• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 30 July 2021

  • Satyendu Shekher Mishra
  • 3 years ago

ସ୍ମାର୍ଟ ଫୋନ୍‌ ପ୍ରତି ଅଭିଭାବକ ସାବଧାନ ! ୟୁଟ୍ୟୁବ୍ ନଦେଖିଲେ ପିଲାଙ୍କୁ ନିଦ ହଉନି, ଦେଖନ୍ତୁ ପୁରା ରିପୋର୍ଟ..

ସ୍ମାର୍ଟଫୋନ ଓ ସୋସିଆଲ ମିଡିଆ ଆପ୍ ପ୍ରତି ବଢୁଛି କୋମଳମତି ଶିଶୁଙ୍କ ଆସକ୍ତି । ଫେସ୍‌ବୁକ୍ ଓ ଇନ୍‌ଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ଆପ୍ ବ୍ୟବହାର କରିବାକୁ ୮ରୁ ୧୮ ବର୍ଷ ବର୍ଗର ୫୨.୯ ପିଲା ସ୍ମାର୍ଟଫୋନ ରଖିଥିବା ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ କରିଥିବା ସର୍ଭେରୁ ଜଣାପଡିଛି । More
  • Pramod Behera
  • 3 years ago

କରୋନାରେ ୬, ୫୬୨ ପିଲା ବାପା-ମାଆ ଛେଉଣ୍ଡ

କରୋନାରେ ସାରା ଦେଶରେ ଯେତିକି ପିଲା ବାପା ମାଆ ଛେଉଣ୍ଡ ହୋଇଛନ୍ତି, ସେଥି ମଧ୍ୟରୁ ଦ୍ୱିତୀୟ ସର୍ବାଧିକ ପିଲା ଓଡ଼ିଶାର। ଦେଶରେ ସର୍ବମୋଟ ୭୫ ହଜାର ୩୨୦ ପିଲା ବାପା, ମାଆଙ୍କୁ ହରାଇଥିବା ବେଳେ ଓଡ଼ିଶାରେ ସେଭଳି ପିଲାଙ୍କ ସଂଖ୍ୟା ୬ ହଜାର ୫୬୨ ବୋଲି ସୁପ୍ରିମକୋର୍ଟରେ ସତ୍ୟପାଠ ଜରିଆରେ ଦର୍ଶାଇଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ NCPCR। More
  • Pramod Behera
  • 3 years ago

ଓଏସ୍‌ଏସ୍‌ସି ପିଏସ୍‌ଙ୍କ ଘରେ ଚଢଉ : ଦେଢ କେଜି ସୁନା, ସାଢେ ୩ କୋଟି ସଂପତ୍ତି ଠାବ

ଦେଢ଼ କେଜି ସୁନା, ନଗଦ ୨୫ ଲକ୍ଷ ଟଙ୍କା, ପାଖାପାଖି ସାଢ଼େ ୩ କୋଟିର ସଂପତ୍ତି ତା’ ସାଙ୍ଗକୁ ଆହୁରି କେତେ କଣ ଏଭଳି ବିପୁଳ ପରିମାଣର ଆୟବହିର୍ଭୁତ ସଂପତ୍ତି ଭିଜିଲାନ୍ସ ରେଡ୍‌ରୁ ଜଣେ ଷ୍ଟାଫ୍ ସିଲେକ୍ସନ୍ କମିଶନଙ୍କ ପିଏସ୍‌ଙ୍କ ଘରୁ ଠାବ ହୋଇଛି। ଏହାକୁ ନେଇ ହଇଚଇ ସୃଷ୍ଟି ହୋ‍ଇଛି। More
  • Sarbeswar
  • 3 years ago

କେମିତି ପୋଡ଼ି ହୋଇଗଲେ ୬ ଓଡ଼ିଆ ଶ୍ରମିକ?

ଭୟଙ୍କର..ବୀଭତ୍ସ...ଘଟଣା। ନା ବର୍ଣ୍ଣନା କରିହେଉଛି, ନା ସେ ଚିତ୍ରକୁ ସ୍ପଷ୍ଟ ଦେଖିହେଉଛି। ମଣିଷଙ୍କ ଶବ ପଡ଼ିଛି ଜାକୁ ଜୁକି ହୋଇ। ଆଉ ତାହାରି ଭିତରେ ସାଇଣ୍ଟିଫିକ୍ ଟିମକୁ ଧରି ଚାଲିଛି ଆନ୍ଧ୍ର ପୋଲିସର ତନାଘନା । କାରଣ ଛଅ ଛଅ ଜଣ ଖଟିଖିଆ ମଣିଷଙ୍କ ଶୋଚନୀୟ ଭାବେ ଗୁଣ୍ଟୁର ଜିଲ୍ଲା ରେପାଲ ସ୍ଥିତ ଲଙ୍କେଭାନିଡିବାରେ ମୃତ୍ୟୁ ହୋଇଛି। ଯାହାଙ୍କ ଘର ସୁଦୂର ରାୟଗଡ଼ା ଜିଲ୍ଲା ଗୁଣୁପୁର ଏବଂ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ More
  • Satyendu Shekher Mishra
  • 3 years ago

ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ UGC ମାନ୍ୟତା

ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ UGC ମାନ୍ୟତା । ଟ୍ୱିଟ୍ କରି ସୂଚନା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆବଶ୍ୟକ ତଥ୍ୟ ଦେଲେ ଖୁବଶୀଘ୍ର କେନ୍ଦ୍ରୀୟ ଅନୁଦାନ ପାଇବେ । କିଛି ଦିନ ତଳେ ୟୁଜିସି ତାଲିକାରୁ ବାଦ୍ ପଡ଼ିଥିଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ । ଏହାକୁ ନେଇ ବିଭିନ୍ନ ଜିଲ୍ଲାରେ ଛାତ୍ର ଆନ୍ଦୋଳନ ଦେଖା ଦେଇଥିଲା ।

  • Satyendu Shekher Mishra
  • 3 years ago

ପିଏସ୍‌ଙ୍କ ଘରୁ ନଗଦ ୨୫ ଲକ୍ଷ ଟଙ୍କା ସହ ଦେଢ କେଜି ସୁନା ଜବତ

OSSC ସଦସ୍ୟଙ୍କ ପିଏସ୍‌ଙ୍କ ଘରେ ଭିଜିଲାନ୍ସ ରେଡ୍ ଘଟଣା । ଘର ରେଡ୍ ବେଳେ ମିଳିଲା ୩ କୋଟି ୭୯ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସମ୍ପତ୍ତି । ପିଏସ୍‌ଙ୍କ ୨ଟି ଦୁଇ ମହଲା କୋଠା, ୧୪ଟି ପ୍ଲଟ ଠାବ । ନଗଦ ୨୫ ଲକ୍ଷ ଟଙ୍କା ସହ ଦେଢ କେଜି ସୁନା ଜବତ ହୋଇଥିବା ସୂଚନା । ଜବତ ସୁନାର ମୂଲ୍ୟ ୬୦ ଲକ୍ଷରୁ ଊର୍ଦ୍ଧ୍ୱ ହେବା ନେଇ ଭିଜିଲାନ୍ସର ସୂଚନା । ଏବେ ମଧ୍ୟ ପିଏସ୍‌ଙ୍କ ଘରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ ।
 

  • Satyendu Shekher Mishra
  • 3 years ago

୧୮୫ ଜୁନିଅର ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିଯୁକ୍ତି ଦେଲେ ସରକାର

୧୮୫ ଜୁନିଅର ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିଯୁକ୍ତି ଦେଲେ ସରକାର । ସମସ୍ତ ୧୮୫ ଜୁନିଅର ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଗୃହ ବିଭାଗରେ ନିଯୁକ୍ତି
ନବନିଯୁକ୍ତଙ୍କୁ ଶୁଭେଚ୍ଛା ଜଣାଇ ନିଷ୍ଠାର ସହ କାମ କରିବାକୁ କହିଲେ ମୁଖ୍ୟମନ୍ତ୍ରୀ ।

  • Satyendu Shekher Mishra
  • 3 years ago

ଦାରିଙ୍ଗବାଡ଼ିର ପୂର୍ବତନ ସହକାରୀ JEଙ୍କୁ ୩ ବର୍ଷ କାରାଦଣ୍ଡାଦେଶ

ଦାରିଙ୍ଗବାଡ଼ିର ପୂର୍ବତନ ସହକାରୀ JEଙ୍କୁ ୩ ବର୍ଷ କାରାଦଣ୍ଡାଦେଶ । ଦଣ୍ଡାଦେଶ ଶୁଣାଇଲେ ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ୨୦୧୮ରେ ଲାଞ୍ଚ ନେଇ ଗିରଫ ହୋଇଥିଲେ JE ଚିତ୍ତରଞ୍ଜନ ବଳିଆରସିଂହ  ।

  • Satyendu Shekher Mishra
  • 3 years ago

ଅଗଷ୍ଟ ୨୭ରେ ହେବ ମାଧ୍ୟମିକ ସ୍କୁଲ ଶିକ୍ଷକ ଚୟନ ପରୀକ୍ଷା OSSTET

ଅଗଷ୍ଟ ୨୭ରେ ହେବ ମାଧ୍ୟମିକ ସ୍କୁଲ ଶିକ୍ଷକ ଚୟନ ପରୀକ୍ଷା OSSTET । ଅଗଷ୍ଟ ୨୭ରେ ପରୀକ୍ଷା ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ।

