• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 15 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 3 years ago

ମା ମଝିଘରିଆଣୀଙ୍କ ଦାନହୁଣ୍ଡି ବାକ୍ସରୁ ମିଳିଲା ନଗଦ ୬୯ ଲକ୍ଷ ଟଙ୍କା

ରାୟଗଡ଼ା: ମା ମଝିଘରିଆଣୀଙ୍କ ଦାନହୁଣ୍ଡି ବାକ୍ସ ଖୋଲିଲା। ଏଥର ହୁଣ୍ଡିରୁ ମିଳିଥିବା ଦାନ ସର୍ବକାଳୀନ ରେକର୍ଡ। ଦାନହୁଣ୍ଡିରୁ ନଗଦ ୬୯ ଲକ୍ଷ ୯୦ ହଜାର ୨୮୪ ଟଙ୍କା ମିଳିଛି। ଦାନହୁଣ୍ଡିରୁ ୫୪ ଗ୍ରାମ ସୁନା, ୫ କେଜି ୨୦୧ ଗ୍ରାମ ରୁପା ମିଳିଛି। ଦାନହୁଣ୍ଡିରୁ ବିଦେଶୀ ମୁଦ୍ରା ମଧ୍ୟ ସୂଚନା ମିଳିଛି। ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ରାଇସିଂ ବିଡ଼ିକା ସୂଚନା ଦେଇଛନ୍ତି। ଦୀର୍ଘ ୧୧ ମାସ ପରେ ଦାନହୁଣ୍ଡି ବାକ୍ସ ଖୋଲା ଯାଇଥିଲା।

  • Chandan Shishu
  • 3 years ago

ଲଗାଣ ବର୍ଷା ଯୋଗୁ ୨୪ ଜିଲ୍ଲା ପ୍ରଭାବିତ, ୬ ମୃତ

ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନାଙ୍କ ସୂଚନା ଅନୁଯାୟୀ, ହୀରାକୁଦ ତଳମୁଣ୍ଡରେ ଏବେ ବର୍ଷା କମିଥିଲେ ବି ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାରକୁ ଜଳପ୍ରବେଶ ବଢୁଛି। ତେବେ ଡ୍ୟାମ୍ ଜଳସ୍ତରକୁ ୬୨୮ ଫୁଟ୍ ମଧ୍ୟରେ ସ୍ଥିର ରଖିବା ପାଇଁ ଉଦ୍ୟମ ଚାଲିଛି। More

  • Chandan Shishu
  • 3 years ago

ଓଡ଼ିଶା ଚାଷୀଙ୍କ ମାସିକ ଆୟ କେତେ ଟଙ୍କା, ଜାଣନ୍ତୁ

କୃଷି ଋଣରୁ ଚାଷୀମାନେ ୫୦.୨ ପ୍ରତିଶତ କୃଷି କାର୍ଯ୍ୟରେ ବ୍ୟୟ  କରୁଥିବା ବେଳେ କୃଷି ବ୍ୟବସାୟରେ ୪.୨ ପ୍ରତିଶତ, ଆବାସ ପାଇଁ ୧୩.୨ ପ୍ରତିଶତ, ବିବାହ ଓ ଉତ୍ସବରେ ୮.୪ ପ୍ରତିଶତ, ଶିକ୍ଷା ଓ ସ୍ୱାସ୍ଥ୍ୟରେ ୯.୯ ପ୍ରତିଶତ ଏବଂ ଅନ୍ୟାନ୍ୟ ବ୍ୟବହାରିକ ଖର୍ଚ୍ଚରେ ୧୦.୨ ପ୍ରତିଶତ ବ୍ୟୟ କରିଥିବା ରିପୋର୍ଟରେ କୁହାଯାଇଛି।   More

  • Chandan Shishu
  • 3 years ago

ବନ୍ଧା ହେଲେ କୋଟିପତି ଦିଦି

ଗତକାଲି ଦିଦିଙ୍କ ଭୁବନେଶ୍ୱର କେଶୁରା ଓ ଝାରପଡ଼ାରେ ଏକାଧିକ ବହୁତଳ କୋଠା ଠାବ ହୋଇଥିଲା। ଝାରପଡ଼ାରେ ୨ଟି ୩ ମହଲା ବିଲ୍ଡିଂ ଏବଂ ଗୋଟିଏ ଏକ ମହଲା କୋଠା ମିଳିଛି। ଏଥିସହ ୧୪ଟି ପ୍ଲଟ୍ ଠାବ କରିଛି ଭିଜିଲାନ୍ସ। More

  • Chandan Shishu
  • 3 years ago

ମହିଳା ବିରୋଧୀ ଅପରାଧରେ ଓଡ଼ିଶାର ସ୍ଥାନ କଣ?

