• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 14 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 3 years ago

ଧରାପଡ଼ିବା ଭୟରେ ଦୋଷୀ ରଚିଛି ଷଡ଼ଯନ୍ତ୍ର !

ଏଠି ପ୍ରଶ୍ନ ଉଠୁଛି, ହୋଟେଲ ସାଉଥ୍ ସିଟିରେ ମନୀଷଙ୍କୁ ଏକୁଟିଆ ଛାଡ଼ି କାହିଁକି ପଳାଇ ଆସିଲେ ଦୁଇ ସାଙ୍ଗ ଏବଂ ମୃତ୍ୟୁଞ୍ଜୟ ଓ ଦିନେଶ? ହୋଟେଲ୍ ବାହାରେ ବିଲ୍‌କୁ ନେଇ ଯେଉଁ ବଚସା ହୋଇଥିବା କୁହାଯାଉଛି, ତାହା କେବଳ ବଚସାରେ ସୀମିତ ଥିଲା ନା ଉତ୍ତେଜନାରୁ ଘଟିଛି ଅପ୍ରୀତିକର ପରିସ୍ଥିତି? More
  • Chandan Shishu
  • 3 years ago

ପୂଜା ଛୁଟି ପରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ

ପୂଜା ଛୁଟି ପରେ ସ୍ଥିତି ଭଲ ହୋଇଯିବ ଓ ଅନ୍ୟ କ୍ଲାସ ପାଇଁ ସ୍କୁଲ ଖୋଲିବ ବୋଲି ପରୋକ୍ଷରେ ଇଙ୍ଗିତ ଦେଇଥିଲେ ମନ୍ତ୍ରୀ। ସେଯାଏ ଅନଲାଇନରେ କ୍ଲାସ ଚାଲିବ ବୋଲି କହିଥିଲେ। More
  • Chandan Shishu
  • 3 years ago

କାଳ ସାଜିଛି ମୋବାଇଲ୍ ଗେମ୍, ମୃତ୍ୟୁର ପଞ୍ଝାରେ କୋମଳମତି !

ମହାମାରୀ ସମୟରେ ପିଲାଏ ଘରେ ବସି ମୋବାଇଲରେ ପାଠ ପଢୁଛନ୍ତି କିନ୍ତୁ ପାଠ ପଢା ଯେତିକି ଫଳପ୍ରଦ ହେଉନି, କୋମଳମତି ପିଲାଙ୍କ ଉପରେ କିନ୍ତୁ କୁପ୍ରଭାବ ଯଥେଷ୍ଟ ପଡୁଛି। ଅଭିଭାବକ ସଂଘର ଯୁକ୍ତି ହେଲା ଆତ୍ମଘାତୀ ମୋବାଇଲ୍ ଗେମଗୁଡିକୁ ସରକାର ବ୍ୟାନ୍ କରିବା ଉଚିତ। More
  • Chandan Shishu
  • 3 years ago

ପ୍ରକୃତ ଦୋଷୀକୁ ଛାଡ଼ିଦେବା ପାଇଁ ଷଡ଼ଯନ୍ତ୍ର: ମୋହନ ମାଝୀ

ଏସପିଙ୍କ ପ୍ରେସମିଟ ପରେ କେନ୍ଦୁଝର ବିଧାୟକ ମୋହନ ମାଝୀ କହିଛନ୍ତି ଯେ ପ୍ରକୃତ ଦୋଷୀକୁ ଛାଡ଼ିଦେବା ପାଇଁ ଷଡ଼ଯନ୍ତ୍ର କରାଯାଇଛି। ପ୍ରକୃତ ରହସ୍ୟକୁ ଲୁଚାଇବାକୁ ବିଧିବଦ୍ଧ ଚକ୍ରାନ୍ତ କରାଯାଇଛି। ପ୍ରକୃତ ଦୋଷୀକୁ ଖସିଯିବା ପାଇଁ ଏସ୍‌ପି ରାସ୍ତା ପ୍ରସ୍ତୁତ କରିଛନ୍ତି। More
  • Chandan Shishu
  • 3 years ago