  • Satyendu Shekher Mishra
  • 3 years ago

କୌଣସି ବ୍ୟକ୍ତି ଜ୍ୱର ହୋଇ ହସ୍ପିଟାଲ ଆସିଲେ ୨ଟି ଟେଷ୍ଟ କରାଯିବ

କୌଣସି ବ୍ୟକ୍ତି ଜ୍ୱର ହୋଇ ହସ୍ପିଟାଲ ଆସିଲେ ୨ଟି ଟେଷ୍ଟ କରାଯିବ । ଉଭୟ କୋଭିଡ୍ ଓ ଡେଙ୍ଗୁ ଟେଷ୍ଟ କରାଯିବ କହିଲେ ଡିଏମ୍ଇଟି । ଡେଙ୍ଗୁ ଷ୍ଟ୍ରେନ୍ ୪ ପ୍ରକାର, ଭୁବନେଶ୍ୱରରେ D1 ଷ୍ଟ୍ରେନ, ରାୟଗଡ଼ାରେ D2 । ୨୦୧୫ରୁ ଡେଙ୍ଗୁ ଓଡ଼ିଶାରେ ଦେଖାଯାଉଛି, ତା ପାଇଁ ପଲିସି ବି ରହିଛି । ଡେଙ୍ଗୁ ମଶା ସକାଳେ ଓ ସଂଧ୍ୟାରେ କାମୁଡ଼ନ୍ତି କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ବସ୍ତି ନୁହେଁ, ସଂଭ୍ରାନ୍ତ ଅଞ୍ଚଳର ଲୋକ ବେଶି ଆକ୍ରାନ୍ତ ହେଉଥିବା ଦେଖାଯାଉଛି । ଏଥିପାଇଁ ସବୁ ସୋସାଇଟିମାନଙ୍କୁ ସଚେତନ ପାଇଁ କୁହାଯାଇଛି ବୋଲି କହିଛନ୍ତି ନିର୍ଦ୍ଦେଶକ । ସବୁ ସରକାରୀ ହସ୍ପିଟାଲରେ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ ଖୋଲିବ କହିଲେ ନିର୍ଦ୍ଦେଶକ ।

  • Satyendu Shekher Mishra
  • 3 years ago

ସୁନ୍ଦରଗଡ଼: ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ୍ ସହ ୫ ହଜାର ଜରିମାନା

ସୁନ୍ଦରଗଡ଼: ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ୍ ସହ ୫ ହଜାର ଜରିମାନା । ୨୦୧୩ରେ ରଘୁନାଥପାଲି ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିଲା । ମାମଲାର ବିଚାର କରି ଦଣ୍ଡାଦେଶ କଲେ ସୁନ୍ଦରଗଡ଼ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ।

  • Satyendu Shekher Mishra
  • 3 years ago

ଇ-ଉପସ୍ଥାନ ଉନ୍ମୋଚନ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

ଇ-ଉପସ୍ଥାନ ଉନ୍ମୋଚନ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସ୍କୁଲରେ ଶିକ୍ଷକ, ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଏହି ଆପ୍‌ରେ ଗ୍ରହଣ କରାଯିବ
ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ପାଇଁ ଅଭିନବ ପଦକ୍ଷେପ କହିଲେ ମନ୍ତ୍ରୀ ।

  • Satyendu Shekher Mishra
  • 3 years ago

ଟିକା ପାଇଁ ଠେଲା ପେଲା, ନିର୍ଧୁମ୍‌ ପିଟିଲା ପୋଲିସ

ଟିକା ପାଇଁ ଠେଲା ପେଲା ହେବାରୁ ଲୋଙ୍କୁ ପିଟିଲା ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା କୃତିବାସ ଭବନ ଟିକାକରଣ କେନ୍ଦ୍ରରେ । More

  • Satyendu Shekher Mishra
  • 3 years ago

ଗୁଣପୁରରୁ ୪ କ୍ୱିଣ୍ଟାଲ ୨୦ କେଜି ଗଞ୍ଜେଇ ଜବତ; ୫ ଗିରଫ

ଗୁଣପୁର: ୪ କ୍ୱିଣ୍ଟାଲ ୨୦ କେଜି ଗଞ୍ଜେଇ ଜବତ; ୫ ଗିରଫ । ପାଟ୍ରୋଲିଂ ବେଳେ କେନ୍ଦୁଗୁଡ଼ା ନିକଟରୁ ଜବତ କଲା ପଦ୍ମପୁର ପୋଲିସ । ଗଞ୍ଜେଇ ସହ ନଗଦ ଏକ ଲକ୍ଷ ଏକ ହଜାର ଟଙ୍କା ମଧ୍ୟ ଜବତ । ପଦ୍ମପୁର ଅଞ୍ଚଳରୁ ଗୋଟିଏ ଟ୍ରକ୍ରେ ଝାଡଖଣ୍ଡକୁ ଚାଲାଣ ହେଉଥିଊଲା । ଟ୍ରକ୍‌କୁ ଏସକର୍ଟ କରି ନେଉଥିବା ଗୋଟିଏ କାର ମଧ୍ୟ ଜବତ କଲା ପୋଲିସ ।

  • Satyendu Shekher Mishra
  • 3 years ago

ସୁନ୍ଦରଗଡ଼: ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ୍ ସହ ୫ ହଜାର ଜରିମାନା

ସୁନ୍ଦରଗଡ଼: ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ୍ ସହ ୫ ହଜାର ଜରିମାନା । ୨୦୧୩ରେ ରଘୁନାଥପାଲି ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିଲା । ମାମଲାର ବିଚାର କରି ଦଣ୍ଡାଦେଶ କଲେ ସୁନ୍ଦରଗଡ଼ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ

  • Satyendu Shekher Mishra
  • 3 years ago

ହାଇକୋର୍ଟରେ ମାମଲା ଶୁଣାଣିର ସିଧାପ୍ରସାରଣକୁ ବାର ଆସୋସିଏସନ୍‌ର ବିରୋଧ

ହାଇକୋର୍ଟରେ ମାମଲାର ଶୁଣାଣି ବେଳେ ସିଧା ପ୍ରସାରଣ ବ୍ୟବସ୍ଥାକୁ ସ୍ଥଗିତ ରଖିବାକୁ ମୁଖ୍ୟ ବିଚାରପତିଙ୍କୁ ହାଇକୋର୍ଟ ବାର୍ ଆସୋସିଏସନ ପକ୍ଷରୁ ଚିଠି । More