ଏହାକୁ ନେଇ ସବୁବେଳେ ଆରୋପ-ପ୍ରତ୍ୟାରୋପ ଲାଗି ରହିଥିବା ବେଳେ ନ୍ୟାସନାଲ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ ଦ୍ୱାରା ପ୍ରକାଶିତ କ୍ରାଇମ୍ ଇନ୍ ଇଣ୍ଡିଆ-୨୦୨୦ ରିପୋର୍ଟ ପ୍ରକୃତ ଚିତ୍ର ସାମ୍ନାକୁ ଆଣିଛି। କିଛି ଦିନ ପୂର୍ବରୁ ବିଧାନସଭାରେ ନାବାଳିକା ଯୌନ ନିର୍ଯାତନା, ହତ୍ୟା, ଯୌତୁକ ଜନିତ ହତ୍ୟା, ନାରୀ ନିର୍ଯାତନା ସଂଖ୍ୟା ବଢିବା ନେଇ ଉଦବେଗଜନକ ତଥ୍ୟ ସାମନାକୁ ଆସିଥିଲା। ଯାହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ More

  • Chandan Shishu
  • 3 years ago

କେଉଁ ଲାଳସାରେ ବିକିଥିଲେ ଦେଶର ଗୁପ୍ତ ତଥ୍ୟ?

ଚାନ୍ଦିପୁର ITRରେ କିଏ ୧୦ ବର୍ଷ ଧରି କାମ କରୁଥିଲା, ତ ଆଉ କିଏ ୨୦ ବର୍ଷ ଧରି। ସ୍ଥାନୀୟ ଅଞ୍ଚଳର ଏତେ ପୁରୁଣା ଠିକା କର୍ମଚାରୀ ହେବା ସତ୍ତ୍ୱେ, ଏମାନେ କେମିତି ପଛାଇନଥିଲେ ଦେଶଦ୍ରୋହ ଭଳି ସଂଗୀନ ଅପରାଧ କରିବାକୁ? କେଉଁ ଲାଳସା ବାଧ୍ୟ କରିଥିଲା ଶତ୍ରୁରାଷ୍ଟ୍ର ଆଗରେ ନିଜ ଇମାନ୍ଦାରୀ ସହ ଦେଶର ଗୁପ୍ତ ତଥ୍ୟ ବିକିଦେବାକୁ? More

  • Chandan Shishu
  • 3 years ago

DRDOର ତଥ୍ୟ ଲିକ୍ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIକୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୋଲିସ୍ ଗତକାଲି ୪ ଜଣଙ୍କୁ ଗିରଫ କରିଥିଲା। ଘଟଣାର ତଦନ୍ତ ଭାର ନେବା ଲାଗି କ୍ରାଇମବ୍ରାଞ୍ଚ ଟିମ୍ ବାଲେଶ୍ୱର ଗସ୍ତ କରିଛି। ସେପଟେ ଗିରଫ ହୋଇଥିବା ୪ ଜଣଙ୍କର କୋଭିଡ୍ ଟେଷ୍ଟ ସହ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି। More