ପୂଜା ଛୁଟି ପରେ ଖୋଲିପାରେ ପ୍ରାଇମେରୀ ସ୍କୁଲ

ବିଦ୍ୟାଳୟର ଅନ୍ୟ କ୍ଲାସ ଖୋଲାଯିବା ନେଇ ସମ୍ଭାବନା ରହିଛି। ପୂଜା ଛୁଟି ପରେ ସ୍ଥିତି ଭଲ ହୋଇଯିବ ଓ ଅନ୍ୟ କ୍ଲାସ ପାଇଁ ସ୍କୁଲ ଖୋଲିବ ବୋଲି ପରୋକ୍ଷରେ ଇଙ୍ଗିତ କରିଛନ୍ତି। ସେଯାଏ ଅନଲାଇନରେ କ୍ଲାସ ଚାଲିବ। More
  • Chandan Shishu
  • 3 years ago

ଡିଜିଙ୍କ ଗାଡ଼ି ସାମନାକୁ ଚାଲିଆସିଲେ ମହିଳା

ଆମ ଝିଅକୁ ହତ୍ୟା କରାଯିବାର ଦେଢ ମାସ ହୋଇଗଲାଣି, କିନ୍ତୁ ପୋଲିସ କୌଣସି ଆଖିଦୃଶିଆ ପଦ‍କ୍ଷେପ ନାହିଁ। ପୋଲିସ ମାତ୍ର ୨ ଜଣଙ୍କୁ ଗିରଫ କରିଛି କିନ୍ତୁ ଅନ୍ୟ ୫ ଅଭିଯୁକ୍ତଙ୍କୁ ଛାଡିଦେଇଛି। ସେମାନେ ଏବେ ଖୁଲମଖୁଲା ବୁଲୁଛନ୍ତି। More
  • Rajalaxmi Sahoo
  • 3 years ago

୨ ହାଡ୍‌କୋର୍‌ ଅପରାଧୀଙ୍କୁ ଏନ୍‌କାଉଣ୍ଟର

ରାଉରକେଲାରେ ୨ ହାଡ୍‌କୋର୍‌ ଅପରାଧୀଙ୍କୁ ଏନ୍‌କାଉଣ୍ଟର। ମୁସ୍ତାକ ଆଲାମ୍ ଓ ଏମ୍‌ଡି ଗୁଡ଼ୁଙ୍କୁ ଏନ୍‌କାଉଣ୍ଟର କରିଛି ପୋଲିସ୍। ଆଜି ଭୋରରେ ବିଶ୍ରା ଥାନା ବିଶ୍ରା ମଣ୍ଡପ ନିକଟରେ ରାଉରକେଲା ପୋଲିସର ସ୍ପେଶାଲ୍ ଟିମ୍ ଏବଂ ଦୁଇ ଅପରାଧୀ ମୁହାଁମୁହିଁ ହୋଇଥିଲେ। ପୋଲିସକୁ ଦେଖି ଅପରାଧୀମାନେ ଗୁଳି ଚଳାଇବାରୁ ପୋଲିସ ମଧ୍ୟ ଏହାର ପଲଟା ଜବାବ୍ ଦେଇଥିଲା।  ଏଥିରେ ଏହି ମୁସ୍ତାକ ଓ ଏମ୍‌ଡି ଗୁଡ଼ୁ ଆହତ ହୋଇଥିଲେ। ଉଭୟଙ୍କ ନାଁରେ ଏକାଧିକ ମାମଲା ରହିଛି। ଗତ ମାସ ୧୦ ତାରିଖରେ ରେଲ୍ୱେ କଲୋନୀରେ ଘଟିଥିବା ଗୁଳିକାଣ୍ଡରେ ମଧ୍ୟ ଏମାନେ ସାମିଲ ଥିବା ଅନୁମାନ କରୁଛି ପୋଲିସ। ଏନ୍‌କାଉଣ୍ଟର ପରେ ଏମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। 