  • Satyendu Shekher Mishra
  • 3 years ago

ଟୋକିଓ ଅଲିମ୍ପିକ୍ସ: ପୁରୁଷ ହକିରେ ଭାରତର ଦମଦାର ବିଜୟ 

ଟୋକିଓ ଅଲିମ୍ପିକ୍ସ: ପୁରୁଷ ହକିରେ ଭାରତର ଦମଦାର ବିଜୟ । ଆୟୋଜକ ଜାପାନକୁ ୫-୩ ଗୋଲରେ ହରାଇଲା ଭାରତ ।

  • Satyendu Shekher Mishra
  • 3 years ago

OSSC ସଦସ୍ୟଙ୍କ ପିଏସ୍‌ଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଘଟରା, ମିଳିଲା ନଗଦ ୨୫ ଲକ୍ଷ ଟଙ୍କା

OSSC ସଦସ୍ୟଙ୍କ ପିଏସ୍‌ଙ୍କ ଘରେ ଭିଜିଲାନ୍ସ ଚଢ଼ଉ ପରେ ମିଳିଲା ନଗଦ ୨୫ ଲକ୍ଷ ଟଙ୍କା । ପିଏସ୍ ବିରଞ୍ଚି ସାହୁଙ୍କ ଘରୁ ମିଳିଲା ନଗଦ ୧୨ ଲକ୍ଷ ଟଙ୍କା । ସକାଳେ ବିରଞ୍ଚିଙ୍କ ଶଳାଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କା ମିଳିଥିଲା । ବିରଞ୍ଚଙ୍କ ଘରୁ ନଗଦ ୧୨ ଲକ୍ଷ ଟଙ୍କା ସହ ସୁନା ଗହଣା ଜବତ କଲା ଭିଜିଲାନ୍ସ । ଘଟଣା ନେଇ ମୁହଁ ଖୋଲିଲେନି ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁ । କହିଲେ ‘ମ୍ୟାଟର ଅଣ୍ଡର ଇନ୍‌କ୍ୱାରୀ, ମୁଁ କିଛି କହିପାରିବିନି’ 

  • Satyendu Shekher Mishra
  • 3 years ago

OSSC ସଦସ୍ୟଙ୍କ ପିଏସ୍‌ଙ୍କ ଘରେ ଭିଜିଲାନ୍ସ ରେଡ୍ ଘଟଣା

OSSC ସଦସ୍ୟଙ୍କ ପିଏସ୍‌ଙ୍କ ଘରେ ଭିଜିଲାନ୍ସ ରେଡ୍ ଘଟଣା । ଘଟଣାକୁ ନେଇ OSSC ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ପ୍ରତିକ୍ରିୟା । ଘଟଣାର ଇଣ୍ଟରନାଲ୍ ଇନ୍‌କ୍ୱାରୀ କରାଯିବ । ଦୃଢ ପଦକ୍ଷେପ ନିଆଯିବ । ଏତେ ଗୁଡ଼ିଏ ଟଙ୍କା ସେ କେଉଁଠୁ, କେମିତି ଆଣିଲେ ତଦନ୍ତ କରାଯିବ । OSSCର ସମସ୍ତ ପରୀକ୍ଷାଠାରୁ ବିରଞ୍ଚି ଦୂରରେ ରହନ୍ତି । ଘଟଣାରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ ତଦନ୍ତ ପରେ ଜଣାପଡ଼ିବ । 

ନିଜ ପିଏସ୍‌ଙ୍କ ସଂପତ୍ତି ନେଇ OSSC ସଦସ୍ୟ ଜଗନ୍ନାଥ ଲେଙ୍କାଙ୍କ ପ୍ରତିକ୍ରିୟା । ମୋର ଏ ଘଟଣାରେ କୌଣସି ନେଣଦେଣ ନାହିଁ । ମୁଁ ଏସବୁ ବିଷୟରେ କିଛି ଜାଣିନି, ଏତେ ଟଙ୍କା କେଉଁଠୁ ଆସିଲା କହିପାରିବିନି । ଘଟଣାର ଭିଜିଲାନ୍ସ ତଦନ୍ତ କରୁଛି, ସତ୍ୟାସତ୍ୟ ପଦାକୁ ନିଶ୍ଚିତ ଆସିବ ।

  • Rajalaxmi Sahoo
  • 3 years ago

ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ

ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ। ଗତକାଲି ବିଳମ୍ବିତ ରାତିରେ ବର୍ଷା ଯୋଗୁ ଗଜପତି ଜିଲ୍ଲା ମୋହନା ବ୍ଲକ୍‌ ବାଲିପଙ୍କ ଗାଁ ନିକଟରେ ଥିବା ଅସ୍ଥାୟୀ ପୋଲ ଭାସି ଯାଇଛି। ଏଥିଯାଗୁ ୬ଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଧାଡିଆମ୍ବ, ବାଘମାରି, ବଡସିନ୍ଧବା ପଞ୍ଚାୟତର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ ତିତିଲି ବାତ୍ୟା ସମୟରେ ତିଆରି ହୋଇଥିବା ପୋଲଟି ଧୋଇଯିବା ପରେ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା।  