  • Chandan Shishu
  • 3 years ago

ହାତ ଧରାଧରି ହୋଇ ପାଣି ସୁଅରେ ଭାସିଗଲେ ବାପ-ପୁଅ

ଆଜି ଅପରାହ୍ନ ସମୟରେ ବରୀ ବ୍ଲକ ବାଲିଆ ପଞ୍ଚାୟତ ଗଙ୍ଗାଧରପୁର ଗାଁର କୁଶ ସିଂ ଗାଈକୁ ନେଇ ଘରୁ ବାହାରି ଯାଇଥିଲେ। କିନ୍ତୁ ମାଟିଆପଦା ନିକଟରେ ଦୁଇ ଦୁଇଟା ବଡ଼ ଘାଇ ହୋଇଥିଲା। ଘାଇ ହୋଇଥିବାରୁ ରାସ୍ତା ପଟେ ପାଣି ଯାଉଥିଲା। ସେହି ରାସ୍ତାରେ ଯିବାବେଳେ କୁଶ ସିଂ ଭାସି ଯାଇଥିଲେ। More

  • Chandan Shishu
  • 3 years ago

ଜେରା ପରେ ଥାନାଗାଡ଼ିକୁ ଧରି ଚମ୍ପଟ ମାରିଲା ଯୁବକ

ଟାଉନ୍‌ ଥାନା ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଜଣେ ଯୁବକ ବୁଲୁଥିବା ଦେଖିବାକୁ ପାଇଥିଲା। ପରେ ତାକୁ ଥାନାକୁ ନେଇ ଆସିଥିଲା। ପଚରାଉଚରା ପରେ ଯୁବକ ଜଣକ ଗଁନ୍ଦିଆ ଥାନା ହାଟ ବାଇଁଶିଆର ଧର୍ମେନ୍ଦ୍ର ସ୍ୱାଇଁ ବୋଲି ଜଣାପଡ଼ିଥିଲା। ଆଜି ସକାଳେ ତାକୁ ଛାଡ଼ି ଦିଆଯାଇଥିଲା। ଠିକ୍‌ ସେହି ସମୟରେ ଥାନା ପରିସରରେ ଥାନା ଗାଡ଼ିରେ ଚାବି ଲଗାଇ ଡ୍ରାଇଭର ପାଣି ଆଣିବାକୁ ଯାଇଥିଲେ। More

  • Chandan Shishu
  • 3 years ago

ଉପରମୁଣ୍ଡରେ ପ୍ରବଳ ବର୍ଷା: ହୀରାକୁଦରେ ଖୋଲିଲା ଆଉ ୬ ଗେଟ୍

ତେବେ ଲଗାଣ ବର୍ଷା ପରେ ବୈତରଣୀ ଆଖୁଆପଦାରେ ବିପଦ ସଂକେତ ଉପରେ ଥିଲେ ବି ଖସୁଛି।  ବ୍ରାହ୍ମଣୀ ବିପଦ ସଂକେତ ତଳେ ଥିଲେ ବି ୩ଟି ଛୋଟ ଘାଇ ହୋଇଥିବା ସେ ସୂଚନା ଦେଇଛନ୍ତି। ଜଳକା ବିପଦ ସଂକେତ ଉପରେ ରହିଛି କିନ୍ତୁ ବନ୍ୟା ପରିସ୍ଥିତି ନାହିଁ। ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ବିପଦ ସଂକେତ ତଳେ ପ୍ରବାହିତ ହେଉଛି।  More

  • Rajalaxmi Sahoo
  • 3 years ago

ବିନା ପରଦାରେ ପୂଜା ଆୟୋଜନ କରିବାକୁ ଦାବି

କଟକରେ ମହାମାୟାଙ୍କ ପାରମ୍ପରିକ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି କରିବାକୁ ଦାବି ଜୋର। ଏହା ସହ ବିନା ପରଦାରେ ପୂଜା ଆୟୋଜନ କରିବାକୁ ଦାବି କରିଛନ୍ତି ବିଭିନ୍ନ ସାମାଜିକ ସଂଗଠନ।  ହିନ୍ଦୁ ଜାଗରଣ ମଞ୍ଚ ତରଫରୁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅର୍ନିଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଛନ୍ତି ଏହାର କାର୍ଯ୍ୟକର୍ତ୍ତା। ପୂର୍ବରୁ ୪ ଫୁଟ ମୂର୍ତ୍ତି କରି ଏଥର ନିରାଡମ୍ବର ଭାବେ ପୂଜା କରିବାକୁ ଜନସାଧାରଣଙ୍କୁ କୁହାଯାଇଥିଲା। କଟକ ନଗର କଂଗ୍ରେସ ଓ କଟକ ସାମାଜିକ ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି। ପୁରୀଘାଟ ସ୍ଥିତ ଗାନ୍ଧି ମୂର୍ତ୍ତି ତଳେ ନଗର କଂଗ୍ରେସ ପକ୍ଷରୁ ମୌନ ପ୍ରତିବାଦ କରାଯାଇଛି। କଂଗ୍ରେସ ନେତା ମହମ୍ମଦ ମୋକିମ ମୌନ ପ୍ରତିବାଦରେ ସାମିଲ ହୋଇଥିଲେ। 

