ଆସୁଛି ମହାସଙ୍କଟ ! ଅଧାରୁ ପାଠ ଛାଡ଼ିପାରନ୍ତି ୫୫ ଲକ୍ଷ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଗୋଟିଏ ପଟେ କରୋନା ଯୋଗୁଁ ସ୍କୁଲ 7 ମାସ ବନ୍ଦ, ଅନ୍ୟପଟେ ଅନଲାଇନ୍‌ରେ ପଢ଼ା ବି ନାହିଁ। ତେଣୁ ପିଲାଟି ପାଠ ଜାଣିବ ବା କେମିତି ? ଅବସ୍ଥା ଆହୁରି ଚିନ୍ତାଜନକ କନ୍ଧମାଳ ଜିଲ୍ଲା ଦାସୀକେତା ଗାଁର। ଏହି ପିଲାମାନଙ୍କର ୬ଷ୍ଠରୁ ଦଶମ ଶ୍ରେଣୀ ଯାଏଁ ଦାରିଙ୍ଗିବାଡ଼ି ମଡେଲ ସ୍କୁଲରେ ପଢୁଥିବା ଏ ପିଲାଙ୍କ ମଧ୍ୟରୁ ଅଧିକାଂଶଙ୍କର ନାହିଁ ସ୍ମାର୍ଟ ଫୋନ୍।

ପାଠ ପଢ଼ିବେ ବା କେମିତି ? ଯାହା ପାଖେ ଫୋନଟିଏ ଅଛି, ସିଏ ବି ନେଟଓ୍ୱର୍କ ଅସୁବିଧାରୁ ଚାଲୁନି। ତେଣୁ ପଢ଼ା ଶୂନ୍ କହିଲେ ଚଳେ। ଆଉ ଏ ସମସ୍ୟା ସାରା ରାଜ୍ୟରେ ବି ଉଣା ଅଧିକେ ସବୁଆଡ଼େ ସମାନ।

କରୋନା ମହାମାରୀ ପ୍ରଭାବରେ କେତେ କ୍ଷତିଗ୍ରସ୍ତ ହୋଇଛି ଭାରତର ଶିକ୍ଷା ଓ ଅର୍ଥନୀତି? ବିଶ୍ୱବ୍ୟାଙ୍କ ଏହାର ରିପୋର୍ଟ ବିଟେନ୍ ଅର୍ ବ୍ରୋକେନରେ ଦେଇଛି। ଆଖି ତରାଟିଲା ଭଳି ତଥ୍ୟ ଇନଫର୍ମାଲିଟି ଆଣ୍ଡ କୋଭିଡ୍-୧୯ ଇନ୍ ସାଉଥ୍ ଏସିଆ ଶୀର୍ଷକ ରିପୋର୍ଟରେ ବିଶ୍ୱବ୍ୟାଙ୍କ ଆକଳନ କରିଛି, ଦୀର୍ଘ ଦିନ ହେଲା ସ୍କୁଲ ବନ୍ଦ ଥିବାରୁ ସମଗ୍ର ଦକ୍ଷିଣ ଏସିଆରେ ପାଖାପାଖି ୪୫.୬୩ ଲକ୍ଷ କୋଟି ଟଙ୍କାର କ୍ଷତି ଘଟିପାରେ। ଯାହାମଧ୍ୟରୁ ସର୍ବାଧିକ ପ୍ରଭାବିତ ଭାରତରେ।

କେବଳ ୪ ଶହ ବିଲିୟନ୍ ଡଲାର ଅର୍ଥାତ୍ ୨୯.୨୦ ଲକ୍ଷ କୋଟି ଟଙ୍କାର କ୍ଷତି ହେବ। ତାସହ ଭାରତରେ ପ୍ରାଇମେରି ଓ ସେକେଣ୍ଡାରୀ ଉଭୟ ସ୍ତରରେ ୩୯ କୋଟିରୁ ଅଧିକ ପିଲା ପାଠ ପଢୁଛନ୍ତି। ଯାହାଙ୍କ ମଧ୍ୟରୁ ପ୍ରାୟ ୫୫ ଲକ୍ଷ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଦେବାର ସମସ୍ୟା ଉପୁଜିଛି। ଏହାଛଡ଼ା ସ୍କୁଲ ବନ୍ଦର ସିଧାସଳଖ ପ୍ରଭାବ ଦେଶର ଜିଡିପି ଉପରେ ବି ପଡ଼ିବ କାରଣ ଶିକ୍ଷାର ଉନ୍ନତିରେ ଯେତିକି ଅର୍ଥ ଖର୍ଚ୍ଚ ହୋଇଛି, ତାଠୁ କରୋନା ଜନିତ ଆର୍ଥିକ କ୍ଷତି ଅଧିକ।

ତେଣେ ବିଶ୍ୱବ୍ୟାଙ୍କର ଏ ଆକଳନକୁ ବି ଅନେକାଂଶରେ ସଠିକ୍ ବୋଲି ଦର୍ଶାଇଛନ୍ତି। ଶିକ୍ଷାବିତ୍ କହିଛନ୍ତି ତୁରନ୍ତ କରୋନା ସ୍ଥିତି ନସୁଧୁରିଲେ ଏ ଆକଳନ ଆହୁରି ବଢ଼ିପାରେ।

କରୋନା ସଂକ୍ରମଣ ପାଇଁ ଭାରତରେ ମାର୍ଚ୍ଚ ୧୬ରୁ ସ୍କୁଲ-କଲେଜ ବନ୍ଦ ନିର୍ଦ୍ଦେଶ ଦିଆଯାଇଥିଲା। ଅନଲକ୍ ୫ରେ ଶିକ୍ଷାନୁଷ୍ଠାନ ଖୋଲିବାକୁ ମାର୍ଗଦର୍ଶିକା ଜାରି ହୋଇଥିଲେ ବି ସଂକ୍ରମଣ ସ୍ଥିତି ସମ୍ପୂର୍ଣ୍ଣ ଦୂର ହୋଇନଥିବାରୁ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ନିରାପଦ ମଣୁନାହାନ୍ତି ଅଭିଭାବକ।

ଆହୁରି ପଢ଼ନ୍ତୁ

ନଭେମ୍ବରରେ କେମିତି ଚାଲିବ ସରକାରୀ ଅଫିସ, ଆସିଲା ଗାଇଡ୍‌ଲାଇନ୍

କମ୍ବିଂ ଅପରେସନ୍ ବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ

ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

ଫେସବୁକ୍‌ରେ ପ୍ରେମ ନିବେଦନ କରି ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ, ତା’ ପରେ…

ଘର ତିଆରି ପାଇଁ ୧୫ ହଜାର ଟଙ୍କାରେ ବିକିଥିଲେ ଶିଶୁ କନ୍ୟା 

You might also like