  • Rajalaxmi Sahoo
  • 3 years ago

ନାବାଳିକାର ଅଶ୍ଲୀଳ ଭିଡିଓ ଭାଇରାଲ କରି ବନ୍ଧା ହେଲେ ୩

କେନ୍ଦ୍ରାପଡ଼ା ଅଞ୍ଚଳର ଜଣେ ନାବାଳିକାର ଅଶ୍ଲୀଳ ଭିଡିଓ ଭାଇରାଲ ଅଭିଯୋଗ ଘଟଣାରେ ୩ ଜଣଙ୍କୁ ଗିରଫ କଲା ସଦର ଥାନା ପୋଲିସ। ପଶ୍ଚିମବଙ୍ଗ ନଦିଆ ଜିଲ୍ଲାରୁ ଦୁଇଜଣ ରାଜମିସ୍ତ୍ରୀ ଓ ସାଲେପୁରରୁ ସେମାନଙ୍କ ସହଯୋଗୀକୁ ଗିରଫ କରାଯାଇଛି। ଅଭିଯୁକ୍ତ ମାନେ ହେଲେ ମିଲନ, ମୁଲାୟମ, ଦେବଦତ୍ତ ବୋଲି ଏସଡିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅଭିଯୋଗ ଅନୁସାରେ, ନାବାଳିକାଙ୍କ ପରିବାର ପକ୍ଷରୁ ନୂତନ ଭାବେ ଏକ ଗୃହ ର୍ନିମାଣ କରାଯାଉଛି। ଏହି ଗୃହ ର୍ନିମାଣର ଦାୟିତ୍ୱରେ ଥିବା ଜଣେ ବଙ୍ଗାଳି ମିସ୍ତ୍ରୀ ନାବାଳିକା ସହିତ ବିଭିନ୍ନ ସମୟରେ ଭିଡିଓ କଲ ମାଧ୍ୟରେ କଥା ହୋଇଥାନ୍ତି। ଆଉ ସମ୍ପର୍କ ନିବିଡ଼ ହେବା ପରେ ଏହାର ଫାଇଦା ନେଇ ନାବାଳିକାର ଅଶ୍ଲୀଳ ଭିଡିଓ ଉତ୍ତୋଳନ କରି ସ୍କ୍ରିନ୍ ସଟ୍ କରି ଫଟୋ ଉଠାଇ ରଖିଥିଲେ। ହେଲେ ନାବାଳିକାଙ୍କ ପରିବାର ସହ ପଡୋଶୀ ସହ ବିବାଦ ହୋଇଥିଲା। ଏହି ବିବାଦକୁ ନେଇ  ବଙ୍ଗାଳି ମିସ୍ତ୍ରୀ ଓ ପଡୋଶୀ ମିଶି ନାବାଳିକାଙ୍କ ଅଶ୍ଲୀଳ ଫଟୋକୁ ବିଭିନ୍ନ ହ୍ୱାଟ୍ସଆପ୍ ଏବଂ ଇନଷ୍ଟାଗ୍ରାମ ଗ୍ରୁପରେ ଭାଇରଲ କରିଥିଲେ। 

  • Rajalaxmi Sahoo
  • 3 years ago

ରାଜ୍ୟ ବାହାର ଲୋକ ମଧ୍ୟ ଓଡ଼ିଶାରେ ରାସନ ପାଇପାରିବେ

‘ଗୋଟିଏ ଦେଶ ଗୋଟିଏ ରାସନ’ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଯୋଜନା ଦ୍ୱାରା ରାଜ୍ୟ ବାହାର ଲୋକ ମଧ୍ୟ ଓଡ଼ିଶାରେ ରାସନ ପାଇପାରିବେ। ବାହାର ରାଜ୍ୟରେ ରହୁଥିବା ଓଡ଼ିଶା ଲୋକ ବି ସେଠାରୁ ରାସନ ପାଇ ପାରିବେ। ‘ଗୋଟିଏ ଦେଶ ଗୋଟିଏ ରାସନ ଯୋଜନା’ ଦ୍ୱାରା ରାଜ୍ୟର ୧୦, ୫୭୮ ସୁଲଭ ମୂଲ୍ୟ ଦୋକାନରୁ ହିତାଧିକାରୀ ସୁବିଧା ପାଇପାରିବେ। ଏହାବ୍ୟତୀତ ମାଲକାନଗିରି ଜିଲ୍ଲାରେ ଭିଟାମିନ ଯୁକ୍ତ ଚାଉଳ ପ୍ରଦାନ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ ହୋଇଛି। ଭିଟାମିନ୍ ଯୁକ୍ତ ଚାଉଳରେ ଭିଟାମିନ୍ ବି-୧୨ ଏବଂ ଫୋଲିକ୍ ଏସିଡ୍ ଥିବାରୁ ଏହା ଗରିବ ଲୋକଙ୍କ ସମେତ ବିଶେଷ କରି ବାଳିକା ଓ ମହିଳାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପୂର୍ବରୁ ଭୁବନେଶ୍ୱର ସହରରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ୱାନ୍ ନେସନ୍, ୱାନ୍ ରେସନ୍ ଯୋଜନା କାର୍ଯ୍ୟକାରୀ ହୋଇଛି। 