  • Rajalaxmi Sahoo
  • 3 years ago

କଂଗ୍ରେସ ଭବନରେ ଭିତରେ ବୈଠକ, ବାହାରେ ଗଣ୍ଡଗୋଳ

କଂଗ୍ରେସ ଭବନରେ ଭିତରେ ବୈଠକ, ବାହାରେ ଗଣ୍ଡଗୋଳ।  ଆଜି ଅସନ୍ତୁଷ୍ଟ ଯୁବ କଂଗ୍ରେସ କର୍ମୀ କଂଗ୍ରେସ ଭବନ ସମ୍ମୁଖରେ ବିକ୍ଷୋଭ କରିଛନ୍ତି। ଯୁବ କଂଗ୍ରେସ ସଭାପତି ସ୍ମୃତି ଲେଙ୍କାଙ୍କ ଇସ୍ତଫା ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ ସହ କୁଶ ପୁତ୍ତଳିକା ଦାହ କରାଯାଇଛି। ସ୍ମୃତି ଲେଙ୍କା ଯୁବ କଂଗ୍ରେସ କର୍ମୀଙ୍କୁ ହାଇରାଣ ଓ ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ।  ସ୍ମୃତି ଲେଙ୍କା ଇସ୍ତଫା ନଦେଲେ ବିରୋଧ ଆହୁରି ତୀବ୍ରତର ହେବ ବୋଲି ଯୁବ କଂଗ୍ରେସ କର୍ମୀ ଚେତାଇ ଦେଇଛନ୍ତି।  

  • Rajalaxmi Sahoo
  • 3 years ago

ଓଭର ବ୍ରିଜ ଉପରେ ମାଛ ଛାଡ଼ି କଂଗ୍ରେସର ଆନ୍ଦୋଳନ

ଓଭର ବ୍ରିଜ ଉପରେ ମାଛ ଛାଡ଼ି କଂଗ୍ରେସର ଆନ୍ଦୋଳନ। ରାଉରକେଲାରେ ଏଭଳି ଢଙ୍ଗରେ ପ୍ରତିବାଦ କରିଛି କଂଗ୍ରେସ। ବର୍ଷାରେ ଓଭର ବ୍ରିଜ ଉପରେ ପାଣି ଜମି ରହୁଥିବାରୁ ଯାତାୟତ ବାଧାପ୍ରାପ୍ତ ହେଉଛି। କର୍ତ୍ତୃପକ୍ଷ ଏହାର ସମାଧାନ କରୁନଥିବାରୁ  ଏଭଳି ଢଙ୍ଗରେ ପ୍ରତିବାଦ କରିଛି କଂଗ୍ରେସ। ଜଳ ନିଷ୍କାସନ ନହେବାରୁ ସହରରେ ଜଳବନ୍ଦୀ ସ୍ଥତି ଉପୁଜୁଛି। ଏହାର ପ୍ରତିବାଦ କରି ରାଉରକେଲା ଓଭର ବ୍ରିଜ୍ ଉପରେ ମାଛ ଚାଷ କରାଯାଉ ବୋଲି କଂଗ୍ରେସ କଟାକ୍ଷ କରି କହିଛି।  

  • Rajalaxmi Sahoo
  • 3 years ago

ପାଣିରେ ବୁଡ଼ି ୨ ମୃତ

ଭଦ୍ରକ ଜିଲ୍ଲାରେ ପାଣିରେ ବୁଡ଼ି ୨ ଜଣଙ୍କର ମୃତ୍ୟୁ ହୋଇଛି। ଭଣ୍ଡାରିପୋଖରୀ ବ୍ଲକ୍‌ ନପଙ୍ଗ ପଞ୍ଚାୟତରେ ଜଣେ ବ୍ୟକ୍ତି ଓ ଧାମନଗର ବ୍ଲକର ପଧାନି ପଞ୍ଚାୟତ ରାମରାକୁଳରେ ଜଣେ ଯୁବକ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି।  More

