‌ର ମାୟାଜାଲରେ ନିବେଶକ, କୋଟି କୋଟି ଟଙ୍କା ଠକି ନେଇ ବିଦେଶୀ କମ୍ପାନୀ ମାଲାମାଲ୍‌

ଭୁବନେଶ୍ୱର: ଏକ ନୂଆ ଠକେଇ। ଠକେଇର ନାଁ କ୍ୟୁ ନେଟ୍ ସ୍କାମ୍ । ଲକ୍ଷ ନୁହେଁ, କୋଟି କୋଟି ଟଙ୍କାର ଏ ଠକେଇ। ୫ ଲକ୍ଷ ଟଙ୍କା ଦିଅ, ୫ ବର୍ଷରେ ୫ କୋଟି ନେବ’- ଏମିତି କହି ଗୁପ୍ତରେ ବିଛା ଚାଲିଛି ଏହି ନେଟ୍ଓ୍ୱର୍କିଂର ମାୟାଜାଲ । ଆଉ ସେ ମାୟାଜାଲରେ ପଡ଼ି ଛଟପଟ ହେଉଛନ୍ତି ନିରୀହ ନିବେଶକାରୀ।

ରାଜ୍ୟରେ ଚିଟ୍‌ଫଣ୍ଡ ଠକେଇଠୁ ବି ଏ ଠକେଇ ଆହୁରି ମାରାତ୍ମକ । ଚିଟିଂର ଏ ନୂଆ ଟେକ୍ନୋଲଜିରେ ବାୟା ହୋଇ ଲକ୍ଷ ଲକ୍ଷ ଟଙ୍କା ନିବେଶ କରି ଭାଁ ଭାଁ ହୋଇ ବୁଲୁଛନ୍ତି ନିବେଶକ। ଏଣେ ବିଦେଶୀ କମ୍ପାନୀ କୋଟି କୋଟି ଟଙ୍କାର ଚୂନ ଲଗାଇ ମାଲାମାଲ୍ ହେବାରେ ଲାଗିଛି।

ଓଟିଭିର ଅନୁସନ୍ଧାନରୁ ଯାହା ଜଣାପଡ଼ିଛି,  ମଲ୍‌ଟି ଲୋୟର ନେଟୱାର୍କିଂ ମାର୍କେଟ ବିଜିନେସ ନାମକ ଏହି ଠକ କମ୍ପାନୀ ହଂକଂର । ଦେଶର ବିଭିନ୍ନ ସ୍ଥାନରେ ଏହି କମ୍ପାନୀ ତାର ମାୟାଜାଲରେ ଅନେକ ଲୋକଙ୍କୁ ଫସାଇ ସାରିଥିଲେ ହେଁ ଓଡ଼ିଶାକୁ ଅଳ୍ପ କିଛି ମାସ ହେବ ଆସିଛି। କମ୍ପାନୀ ଶିକ୍ଷିତ ଏବଂ ଥିଲାବାଲା ଲୋକଙ୍କୁ ପ୍ରଥମେ ଚିହ୍ନଟ କରୁଛି। ତା ପରେ ସେମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଉଛି। ଯେମିତି କି, ଘଣ୍ଟା, ଫରେନ୍‌ ଟୁର୍‌, ୫ ବର୍ଷରେ ୫ ଲକ୍ଷ ଟଙ୍କା ୫ କୋଟି କରି ଫେରାଇବା ଇତ୍ୟାଦି..।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ଟଙ୍କା ନିବେଶ କରିବା ପୂର୍ବରୁ କାହାକୁ କମ୍ପାନୀର ନାମ କିମ୍ବା କେଉଁଠି ଏହାର ମୁଖ୍ୟ ଶାଖା  କୁହାଯାଏନି । ଏପରିକି ରାଜ୍ୟରେ ମଧ୍ୟ ଏହି କମ୍ପାନୀର କୌଣସି କାର୍ଯ୍ୟାଳୟ ନାହିଁ। ତେବେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ କମ୍ପାନୀ ବଡ ବଡ ହୋଟେଲର ଅଣ୍ଡରଗ୍ରାଉଣ୍ଡ ହଲ୍‌ରେ ମିଟିଂ କରେ। ଏହି ମିଟିଂକୁ କେବଳ ନିବେଶକଙ୍କ ବ୍ୟତୀତ କାହାରକୁ ଯିବାକୁ ଅନୁମତି ଦିଆଯାଏ ନାହିଁ।