  • Rajalaxmi Sahoo
  • 3 years ago

ରାଜ୍ୟରେ ଅନଲକ୍ ସମ୍ଭାବନା ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ରାଜ୍ୟରେ ଅନଲକ୍ ସମ୍ଭାବନା ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର। ସେ କହିଛନ୍ତି, ଆମେ ବର୍ତ୍ତମାନ ଅନ୍‌ଲକ୍‌ ଟ୍ରାକରେ ଅଛୁ। କେସ୍‌ ଲୋଡ଼ କମିଛି। ମଲ୍‌ ଖୋଲିବାକୁ ଅନୁମତି ଦେବା ପୂର୍ବରୁ ଡବଲ୍‌ ଡୋଜ ଟୀକା ନେଇଥିବା ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଉ। ମଲ୍‌ ଭିତରେ ଥିବା ଫୁଡ଼ କୋର୍ଟକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଉ। 

  • Rajalaxmi Sahoo
  • 3 years ago

କୋହଳ ହେବ କି କରୋନା କଟକଣା ?

ଅଗଷ୍ଟ ୧ ପରେ କ’ଣ ହେବ ? କରୋନା କଟକଣା କୋହଳ ହେବ କି ? ଯଦି ହେବ କେତେ ମାତ୍ରାରେ କୋହଳ ହେବ ?  ଏନେଇ ଡିଏମ୍ଇଟି ମୁଖ୍ୟ କହିଛନ୍ତି, ସଂପୂର୍ଣ୍ଣ ଅନ୍‌ଲକ୍‌ ହେବା ଭଳି ସ୍ଥିତି ରାଜ୍ୟରେ ଏଯାଏ ସୃଷ୍ଟି ହୋଇ ନାହିଁ। ଅଗଷ୍ଟ ମାସ ପାଇଁ ଆସନ୍ତାକାଲି ନୂଆ ଗାଇଡ୍ ଲାଇନ୍ ଘୋଷଣା କରାଯିବ। କଟକ ଭୁବନେଶ୍ୱରରେ କରୋନା ସ୍ଥିତି ସ୍ଥିର ରହିଛି। 

  • Rajalaxmi Sahoo
  • 3 years ago

ରାଜ୍ୟର ୬୩ ହଜାରରୁ ଅଧିକ ପ୍ରାଥମିକ ଶିକ୍ଷକଙ୍କୁ ମିଳିବ ପଦୋନ୍ନତି

ରାଜ୍ୟର ୬୩,୩୦୩ ଜଣ ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ମିଳିବ। ଏହାସହ ଉଚ୍ଚ ପ୍ରାଥମିକ ସ୍ତରରେ ବିଭିନ୍ନ ବିଷୟପାଇଁ ଶିକ୍ଷକ ପଦବୀ ପୂରଣ ହେବ ଏବଂ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ପ୍ରଧାନ ଶିକ୍ଷକ ପଦବୀ ଗୁଡିକ ମଧ୍ୟ ପୂରଣ ହୋଇପାରିବ। More

  • Sarbeswar
  • 3 years ago

ପୁରୀ ବେଳାଭୂମୀରେ ମିଳିବ ନାହିଁ ମଦ: ଗୋଆ ଭଳି ହେବ ନି ବିଚ୍‌

ତେବେ ପୂର୍ବରୁ ପୁରୀ ବେଳାଭୂମିରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ବା OTDC ପକ୍ଷରୁ ମଦ୍ୟ ପାନ ବ୍ୟବସ୍ଥା କରାଯିବାକୁ ସ୍ଥିର ହୋଇଥିଲା । ବିଚ୍ ସ୍ନାକ୍ସ ନାଁରେ ଖୋଲିବାର ଯୋଜନା ଥିବା ବେଳେ ଗୋଆ ଭଳି ପୁରୀ ବେଳାଭୂମୀରେ ଏହି ବ୍ୟବସ୍ଥା ପାଇଁ ଓଟିଡିସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ପର୍ଯ୍ୟଟକଙ୍କ ପାଇଁ ମଦ୍ୟପାନ ବ୍ୟବସ୍ଥା ମଧ୍ୟ କରାଯିବା ପାଇଁ ସ୍ଥିର ହୋଇଥିଲା। ଏଥିପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଥିଲା। More

  • Rajalaxmi Sahoo
  • 3 years ago

ମାଟ୍ରିକ ଅଫ୍‌ଲାଇନ୍‌ ପରୀକ୍ଷା ଦେଲେ ସୋରଡ଼ା ବିଧାୟକ

ବିଭିନ୍ନ କାରଣରୁ ମାଟ୍ରିକ ପରୀକ୍ଷା ଦେଇ ପାରିନଥିବା ଗଞ୍ଜାମ ଜିଲ୍ଲା ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଆଜି ମାଟ୍ରିକ ପରୀକ୍ଷା ଦେଉଛନ୍ତି। ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଗଞ୍ଜାମ ଜିଲ୍ଲା ସୋରଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି।  More