  • Rajalaxmi Sahoo
  • 3 years ago

କାହିଁକି ଟାଣିଲା ହନି ଟ୍ରାପ୍‌ ମୋହ ? ସିକ୍ରେଟ୍‌ ତଥ୍ୟ ଦେଇଦେଲେ DRDOର ଠିକା କର୍ମଚାରୀ !

DRDOର ୪ ଠିକା କର୍ମଚାରୀ ଗିରଫ ଘଟଣାରେ ଏହି ନୂଆ ତଥ୍ୟ ମିଳିଛି। ଏହି ୪ ଠିକା କର୍ମଚାରୀ ଜଣେ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ ବୋଲି ସୂଚନା ମିଳିଛି। ଏହି ମହିଳା ଜଣକ ପାକିସ୍ତାନୀ ଏଜେଣ୍ଟ ବୋଲି ସୂଚନା ମିଳିଛି।  More

  • Minati Mishra
  • 3 years ago

ପାଣିଘରରେ ଥିଲେ ୪୭ ଛାତ୍ରଛାତ୍ରୀ, ରାତି ଅଧିଆ ଉଦ୍ଧାର ହେଲେ

ଗତ କିଛି ଦିନ ହେଲା ଲାଗି ରହିଥିବା ଲଗାଣ ବର୍ଷାରେ ବେହାଲ ହୋଇଛି ଜନଜୀବନ। ଅନେକ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ରହିଛି।  ବର୍ଷା ପାଣି ପଶିଯିବାରୁ ଜଳ  ଘେରରେ ରହିଯାଇଛନ୍ତି ସ୍କୁଲ ପିଲା।  ଏପରି ସ୍ଥିତି ଦେଖିବାକୁ ମିଳିଛି  ମୟୂରଭଞ୍ଜ କରଞ୍ଜିଆର ଦୁଧିଆଣି ପଞ୍ଚାୟତ ହାଇସ୍କୁଲରେ।  More

  • Rajalaxmi Sahoo
  • 3 years ago

ମହାନଦୀରେ ଛୋଟ ବା ମଧ୍ୟମ ଧରଣର ବନ୍ୟା ଆଶଙ୍କା: ୨୧ ଲକ୍ଷ ଲୋକ ପ୍ରଭାବିତ; ୩,୮୩୯ଟି ଘର କ୍ଷତିଗ୍ରସ୍ତ

ମହାନଦୀରେ ଏକ ଛୋଟ ବା ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି। ଏନେଇ SRC ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି।ହୀରାକୁଦ ଓ ମହାନଦୀର ଜଳସ୍ତର ନେଇ SRC ସୂଚନା ଦେଇଛନ୍ତି, ହୀରାକୁଦ ତଳ ମୁଣ୍ଡରେ ବର୍ଷା କମିଛି। ହେଲେ ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି।  More

  • Pallipuspa Samal
  • 3 years ago

ବଳକା ରୁଟିରେ ଘରେ ପ୍ରସ୍ତୁତ କରନ୍ତୁ ‘ରୁଟି ସମୋସା’

ଆଜି ଆମେ ବଳକା ରୁଟିରେ ପ୍ରସ୍ତୁତ ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ରୁଟି ସମୋସା’। ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ । More

  • Minati Mishra
  • 3 years ago

ପୋଲ ନାହିଁ, ରଶି ସାହାଯ୍ୟରେ ବଢିଲା ନଦୀ ପାର ହେଉଛନ୍ତି ଗ୍ରାମବାସୀ

ବ୍ରିଜ ନ ଥିବାରୁ ଲୋକେ ଜୀବନକୁ ପାଣି ଛଡେଇ ରଶୀ ସାହାଯ୍ୟରେ ବଢିଲା ନଦୀ ପାର ହେଉଛନ୍ତି।  ଏମିତି ଦୃଶ୍ୟ ସାମ୍ନାକୁ ଆସିଛି ଖୋର୍ଦ୍ଧା ବାଣପୁରର ନିକଟସ୍ଥ ସିଲିଙ୍ଗପଡ଼ା ଗାଁରୁ। More