  • Rajalaxmi Sahoo
  • 3 years ago

ଛୁରାମାଡ଼ କରି ଲୁଟ୍‌ ପରେ ପଳାଉ ଥିଲେ, ଧରି ପକାଇଲେ ଗ୍ରାମବାସୀ

ବାଙ୍କୀରେ ମହିଳାଙ୍କୁ ଛୁରାମାଡ଼ କରି ସୁନାଗହଣା ଲୁଟ୍‌ ପରେ ପଳାଇବାକୁ ଉଦ୍ୟମ ବେଳେ ଅଭିଯୁକ୍ତକୁ ଧରିଲେ ଗ୍ରାମବାସୀ। ବାଙ୍କୀ ଥାନା ଅନ୍ତର୍ଗତ କୁଶପଙ୍ଗି ଗାଁର ଜଣେ ମହିଳା ଘରେ ଏକୁଟିଆ ଥିବା ଜାଣି ଦୁର୍ବୃତ୍ତ ମହିଳାଙ୍କୁ ଛୁରା ମାଡ଼ କରି ସୁନାଗହଣା ଲୁଟ କରି ପଳାଇବାକୁ ଉଦ୍ୟମ କରୁଥିଲା। ତେବେ ଗ୍ରାମବାସୀମାନେ ଦୁର୍ବୃତ୍ତକୁ ଧରି ପୋଲିସ ଜିମା ଦେଇଛନ୍ତି। ମହିଳା ଜଣକ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅଭିଯୁକ୍ତ ଯୁବକ ଜଣକ ହେଲେ ତିଗିରିଆ ଥାନା ଅନ୍ତର୍ଗତ ଶାଳିଜଙ୍ଗା ଗାଁର ଆକାଶ ନାୟକ। ପୋଲିସ ଅଭିଯୁକ୍ତ ଆକାଶ ଠାରୁ ସମସ୍ତ ସୁନା ଗହଣା ଜବତ କରିଥିବା ବେଳେ ତାକୁ ଅଟକ ରଖି ପଚରାଉଚରା କରୁଛି।  

  • Rajalaxmi Sahoo
  • 3 years ago

ଭୁବନେଶ୍ୱର ପିଏମ୍‌ଜିରେ ମର୍ମନ୍ତୁଦ ଦୁର୍ଘଟଣା

ଭୁବନେଶ୍ୱର ପିଏମ୍‌ଜିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ସ୍କର୍ପିଓ କାର୍‌ ପୋଲିସ ବ୍ୟାରିକେଡ୍‌କୁ ଧକ୍କା ଦେବା ପରେ ୧୦ ଫୁଟ ଉଚ୍ଚକୁ ଉଠି ବ୍ୟାରିକେଡ୍ ଉପରେ ଲାଖି ରହିଥିଲା। ପୋଲିସ ପହଞ୍ଚି ଗାଡ଼ିରେ ଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହ ଗାଡ଼ିକୁ ତଳକୁ ଆଣିଥିଲେ। ଗାଡ଼ିର ଡ୍ରାଇଭର ନିଶାସକ୍ତ ଥିବା ସୂଚନା ମିଳିଛି। ତେବେ ଗାଡ଼ିରେ ୨ଜଣ ଥିଲେ। ଦୁଇ ଜଣ ଯାକ ସାମାନ୍ୟ ଆହତ ହୋଇଛନ୍ତି। କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ? କାରରେ ଥିବା ବ୍ୟକ୍ତି କୁଆଡ଼େ ଯାଉଥିଲେ ? ଗାଡ଼ିକୁ କାହିଁକି ଦ୍ରୁତ ଗତିରେ ଚଳାଉଥିଲେ ? ଏସବୁର ଖୋଳତାଡ଼ ପାଇଁ ୨ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଚଳାଇଛି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ପିଏମ୍‌ଜି ନିକଟରେ ଏହି ଦୁର୍ଘଟଣା ହୋଇଥିଲା। 

  • Rajalaxmi Sahoo
  • 3 years ago

ମନୀଷ ମୃତ୍ୟୁ ମାମଲା: ବିଲ୍ ପେମେଣ୍ଟ ବିବାଦ ପରେ ସାମ୍ନାକୁ ଆସିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ମନୀଷ ଅନୁରାଗଙ୍କ ମୃତ୍ୟୁ ଘଟଣାରେ ଧିରେ ଧିରେ ଗୁମର ଫିଟୁ ଥିବାବେଳେ ନୂଆ eନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ମନୀଷଙ୍କ ପାଖକୁ ୨ଟି ପର୍ଯ୍ୟାୟରେ ପରିବାର ଲୋକ ଅନ୍‌ଲାଇନ୍‌ରେ ଟଙ୍କା ପଠାଇ ଥିଲେ। ମାମଲାର ତନାଘନା ଭିତରେ ସାମ୍ନାକୁ ଆସିଛି ଏହି ତଥ୍ୟ। More

