ସ୍ଥିତି ରକ୍ଷା ପାଇଁ ନୀତି ବଦଳେଇବା ବ୍ୟକ୍ତି ମୁଁ ନୁହେଁ : ଦାମ

ଗଣମାଧ୍ୟମ ପ୍ରତିନିଧିଙ୍କୁ ଦାମଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର :  ଏ ଭିତରେ ସବୁଠୁ ବଡ଼ ଖବର ପାଲଟିଛି ଡାକ୍ତର ଦାମୋଦର ରାଉତଙ୍କ ବହିଷ୍କାର । ନିଜର ବହିଷ୍କାର ଖବର ଗଣମାଧ୍ୟମରୁ ଜାଣି ଦାମ ନିଜର ପ୍ରତିକ୍ରିୟା ଦେଇଛନ୍ତି। କହିଛନ୍ତି ସତ୍ୟକୁ ସାମ୍ନା କରିବାକୁ ଏତେ ଡ଼ର କାହିଁକି?  ଆଉ ମଧ୍ୟ କହିଛନ୍ତି ମୁଁ ଦଳରୁ ବିଦା ହେଲେ ବି ଆଉ କେଉଁ ଦଳକୁ ଯିବାର ନାହିଁ । ଯଦି ଲୋକ ଚାହିଁବେ ମୁଁ ସ୍ୱାଧୀନ ଭାବେ ନିର୍ବାଚନ ଲଢିବି । ସ୍ଥିତି ରକ୍ଷା ପାଇଁ ନୀତି ବଦଳେଇବା ବ୍ୟକ୍ତି ମୁଁ ନୁହେଁ ବୋଲି ଦାମ କହିଛନ୍ତି।

ଆଉ ମଧ୍ୟ କହିଛନ୍ତି ମୁଁ ବିଜୁ ପଟ୍ଟନାୟକଙ୍କର ଚେଲା । ମୁଁ ସବୁବେଳେ ତାଙ୍କ ଆଦର୍ଶରେ ରହିଛି, ରହିବି। କଣ ପାଇଁ ମତେ ବହିଷ୍କାର କରାଗଲା ମୁଁ ଜାଣିନି। ମୁଁ କୌଣସି ଦଳ ବିରୋଧୀ କାମ କରିନାହିଁ ।

ସୂଚନା ଯେ ,ଆଜି ସନ୍ଧ୍ୟାରେ ଆଜି ବିଜେଡି ପକ୍ଷରୁ ଜାରି ଏକ ତିନିଧାଡ଼ିଆ ପ୍ରେସ୍ ରିଲିଜ୍‌ରେ ଏ ସଂପର୍କରେ ସୂଚନା ଗଣମାଧ୍ୟମକୁ ଦିଆଯାଇଛି। ଯାହା କି ବିଦ୍ୟୁତ୍‌ ବେଗରେ ପ୍ରଚାରିତ ହୋଇଯାଇଛି।ଦାମ ରାଉତଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଓଡ଼ିଶା ରାଜନୀତିକ ବାତାବରଣକୁ ସରଗରମ କରିଛି।

ସୂଚନାଯୋଗ୍ୟ ଯେ, ଗତ କିଛିଦିନ ଧରି ରାଜ୍ୟ ସରକାରଙ୍କ ବିରୋଧରେ ନାନା ଦୁର୍ନୀତି ଅଭିଯୋଗ ଆଣି ଦାମୋଦର ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିଲେ। ସ୍ଥିତି ଏମିତି ହୋଇଥିଲା ଯେ, ବିଜେଡି ତାଙ୍କ ବିରୋଧରେ ଖୁବ୍ ଶୀଘ୍ର କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆଶଙ୍କା କରାଯାଉଥିଲା। ଶେଷରେ ଆଜି ଦଳ ପକ୍ଷରୁ ତାଙ୍କୁ ବହିଷ୍କାର କରାଯାଇଛି।

ଏହାସହ ମଧ୍ୟ ପଢନ୍ତୁ :  ଦଳରୁ ବହିଷ୍କୃତ ପରେ ଦାମ ଦେଲେ ପ୍ରତିକ୍ରିୟା

You might also like