  • Rajalaxmi Sahoo
  • 3 years ago

୨୪ ଘଣ୍ଟାରେ ରାଜ୍ୟରେ ୪୫୭ କରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୨୦୭ ଆକ୍ରାନ୍ତ ବାହାରିଲେ

ରାଜ୍ୟରେ ୨୪ ଘଣ୍ଟାରେ ୪୫୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୩ ଆକ୍ରାନ୍ତ ଅଛନ୍ତି।କ୍ୱାରେଣ୍ଟିନରୁ ୨୬୫ ଓ ଲୋକାଲ କେସ୍ ୧୯୨ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୨୦୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। More

  • Rajalaxmi Sahoo
  • 3 years ago

Daily Horoscope, 15 Sept 2021: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୧ ମସିହା, ସେପ୍ଟେମ୍ବର ମାସ ୧୫ ତାରିଖ, ବୁଧବାର, ସିଂହ ୩୦ ଦିନ, ଭାଦ୍ରବ ମାସ , ଶୁକ୍ଳପକ୍ଷ, ନବମୀ ତିଥି, ପୂର୍ବାଷଢା ନକ୍ଷତ୍ର, ଧନୁ ଚନ୍ଦ୍ର।ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କର ଦିନ...  More

  • Rajalaxmi Sahoo
  • 3 years ago

ହନି ଟ୍ରାପ୍‌ରେ ପଡ଼ି ତଥ୍ୟ ଦେଇଥିଲେ DRDOର ଠିକା କର୍ମଚାରୀ !

ବାଲେଶ୍ୱର ଚାନ୍ଦିପୁର ସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ITRରୁ DRDO ତଥ୍ୟ ଲିକ୍ ଘଟଣାରେ ମିଳିଛି ହନି ଟ୍ରାପ୍ ଲିଙ୍କ୍। DRDOର ୪ ଠିକା କର୍ମଚାରୀ ଗିରଫ ଘଟଣାରେ ଏହି ନୂଆ ତଥ୍ୟ ମିଳିଛି। ଏହି ୪ ଠିକା କର୍ମଚାରୀ ଜଣେ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ ବୋଲି ସୂଚନା ମିଳିଛି।  More

  • Rajalaxmi Sahoo
  • 3 years ago

ଲଗାଣ ବର୍ଷା ଯୋଗୁ ଫୁଲୁଛି ନଦୀ: ବଢ଼ୁଛି ୭ଟି ନଦୀର ଜଳସ୍ତର,୧୫ ଶହ ଲୋକ ବାହ୍ୟଜଗତରୁ ବିଚ୍ଛିନ୍ନ

ଲଗାଣ ବର୍ଷା ଯୋଗୁ ଫୁଲୁଛି ନଦୀ। ରାଜ୍ୟରେ ୭ଟି ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ନରାଜରେ ବଢୁଛି ମହାନଦୀର ଜଳସ୍ତର। ସେହିପରି ଆଳିପିଙ୍ଗଳରେ ଦେବୀ ନଦୀ ଫୁଲିବାରେ ଲାଗିଛି। ସୁନ୍ଦରଗଡରେ ଇବ୍, ଜେନାପୁର ଓ ପାନପୋଷରେ ବ୍ରାହ୍ଣଣୀ ନଦୀର ଜଳସ୍ତର ବୃଦ୍ଧି ପାଉଛି। More

  • Sarbeswar
  • 3 years ago

ଅଙ୍ଗନବାଡ଼ି ଦିଦିଙ୍କ କୁବେର ଭଳି ସମ୍ପତ୍ତି

ଅଙ୍ଗନବାଡ଼ି ଦିଦିଙ୍କର ସମ୍ପତ୍ତି ୪ କୋଟି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ବେଳେ ୪ କୋଟିର ସଂପତ୍ତି ଠାବ କରିଛି ଭିଜିଲାନ୍ସ। ଭୁବନେଶ୍ୱର କୋରଡ଼କଣ୍ଟର ଅଙ୍ଗନବାଡି କର୍ମୀ କବିତା ମାଥନଙ୍କ ୬ଟି ଘରେ ଭିଜିଲାନ୍ସ ରେଡ୍ କରିଥିଲା More