  • Rajalaxmi Sahoo
  • 3 years ago

ଶିକ୍ଷୟିତ୍ରୀ ନିଖୋଜ, ଫୋନ୍‌ ସ୍ୱିଚ୍‌ ଅଫ୍‌

କୁଆଡ଼େ ଗଲେ ଶିକ୍ଷୟିତ୍ରୀ ? ଫୋନ୍ ସ୍ୱିଚ୍‌ ଅଫ୍ ଆସିଥିଲା ଓ ଯୋଗାଯୋଗ ହୋଇ ନପାରିବାରୁ ପରିବାର ଲୋକ ସିନ୍ଧେକେଲା ଥାନାରେ ଏତଲା ଦେଇଥିଲେ। ହେଲେ ଏପର୍ଯ୍ୟନ୍ତ ମମିତାଙ୍କ ସମ୍ପର୍କରେ କୌଣସି ଖବର ମିଳିପାରି ନାହିଁ। More

  • Rajalaxmi Sahoo
  • 3 years ago

ଦଶହରା, କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ବନ୍ଦ

ଦଶହରା ଏବଂ କାର୍ତ୍ତିକ ପୂର୍ଣ୍ଣିମାରେ ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ। ସର୍ବସାଧାରଣଙ୍କ ଦର୍ଶନ ପାଇଁ ଦଶହରା ଦିନ ବନ୍ଦ ରହିବ ଶ୍ରୀମନ୍ଦିର। More

  • Prangyan Parimita
  • 3 years ago

ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ଘଟଣା : ୩ ଗିରଫ

କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ମାମଲାରେ ୩ ଜଣ ଗିରଫ। ମାମଲାରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରିଛି ଟାଉନ୍ ଥାନା ପୋଲିସ୍ । ୩ ଜଣଙ୍କୁ ଗିରଫ ନେଇ କେନ୍ଦୁଝର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଅଭିଯୁକ୍ତ କିଏ ? More

  • Rajalaxmi Sahoo
  • 3 years ago

ଧିରେ ଧିରେ ଫିଟୁଛି ଗୁମର, ପାଣିରେ ବୁଡ଼ିବା ପୂର୍ବରୁ ମନୀଷଙ୍କ ମୃତ୍ୟୁ !

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ଘଟଣାରେ ଧିରେ ଧିରେ ଗୁମର ଫିଟୁ ଥିବାବେଳେ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ପାଣିରେ ବୁଡ଼ି ମନୀଷଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ପ୍ରମାଣ ମିଳୁନି। More

  • Rajalaxmi Sahoo
  • 3 years ago

ଲଘୁଚାପ କ୍ଷେତ୍ର ପ୍ରଭାବରେ ୧୭ ଯାଏ ବର୍ଷା ସମ୍ଭାବନା

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆସନ୍ତା ୧୭ ଯାଏ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।  More

  • Prangyan Parimita
  • 3 years ago

’ଆମ ଗାଁରେ ଆମ ସରକାର ’: ସରକାରୀ ବାବୁଙ୍କ ମନ ମୁତାବକ କାମ ବିରୋଧରେ ଗ୍ରାମବାସୀଙ୍କ ମେଳି

"ଆମ ଗାଁରେ ଆମେ ସରକାର" । ଏପରି ନାରା ଦେଇ ତାତିଲେଣି ଗ୍ରାମବାସୀ । ପଛୁଆ ଲୋକଙ୍କ ପାଇଁ ମାଳ ମାଳ ସରକାରୀ ଯୋଜନା ଥିବାବେଳେ ସରକାରୀ ବାବୁଙ୍କ ମନ ମୁତାବକ କାମ ହେଉଥିବାରୁ ଏହାକୁ ବିରୋଧ କରି ଏବେ ଗାଁ ଲୋକ ମେଳି କରୁଛନ୍ତି । More

  • Rajalaxmi Sahoo
  • 3 years ago

୨୪ ଘଣ୍ଟାରେ ରାଜ୍ୟରେ ୫୨୧ କରୋନା ସଂକ୍ରମିତ ଚିହ୍ନଟ, ଆଖି ବୁଜିଲେ ଆଉ ୬ ଆକ୍ରାନ୍ତ

୨୪ ଘଣ୍ଟାରେ ରାଜ୍ୟରେ ୫୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୬୫ ଆକ୍ରାନ୍ତ ଅଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୦୪ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୧୭ ରହିଛି। More

  • Rajalaxmi Sahoo
  • 3 years ago

କାହିଁକି ‌ଖୋଲା ଯାଏ ନାହିଁ ବିରଜା ମନ୍ଦିରର ପଶ୍ଚିମ ଦ୍ୱାର ? ଜାଣନ୍ତୁ ଏହା ପଛର ମାଳିକା ଭବିଷ୍ୟବାଣୀ...