  • Rajalaxmi Sahoo
  • 3 years ago

ବ୍ୟବସାୟୀଙ୍କୁ ଗୁଳିମାଡ଼

ଖୋର୍ଦ୍ଧା ବାଘମାରୀ ବଜାରରେ ଗୁଳିମାଡ଼। ଗତକାଲି ରାତିରେ ସ୍ଥାନୀୟ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ଼ କରିବା ସହ ତାଙ୍କ ନିକଟରୁ ଟଙ୍କା ଲୁଟ୍ କରି ନେଇଛନ୍ତି ଦୁର୍ବୃତ୍ତ। ଗୁରୁତର ବ୍ୟବସାୟୀଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି। ଲୁଟ୍ ପାଇଁ ଏହି ଗୁଳିମାଡ଼ ହୋଇଛି, ନାଁ ଏହା ପଛରେ ଅନ୍ୟ କିଛି କାରଣ ରହିଛି ସେନେଇ କିଛି ବି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଖବର ଅନୁସାରେ. ବାଘମାରୀ ବଜାରରେ ଦୋକାନ ବନ୍ଦ କରି  ବ୍ୟବସାୟୀ ଜଣଙ୍କ ଘରକୁ ଯାଉଥିଲେ। ଏହି ସମୟରେ ୨ ଜଣ ଦୁର୍ବୃତ୍ତ ପଲସରରେ ଆସି ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ। 

  • Rajalaxmi Sahoo
  • 3 years ago

ପଥରରେ ଛେଚି ହତ୍ୟା

ପଥରରେ ଛେଚି ଜଣକୁ ହତ୍ୟା। କୋରାପୁଟ ଜୟପୁର ସହର ଲକ୍ଷ୍ମୀ ପଣ୍ଡା ଛକରେ ଜଣେ ବ୍ୟକ୍ତିଙ୍କୁ କେହି ପଥରରେ ଛେତି ହତ୍ୟା କରିଥିବା ସନ୍ଦେହ କରାଯାଉଛି।  ମୃତକଙ୍କ ପରିଚୟ ମିଳିନି।  କିଏ ଓ କାହିଁକି ହତ୍ୟା କଲା, ସେନେଇ କାରଣ ଅସ୍ପଷ୍ଟ ରହିଛି। ଏକ କୁଡ଼ିଆରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ଜୟପୁର ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

  • Rajalaxmi Sahoo
  • 3 years ago

ଘଞ୍ଚ ଜଙ୍ଗଲରେ ଘଞ୍ଚ ଜଙ୍ଗଲରେ

ମାଓବାଦୀଙ୍କ ସହିଦ ସପ୍ତାହ ପାଳନ ଅବସରରେ ମାଓ ମେଳି। ପୋଲିସ ଗୁଳିରେ ନିହତ ହୋଇଥିବା ମାଓବାଦୀଙ୍କୁ ଶ୍ରଦ୍ଧାଞ୍ଜଳି ଲାଗି ଏହି ମାଓମେଳିର ଆୟୋଜନ କରାଯାଇଛି। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ଘଞ୍ଚ ଜଙ୍ଗଲରେ ଏହି ସଭାର ଆୟୋଜନ କରାଯାଇଥିଲା। ଏହି ମାଓମେଳିରେ ହଜାର ହଜାର ସଂଖ୍ୟାରେ ଲୋକେ ସାମିଲ ହୋଇଥିଲେ। ମାଓ ସଂଗଠନକୁ ସୁଦୃଢ କରିବାକୁ ଏହି ମାଓ ମେଳିର ଆୟୋଜନ କରାଯାଇଥିଲା। ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଚାଲିବ ମାଓବାଦୀଙ୍କ ସହିଦ ସପ୍ତାହ।

  • Rajalaxmi Sahoo
  • 3 years ago

କଟକରେ ନକଲି ଘଣ୍ଟା ଜବତ, ନାମୀଦାମୀ ବ୍ରାଣ୍ଡ୍‌ ନାଁରେ ଚାଲିଥିଲା ବିକ୍ରି

ଦେଖିବାକୁ ଅସଲି, ହେଲେ ଜିନିଷ ନକଲି। ବାହାରୁ ଶସ୍ତାରେ ଘଣ୍ଟା ଆଣି ତା’ଉପରେ ନାମୀଦାମୀ ବ୍ରାଣ୍ଡ୍‌ର ଲୋଗୋ ଓ ଷ୍ଟିକର ଲଗାଇ ଅଧିକ ଦାମ୍‌ରେ ଚାଲିଥିଲା ବିକ୍ରି। ଶେଷରେ ଏହି ଠକାମୀ ପୋଲିସ୍‌ ହାତରେ ଧରାପଡ଼ି ଯାଇଥିଲା। More

  • Rajalaxmi Sahoo
  • 3 years ago

ରାଜ୍ୟରେ ୧୫୫୮ ନୂଆ କରୋନା ସଂକ୍ରମିତ ଚିହ୍ନଟ, କେବଳ ଖୋର୍ଦ୍ଧାରୁ ବାହାରିଲେ ୪୭୯ ପଜିଟିଭ୍‌

ରାଜ୍ୟରେ ୧୫୫୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇ ଥିବାବେଳେ ଖୋର୍ଦ୍ଧାରୁ ସର୍ବାଧିକ ୪୭୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୯୦୪ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୬୫୪ ରହିଛି। More

  • Rajalaxmi Sahoo
  • 3 years ago

୬ ଜିଲ୍ଲାରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ବାଂଲାଦେଶ ଉପକୂଳ ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ୱେଲ୍‌ ମାର୍କଡ୍‌ ଲୋ’ ପ୍ରେସର ଏରିଆ ସକ୍ରିୟ ରହିଛି। ଏହା ପଶ୍ଚିମ ଦିନଗରେ ଗତି କରି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ବିହାର ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। More