  • Sarbeswar
  • 3 years ago

ଲଗାଣ ବର୍ଷାରେ ରାଜ୍ୟର ୧୧୧ ବ୍ଲକ୍‌ ପ୍ରଭାବିତ: SRC

ରାଜ୍ୟରେ ଲଗାଣ ବର୍ଷାରେ ୨୦ ଜିଲ୍ଲାର ୧୧୧ ବ୍ଲକ ପ୍ରଭାବିତ ହୋଇଛି। ପ୍ରାଥମିକ ସୂଚନା ଅନୁସାରେ ୩ ହଜାର ୬ଶହ ୯୬ଟି ଗାଁ ଏବଂ ୨୭ଟି ପୌରାଞ୍ଚଳ ପ୍ରଭାବିତ ହୋଇଛି। More

  • Sarbeswar
  • 3 years ago

ବାଃ ବାଃରେ ଯୋଜନା। ୩ ମାସ ତଳେ ଆରମ୍ଭ କରିଥିଲେ ଏବେ ବନ୍ଦ କରିଦେଲେ....

ବନ୍ଦ ହେଲା ରାଜ୍ୟ ସରକାରଙ୍କ ବହୁ ପ୍ରଚାରିତ ଆଶୀର୍ବାଦ ସ୍କିମ୍। ମାତ୍ର ୩ ମାସ ଭିତରେ ଏହି ଯୋଜନାରେ ପଡ଼ିଛି ତାଲା। କୋଭିଡରେ ବାପା, ମାଆଙ୍କୁ ହରାଉଥିବା ପିଲାମାନଙ୍କୁ ସହାୟତା ଯୋଗାଇବା ଲାଗି ଏହି ସ୍କିମ୍ ଆଣିଥିଲେ ରାଜ୍ୟ ସରକାର More

  • Sarbeswar
  • 3 years ago

ବାୟା କଲା ଚୋରା ପୀରତି: ଗାର୍ଲଫ୍ରେଣ୍ଡ ସହ ଗଲେ, ଅପହରଣର ନାଟକ କଲେ

ଅପହରଣ ନୁହେଁ , ବରଂ ପୁରା ନାଟକ। ଭୁବନେଶ୍ୱରର ବହୁ ଚର୍ଚ୍ଚିତ ସ୍ୱିଗି ବୟ ଅପରହରଣ ଅଭିଯୋଗ ମାମଲାର ପର୍ଦ୍ଦାଫାସ୍ ପରେ ଏହା ଜଣାପଡ଼ିଛି। ଚୋରା ପୀରତି ପାଇଁ ଅଭିଯୁକ୍ତ ପତିତପାବନ ପୃଷ୍ଟି ଓରଫ୍ ଚିକୁନ୍ ହିଁ ଏହି ଡ୍ରାମା ରଚିଥିବା କମିଶନରେଟ୍ ପୋଲିସ୍ ସ୍ପଷ୍ଟ କରିଛି More

  • Sarbeswar
  • 3 years ago

ଉପକୂଳ ଛାଡ଼ି ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶାରେ ଛେଚୁଛି ଲଘୁଚାପ ବର୍ଷା

ଜନଜୀବନକୁ କଲବଲ କଲାଣି ଲଘୁଚାପଜନିତ ଲଗାଣ ବର୍ଷା। ଉପକୂଳ ପରେ ଏବେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଦେଖାଇଛି କୋପ। ଚାଷ ଉଜୁଡିଛି, ବାସ ଭାସୁଛି। ଆସନ୍ତା ୪୮ ଘଣ୍ଟା ଭିତରେ ଅବପାତ କ୍ରମଶଃ ଦୁର୍ବଳ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାବେଳେ ୧୧ ଜିଲ୍ଲାକୁ ଦେଇଛି ୟେଲୋ ୱାର୍ଣ୍ଣିଂ More