ମା’ ବିରଜାଙ୍କର ରହିଛି ଅନେକ ସ୍ୱତନ୍ତ୍ରତା। ମା’ଙ୍କ ମହିମାକୁ ନେଇ ରହିଛି ମାଳିକା ଭବିଷ୍ୟବାଣୀ। ବିଶ୍ୱାସ ରହିଛି, ମନ୍ଦିର ବେଢାର ପଶ୍ଚିମ ଦ୍ୱାର ଆଜି ପର୍ଯ୍ୟନ୍ତ କେବେବି ଖୋଲି ନାହିଁ। କାହିଁକି ଖୋଲେନି ଏହି ପଶ୍ଚିମ ଦ୍ୱାର ? କ’ଣ ଏହାର ବିଶେଷତ୍ୱ ? କ’ଣ ଏହି ଅଲୌକିକ କିମ୍ବଦନ୍ତୀ, ଜାଣନ୍ତୁ....  More

  • Rajalaxmi Sahoo
  • 3 years ago

Daily Horoscope,14 Oct 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ୨୦୨୧ ମସିହା, ଅକ୍ଟୋବର ମାସ ୧୪ ତାରିଖ, ଗୁରୁବାର, କନ୍ୟା ୨୮ ଦିନ, ଆଶ୍ୱିନ ମାସ , ଶୁକ୍ଳପକ୍ଷ, ନବମୀ ତିଥି, ଉତ୍ତରାଷାଢା ନକ୍ଷତ୍ର, ମକର ଚନ୍ଦ୍ର। ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ... More

  • Rajalaxmi Sahoo
  • 3 years ago

ଜାତୀୟ ରାଜପଥରେ ୩ ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରକ୍; ୨ ମୃତ, ଜଣେ ଗୁରୁତର

ଜାତୀୟ ରାଜପଥରେ ୩ ଜଣ ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରକ୍। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ୍‌ ଡ୍ରାଇଭର ଗାଡ଼ି ଧରି ଫେରାର ହୋଇ ଯାଇଛନ୍ତି।  More

  • Rajalaxmi Sahoo
  • 3 years ago

ରହସ୍ୟ ଘେରରେ ମନୀଷଙ୍କ ମୃତ୍ୟୁ, ଆତ୍ମସମର୍ପଣ କରିଥିବା ୨ ଯୁବକଙ୍କୁ ଭୁବନେଶ୍ୱର ଆଣିଲା ପୋଲିସ୍‌

ମନୀଷ ଅନୁରାଗଙ୍କ ମୃତ୍ୟୁ ଘଟଣାରେ ପୋଲିସ୍‌ ତନାଘନା ଚଳାଇଛି। କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ଥାନାରେ ଆତ୍ମସର୍ପଣ କରିଥିବା ମୃତ୍ୟୁଞ୍ଜୟ ଓ ଦୀନେଶଙ୍କୁ କମିଶନରେଟ ପୋଲିସ ଭୁବନେଶ୍ୱର ଆଣିଥିବା ସୂଚନା ମିଳିଛି। ଏଥିପାଇଁ କମିଶନରେଟ ପୋଲିସ୍‌ର ଏକ ୪ ଜଣିଆ ଟିମ୍‌ ଫୁଲବାଣୀ ଯାଇଥିଲା। More

  • Satyendu Shekher Mishra
  • 3 years ago

ବକ୍ସି ଜଗବନ୍ଧୁ- ବାଜି ରାଉତ- ଜୟୀ ରାଜଗୁରୁ- ଚାଖି ଖୁଂଟିଆ- ପାର୍ବତୀ ଗିରିଙ୍କ ସ୍ମୃତିରେ ଡାକ ଲଫାପା

