ରାସ୍ତା ଉପରେ ଜଳିଗଲା କାର୍‌, ଗାଡ଼ି ଛାଡ଼ି ଡ୍ରାଇଭର ଫେରାର

ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କପାସିରା ଛକ ନିକଟରେ ଏକ ଚଳନ୍ତା କାର୍‌ରେ ନିଆଁ ଲାଗି ଯାଇଛି। ଗାଡ଼ିରେ କେମିତି ନିଆଁ ଲାଗିଲା ତାହା ଜଣାପଡ଼ି ନଥିବା ବେଳେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। କାର୍‌ର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

କାର୍‌ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା ବୋଲି ସୂଚନା ମିଳିଛି। ଘଟଣାସ୍ଥଳରେ ମନମୁଣ୍ଡା ପୋଲିସ୍‌ ଓ ଅବକାରୀ ବିଭାଗ ପହଞ୍ଚି ତନାଘନା ଚଳାଇଛନ୍ତି।

You might also like