ବାଙ୍କୀରେ ନାହିଁ ମଣ୍ଡି, ଗଜା ହେଲାଣି ଧାନ

କଟକ: ବର୍ତ୍ତମାନର ଅମଳ ସମୟରେ ଅଦିନିଆ ବର୍ଷା ଚାଷୀଙ୍କୁ ଡରାଇ ଦେଇଛି। କେଉଁଠି ପାଚିଲା ଧାନ ବିଲରେ ଗଜା ହେବାକୁ ବସିଲାଣିତ ଆଉ କେଉଁଠି ଖଳାରେ ବେଙ୍ଗଳା ହେବା ପୂର୍ବରୁ ପାଣିରେ ଭିଜିଲାଣି। ଏଭଳି ସ୍ଥଳେ କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଧାନ ମଣ୍ଡି ଖୋଲିବାରେ ବିଳମ୍ବ ହୋଇଥିବା ଅଭିଯୋଗ ଆସିଛି।

ମିଳିଥିବା ସୂଚନା ଅନୁସାରେ ଧାନକୁ ସୁରକ୍ଷିତ ରଖିବା ଲାଗି ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇନାହିଁ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଜେପି କୃଷକ ମୋର୍ଚ୍ଚା ସହରରେ ବିକ୍ଷୋଭ କରି ଶୋଭାଯାତ୍ରା କରିଛି। ଖାଲି ସେତିକି ନୁହେଁ, ସରକାରୀ ବିରୋଧୀ ନାରା ଦେଇ ଏଆରସିଏସ ଅଫିସ ଆଗରେ ମୁଖ୍ୟମନ୍ତ୍ରୀ ଏବଂ ଯୋଗାଣମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛି।

ମଣ୍ଡିରେ ଧାନ କିଣିବାରେ ବିଳମ୍ବ ସହ ବର୍ଷାରେ ଚାଷୀଙ୍କ ଧାନ ଭିଜି ଗଜା ହୋଇଯାଇଥିବା ଅଭିଯୋଗ ଅଣି ବିଜେପି କୃଷକ ମୋର୍ଚ୍ଚା କ୍ଷତିପୂରଣ ଦାବି କରିଛି। ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ସହ ମଣ୍ଡିକୁ ଚାଲୁ କର ନ ଗଲେ ଆଗାମୀ ଦିନରେ ବିଜେପି କୃଷକ ମୋର୍ଚ୍ଚା ନବୀନ ନିବାସ ଆଗରେ ଧାରଣା କରିବ ବୋଲି ଚେତାବନୀ ଦେଇଛି।

You might also like