ଓଡିଶାର ସ୍ୱାଧୀନତା ସଂଗ୍ରାମର ମହାନାୟକଙ୍କ ସ୍ମୃତିରେ ଉନ୍ମୋଚିତ ହୋଇଛି ସ୍ୱତନ୍ତ୍ର ଲଫାପା । ଡାକ ସପ୍ତାହ ପାଳନ ଅବସରରେ ନୂଆଦିଲ୍ଲୀରେ ଡାକବିଭାଗ ପକ୍ଷରୁ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚିତ ହୋଇଛି । More

  • Satyendu Shekher Mishra
  • 3 years ago

କୋଟିଆରେ ଆନ୍ଧ୍ର କରୁଥିଲା ଷଡ଼ଯନ୍ତ୍ର, ବିଧାୟକ ପିତମ ପାଢ଼ି ପହଞ୍ଚି କଲେ ଭଣ୍ଡୁର

ପୁଣି ସୀମାନ୍ତ କୋଟିଆରେ ଆନ୍ଧ୍ର-ଓଡ଼ିଶା ମୁହାଁମୁହିଁ । ପଟ୍ଟାଙ୍ଗୀ ବିଧାୟକଙ୍କ ସହ ଆନ୍ଧ୍ର ଅଧିକାରୀଙ୍କ ଉଚ୍ଚବାଚ । ଆଜି କୋଟିଆରେ ପାର୍ବତୀପୁରମ୍ ପିଏ ଆଇଟିଡିଏ ମେଳି କରିଥିଲେ । ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ଭଣ୍ଡୁର ପାଇଁ ଏହି ମେଳି ଚାଲିଥିଲା । More

  • Sarbeswar
  • 3 years ago

ସାଙ୍ଗ ପାଲଟିଥିଲେ କି ସୈତାନ? ରହସ୍ୟମୟୀ ଯୁବତୀଙ୍କୁ ନେଇ ବଢୁଛି ଚର୍ଚ୍ଚା

ମନୀଷ ମୃତ୍ୟୁ ରହସ୍ୟରୁ ପରଦା ହଟାଇବ କି ଅକ୍ଟୋବର ୯ ରାତି । ୩ଟା୨୯ରୁ ୪ଟା ୧୩ ମଧ୍ୟର ୪୪ ମିନିଟ୍ ଏହି ସମୟରେ ଘଟିଲା କଣ ? କେମିତି ହେଲା ମନୀଷଙ୍କ ମୃତ୍ୟୁ? More

  • Satyendu Shekher Mishra
  • 3 years ago

ସୁନା ମୁକୁଟ ଅଛି ଚାନ୍ଦି ମେଢ଼ ଅଛି, ହେଲେ ଦେଖିବାକୁ ଭକ୍ତ ନାହାନ୍ତି.. ପୁରା ଖାଁ ଖାଁ..

ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା । କୋଭିଡ୍ କଟକଣା ଭିତରେ ମଣ୍ଡପରେ ବିଧି ପାଳନ ପୂର୍ବକ ମାଆଙ୍କର ପୂଜାର୍ଚ୍ଚନା ହୋଇଛି । ଚଣ୍ଡିପାଠରେ ପରିବେଶ ଗୁଞ୍ଜରିତ ହୋଇଛି । ହେଲେ ସବୁ ବିନା ଭକ୍ତରେ । ସେପଟେ ଆଜି ବିଭିନ୍ନ ଶକ୍ତି ପୀଠରେ ପାଳିତ ହୋଇଛି ମହାନବମୀ ।  More

  • Sarbeswar
  • 3 years ago

ଲୋକେ ମାନୁନାହାନ୍ତି କରୋନା କଟକଣା, ଖୋର୍ଦ୍ଧା ପରେ ବଢିପାରେ ରେଡ୍‌ ଜୋନ୍‌ର ସଂଖ୍ୟା

ଦିନ କେତେଟାର ବ୍ରେକ୍ ପରେ ଏବେ ରାଜ୍ୟରେ ପୁଣି ଉର୍ଦ୍ଧ୍ୱ ମୁହାଁ କରୋନା ସଂକ୍ରମଣ ସ୍ଥିତି। ଗଲା ତିନି ଭିତରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ଦୈନିକ ସଂକ୍ରମିତଙ୍କ ମଧ୍ୟରୁ ଅଧା ଚିହ୍ନଟ ହେଉଛନ୍ତି କେବଳ ଖୋର୍ଦ୍ଧା ଜିଲ୍ଲାରୁ। More