ରିଫଣ୍ଡ ହେବ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇନକମ ଟ୍ୟାକ୍ସ ରିଟର୍ଣ୍ଣ

ଭୁବନେଶ୍ୱର: ଟିକସଦାତାଙ୍କ ପାଇଁ ଆଶ୍ୱସ୍ତିର ଖବର।  ଦେଶରେ କୋଭିଡ୍-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ରିଫଣ୍ଡ କରିବାକୁ ନିଷ୍ପତ୍ତି ନିଆଯାଇଛି ।  ଉଭୟ ବ୍ୟକ୍ତିଗତ ଟିକସଦାତା ଓ ବ୍ୟବସାୟୀଙ୍କୁ ଏହି ଛାଡ କରାଯାଇଥିବା କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଏହା ଫଳରେ ପ୍ରାୟ ୧୪ ଲକ୍ଷ ଟିକସଦାତା ଉପକୃତ ହେବେ।  ସେହିଭଳି ସମସ୍ତ ପେଣ୍ଡିଂ ଥିବା GST ଏବଂ କଷ୍ଟମ ରିଫଣ୍ଡ ମଧ୍ୟ ଜାରି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ଦେଶର ପ୍ରାୟ ୧ ଲକ୍ଷ ବ୍ୟବସାୟୀଙ୍କୁ ଛାଡ ମିଳିବ। ଏହାକୁ ମିଶାଇ ସରକାର ମୋଟ ୧୮ ହଜାର କୋଟି ଟଙ୍କାର ରିଫଣ୍ଡ ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତ।

 

You might also like