ରାଜ୍ୟର ପ୍ରଥମକରି ଦୁଇ ଶିଶୁଙ୍କ ଠାରେ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଏପର୍ଯ୍ୟନ୍ତ ରାଜ୍ୟରେ ବୟସ୍କ କିମ୍ବା ଯୁବକମାନଙ୍କୁ କୋଭିଡ-୧୯ ପଜିଟିଭ୍‌ ଚିହ୍ନଟ ହେଉଥିଲେ। ତେବେ  ଆଜି ପ୍ରଥମ ଥର ପାଇଁ ଦୁଇଟି ଶିଶୁଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ରାଜ୍ୟରେ ୪୮ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଏହି ୨ ଶିଶୁ ଅଛନ୍ତି।
ଝାରପଡ଼ାର ୪୨ ନମ୍ବର ସଂକ୍ରମିତ ବ୍ୟକ୍ତିଙ୍କ ସଂପର୍କୀୟ ୯ ଓ ୫ ବର୍ଷର ଦୁଇ ଶିଶୁକନ୍ୟା କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ଓ ଲୋକସଂପର୍କ ବିଭାଗ ସ୍ପଷ୍ଟ କରିଛି।

Coronavirus: What parents should know and do - Harvard Health Blog ...

କରୋନାରେ ଶିଶୁ ଆକ୍ରାନ୍ତ ହେବା ନେଇ ଡାକ୍ତରଙ୍କ କହିବା କଥା ହେଲା, ପିଲାମାନେ ବି କୋଭିଡ୍-୧୯ ଆକ୍ରାନ୍ତ ହୋଇପାରିବେ। ଯଦି ସେମାନଙ୍କର କୌଣସି ଟ୍ରାଭେଲ୍ ହିଷ୍ଟ୍ରି ଅଛି। ଅର୍ଥାତ୍‌ ଯଦି ସେମାନେ ବାପାମାଙ୍କ ସହିତ କେଉଁଠି ଭ୍ରମଣ ସାରି ଫେରିଛନ୍ତି ତେବେ ତାଙ୍କର କୋଭିଡ୍‌-୧୯ ଟେଷ୍ଟ କରାଇ ନେବା ନିହାତି ଆବଶ୍ୟକ।

କାରଣ ପିଲାମାନଙ୍କଠାରେ କରୋନା ହେବାର ଲକ୍ଷଣ ବିଶେଷ ଦେଖାଯାଏନି। ଏମିତି ୧୫ରୁ ୧୫ ବର୍ଷ ପିଲା ସୁସ୍ଥ ଜଣାପଡ଼ୁଥିବେ କିନ୍ତୁ ପରୀକ୍ଷା କଲା ପରେ ତାଙ୍କଠାରେ କରୋନା ପଜିଟିଭ୍‌ ବାହାରିଥାଏ। ତେଣୁ ଟ୍ରାଭେଲ୍‌ ହିଷ୍ଟ୍ରୀ ଥିଲେ ତୁରନ୍ତ ଟେଷ୍ଟ କରାଇ ନେବା ଉଚିତ୍।

It was tough to return home leaving my son at the hospital” : 7th ...

ତେବେ କୋଭିଡ୍‌-୧୯ ଆକ୍ରାନ୍ତ ହେଲେ ପିଲାମାନଙ୍କ ଠାରେ ଜର, ଛିଙ୍କ, କାଶ ଓ କଫ ହେବା ସହିତ ନାକରୁ ପାଣି ଆସିଥାଏ। ନିଶ୍ୱାସ ନେଲାବେଳେ ପିଲାଙ୍କ ଛାତି ଟାଣି ହେଲାଭଳି ଲକ୍ଷଣ ଦେଖାଦେଇଥାଏ। ପ୍ରଶ୍ୱାସ ନେଲାବେଳେ ଧଇଁସଇଁ ହେବା ଭଳି ଲକ୍ଷଣ ଦେଖା ଦେଇଥାଏ। ଏହିସବୁ ଲକ୍ଷଣ ଦେଖା ଦେଲେ ଟେଷ୍ଟ କରାଇ ନେବା ଆବଶ୍ୟକ। ଲକ୍ଷଣ ନ ଦେଖା ହେଲେ ବି ପିଲାର ଟ୍ରାଭେଲ୍‌ ହିଷ୍ଟ୍ରୀ ଥିଲେ ଟେଷ୍ଟ କରାଇ ନେବା ଉଚିତ୍।

ଯେହେତୁ ପିଲାଙ୍କ ଦେହରେ ଲକ୍ଷଣ ସେତେଟା ଦେଖାଯାଏ ନାହିଁ ତେଣୁ  ପିଲାମାନେ ସୁପର୍ ସ୍ପ୍ରେଡର୍‌ ହୋଇପାରନ୍ତି। ତାଙ୍କ ଠାରୁ ଅନ୍ୟମାନଙ୍କ ପାଖକୁ ଖୁବ୍‌ ସହଜରେ ରୋଗ ବ୍ୟାପିଯିବାର ଆଶଙ୍କା ମଧ୍ୟ ରହିଛି।

Coronavirus Outbreak: UNICEF advisory for parents and children

 କରୋନାଠୁ ପିଲାଙ୍କୁ କେମିତି ଦୂରେଇ ରଖିବେ ?

  •  ପିଲାର ଟ୍ରାଭେଲ୍ ହିଷ୍ଟ୍ରୀ ଥିଲେ ତୁରନ୍ତ କରୋନା ଟେଷ୍ଟ କରାଇ ନିଅନ୍ତୁ।
  • ବାହାରକୁ ଯାଇ ଫେରିବା ମାତ୍ରେ ପିଲାଙ୍କୁ ସେହି ଅବସ୍ଥାରେ ନ ଛୁଇଁ ଭଲକରି ହାତ ମୁହଁ ଗୋଡ଼ ଧୋଇବା ସହିତ ଏଥିପାଇଁ ଉଦ୍ଦିଷ୍ଟ ସାଇନିଟାଇଜର୍‌ରେ ହାତ ସାନିଟାଇଜ୍‌ କରନ୍ତୁ।
  •  ଯଦି ଘରେ କାହାକୁ କରୋନା ହୋଇଛି ତେବେ ତୁରନ୍ତ ତାଙ୍କୁ କ୍ୱାରେଣ୍ଟିନ୍‌ରେ ରଖନ୍ତୁ। କାହା ସହିତ ମିଶିବାକୁ ଦିଅନ୍ତୁ ନାହିଁ। ପିଲାଙ୍କୁ ତାଙ୍କଠାରୁ ଦୂରେଇ ରଖନ୍ତୁ।
  •  ପିଲା ଯଦି ଶ୍ୱାସ ରୋଗୀ ନହୋଇଥାଏ ତେବେ ତାଙ୍କୁ ମାସ୍କ ପିନ୍ଧାନ୍ତୁ।
  • ଯଥା ସମ୍ଭବ ପିଲାକୁ ପରିଷ୍କାର ପରିଛନ୍ନ ପରିବେଶରେ ରଖନ୍ତୁ।
You might also like