କମ୍ପାନୀ ତାର ଏହି ଠକାମି ଏତେ ସୁଚିନ୍ତିତ ଉପାୟରେ କରିଥାଏ ଯେ, ଥରେ ପଶିଲେ ତୁମେ ବାହାରି ପାରିବ ନାହିଁ।  ପ୍ରଥମେ କମ୍ପାନୀ ତୁମକୁ କିଛି ବହି ଦେବ। ବହି ପଢି Whats App ଗ୍ରୁପ୍‌ରେ ଏହାକୁ ଶେୟାର କରିବାକୁ କହିବ। ତା’ ପରେ ଯେତେବେଳେ ତୁମେ ଜାଣିବ ଯେ, ତୁମେ ଠକାମିର ଶିକାର ହୋଇ ସାରିଛ ସେତେବେଳେ କମ୍ପାନୀ ତୁମକୁ ଅନ୍ୟକୁ ଠକିବାକୁ ପ୍ରବର୍ତ୍ତାଇବ। କାରଣ ଯେତେ ଅନ୍ୟକୁ ଠକି ଏହି ସଂସ୍ଥା ଭିତରେ ଭର୍ତ୍ତି କରାଇ ପାରିବ, ତୁମେ ତୁମ ଟଙ୍କା ସେତିକି ପାଇବ। ଏହି ପରି ଭାବେ ବଢି ଚାଲିଛି କମ୍ପାନୀର ଠକେଇ ନେଟୱାର୍କ।

ଖାଲି ସାଧାରଣ ଲୋକ ନୁହେଁ, କେତେକ ରାଜନେତା,  ବଲିଉଡ୍ ଷ୍ଟାର ମଧ୍ୟ ଥରେ ଅଧେ ଏହି କମ୍ପାନୀଠୁ କିଛି ଉପହାର ଓ ବିଦେଶ ବୁଲିବାର ପ୍ରଲୋଭନ ପାଇ ପରେ ମୁଣ୍ଡରେ ହାତ ଦେଇ ବସିଛନ୍ତି।  ଦିନକୁ ଦିନ ନିବେଶକଙ୍କ ଅଭିଯୋଗର ତାଲିକା ଲମ୍ବିବା ପରେ ଓଟିଭି ଇନଭେଷ୍ଟିଗେସନ ଟିମ୍ ଜାଣିବାକୁ ଚାହିଁଥିଲା ଠକେଇ ପଛର ରହସ୍ୟ ଖବର ପାଇ ଭୁବନେଶ୍ୱରର ଏକ ତାରକା ହୋଟେଲରେ ଗୁପ୍ତରେ କମ୍ପାନୀର ବୈଠକ ଚାଲିଥିବାବେଳେ ଓଟିଭି ପହଞ୍ଚିଥିଲା ।

ହେଲେ କଡ଼ା ସୁରକ୍ଷା ବଳୟ ଭେଦ କରି ଯାଇପାରି ନଥିଲା। ପରେ ଖୋଳତାଡ଼ରୁ ଜଣାପଡିଥିଲା, ଓଡ଼ିଶା ନୁହେଁ ପଡ଼ୋଶୀ ତେଲେଙ୍ଗାନାରେ ବି ଏ ଠକ କମ୍ପାନୀ ଶହ ଶହ ନିବେଶକଙ୍କୁ ଚୂନ ଲଗାଇଛି। ତେବେ ସେଠାରେ ସରକାର ଘଟଣାର ତଦନ୍ତ କରି  ୭୦ଜଣଙ୍କୁ ଗିରଫ କରିଥିବାବେଳେ ଓଡ଼ିଶାରେ ସବୁ ଜାଣି ପୋଲିସ ଓ କ୍ରାଇମବ୍ରାଞ୍ଚ ଚୁପ୍ ବସିଥିବା ଅଭିଯୋଗ ହୋଇଛି।

କେମିତି ଠକିଛି ଏହି କମ୍ପାନୀ

ଏହି ଠକାମିରେ ଫଶିଥିବା ଜଣେ ନିବେଶକଙ୍କ କହିବା ଅନୁଯାୟୀ, କ୍ୟୁ-ନେଟ୍ ସ୍କାମ୍ ପ୍ରଥମେ ନିବେଶକଙ୍କଠାରୁ ୫ରୁ ୧୫ଲକ୍ଷ ଟଙ୍କା ଲେଖାଏଁ ମାଗୁଛି । କମ୍ପାନୀ ଯିଏ ୫ ଲକ୍ଷ ଟଙ୍କା ଦେଲା ତାକୁ ୫ ବର୍ଷରେ ୫ କୋଟିର ପ୍ରଲୋଭନ ଦେଖାଉଛି। ପ୍ରଥମେ ଡିଷ୍ଟ୍ରିବ୍ୟୁଟର ହେଉଥିବା ନିବେଶକକୁ ଦେଉଛି ଚା ଗୁଣ୍ଡ, ଘଣ୍ଟା ଓ ହଲିଡେ ଟୁର ପ୍ୟାକେଜ୍ ଇତ୍ୟାଦି।  ପରେ ନିଜ ଅଧିନରେ ଅଧିକରୁ ଅଧିକ ଇନ୍‌ଭେଷ୍ଟରଙ୍କୁ ଆଣି ନେଟଓ୍ୱର୍କିଂରେ ସାମିଲ କରିବାକୁ ପ୍ରବର୍ତ୍ତାଉଛି କମ୍ପାନୀ । ଲୋଭର ବଶବର୍ତ୍ତୀ ହୋଇ ତଳକୁ ତଳ ସାମିଲ ହେଉଥିବା ନିବେଶକ ଟଙ୍କା ହରାଉଥିବାବେଳେ ମାଲମାଲ୍ ହୋଇଚାଲିଛି ବିଦେଶୀ କଂପାନୀ।

………

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like