  • Satyendu Shekher Mishra
  • 3 years ago

ଅସନ୍ତୁଷ୍ଟଙ୍କ ପାଇଁ ଶେଷ ସୁଯୋଗ, ରାତି ପାହିଲେ ମାଟ୍ରିକ୍ ପରୀକ୍ଷା

ଅସନ୍ତୁଷ୍ଟଙ୍କ ପାଇଁ ଶେଷ ସୁଯୋଗ । କାଲିଠାରୁ ଆରମ୍ଭ ହେବ ମାଟ୍ରିକ୍ ଅଫ୍ ଲାଇନ୍ ପରୀକ୍ଷା । ନିଜ ପ୍ରଦର୍ଶନରେ ସୁଧାର ଆଣିବାକୁ କାଲିଠାରୁ ରାଜ୍ୟର ୧୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । More

  • Satyendu Shekher Mishra
  • 3 years ago

ସରକାରଙ୍କ ମୁଖା ଖୋଲିଦେଲେ ଗାଁର କୁନି କୁନି ପିଲା..

ଛୋଟ ପିଲା ସିନା, ମୁଣ୍ଡରେ କିନ୍ତୁ ବଡ଼ ଚିନ୍ତା । ପ୍ରଶାସନିକ ସ୍ତରରେ ଯାହା ହୋଇପାରିଲାନି, ମେଳି ବାନ୍ଧି କରି ଦେଖାଇଲେ । କାଦୁଅ, ଖାଲଖମା ଭର୍ତ୍ତି ରାସ୍ତାର ମରାମତି କଲେ । More

  • Sarbeswar
  • 3 years ago

ଏଣିକି ବାଘଙ୍କର ହେବ ଡିଏନଏ ପ୍ରୋଫାଇଲିଂ

ସେପଟେ ସୁନାବେଡ଼ା ଜଙ୍ଗଲ ହେବ ବାଘ ଅଭୟାରଣ୍ୟ। ଶିମିଳିପାଳ, ସାତକୋଶିଆ ପରେ ସୁନାବେଡ଼ାକୁ ବାଘ ଅଭୟାରଣ୍ୟ ମାନ୍ୟତା ପାଇଁ ଏନଟିସିଏ ମାନକ ପୂରଣ କାର୍ଯ୍ୟ ଜାରି ରହିଛି। ଅନ୍ୟପକ୍ଷରେ ଦେଶରେ ବାଘ ସଂଖ୍ୟା ବଢୁଥିବା ବେଳେ ରାଜ୍ୟରେ ସଂଖ୍ୟା କମି କମି ଯାଉଛି। ଏହା ପୂର୍ବରୁ ୨୦୧୮ ଓ ୨୦୧୪ରେ ହୋଇଥିବା ଗଣନାରେ ବାଘଙ୍କ ସଂଖ୍ୟା ଥିଲା ମାତ୍ର ୨୮। ଏଥିପାଇଁ ଏଥର ବାଘ ଗଣନାରେ ପୂର୍ବଥର ଭଳି ୧୫ ବଦଳରେ ଅଧିକ ବନଖଣ୍ଡକୁ ସାମିଲ କରାଯିବ ବୋଲି ପିସିସିଏଫ୍ ସୂଚନା ଦେଇଛନ୍ତି। More

  • Sarbeswar
  • 3 years ago

“ମାସିକିଆ ଚାନ୍ଦା ନଦେଲେ ସାଙ୍ଘାତିକ ହଇରାଣ ହେବ”

ତେବେ ନଭେମ୍ବର ୯ ତାରିଖରେ ଯାଇଥିବା ଏହି ଭାଇରଲ ଇମେଲରେ ଲେଖାଯାଇଛି ଯେ, ଯଦି ମାସିକିଆ ଚାନ୍ଦା ଦିଆନଯାଏ ତେବେ ସ୍ଥାନୀୟ ପ୍ରଶାସନ, ସ୍ଥାନୀୟ ପୋଲିସ, ଲୋକାଲ ୟୁନିଅନ, ଆଞ୍ଚଳିକ ପ୍ରଦୂଷଣ ବିଭାଗ ଅଫିସରଙ୍କର ଆଦୌ ସହଯୋଗ ମିଳିବ ନାହିଁ। ତେଣୁ ଯଥାଶୀଘ୍ର ସେମାନଙ୍କର ମାସିକ ଚାନ୍ଦା ରିଲିଜ କରାଯାଉ।ଏପରିକି କାଳିଆପାଣି IIC ମଧ୍ୟ ଫୋନ କରି କାଳୀପୂଜା ଭେଟି ପାଇଁ ତାଗିଦ କରିଲେଣି ବୋଲି ଏଥିରେ ଉଲ୍ଲେଖ ରହିଛି। More

  • Satyendu Shekher Mishra
  • 3 years ago

ଅଗଷ୍ଟ ୨୩ରୁ କମନ PG ପ୍ରବେଶିକା ପରୀକ୍ଷା

ଅଗଷ୍ଟ ୨୩ରୁ କମନ PG ଏଣ୍ଟ୍ରାନ୍ସ । କମନ PG ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଗଷ୍ଟ ୨ରୁ ୧୪ ତାରିଖ ମଧ୍ୟରେ ଅନଲାଇନ୍‌ରେ ଆବେଦନ କରିପାରିବେ ପରୀକ୍ଷାର୍ଥୀ । More