oca-logo-new

Agriculture

1. Kamala Pujari
ନାମ : କମଳା ପୂଜାରୀ

ସଫଳତା / ଉପଲବ୍ଧି

୨୦୦୨ ରେ ଦକ୍ଷିଣ ଆଫ୍ରିକାର ଜୋହନ୍ସବର୍ଗରେ ଭାରତର ପ୍ରତିନିଧିତ୍ୱ କରି ଇକ୍ୱେଟର ଇନିସିଏଟିଭ୍ ଆୱାର୍ଡ ପାଇଛନ୍ତି କମଳା ପୂଜାରୀ । ୧୦୦ ରୁ ଅଧିକ ବିଭିନ୍ନ କିସମର ଧାନ ସଂରକ୍ଷିତ କରି ଜର୍ଚ୍ଚାକୁ ଆସିଛନ୍ତି ସେ । ପ୍ରଥମ ଆଦିବାସୀ ମହିଳା ଯେକି ଓଡ଼ିଶା ଯୋଜନା ବୋର୍ଡ଼ର ସଦସ୍ୟ ହେବାର ଗୈାରବ ଅର୍ଜନ କରିଛନ୍ତି ।

Voting Closed

2. Ladu Kishore Rath
ନାମ : ଲଡ଼ୁ କିଶୋର ରଥ

ସଫଳତା / ଉପଲବ୍ଧି

ଗଞ୍ଜାମ ବିଏମ୍ ଜେମାଦେଇପୁରର ଲଡ଼ୁ କିଶୋର ରଥ ଶିକ୍ଷକ ଭାବେ ପରିଚିତ । ଲଡ଼ୁ କିଶୋର, ଜଣେ ପୋଖତ ଚାଷୀ ନିଜର ୩୫ ଏକର ପରିବ୍ୟାପ୍ତ ଜମିରେ ସେ କଦଳୀ, ଅାମ୍ବ, ପଣସ, ନଡ଼ିଆ, ଅମୃତଭଣ୍ଡା, ଲେମ୍ବୁ, କାଜୁ, ସପୁରୀ ସହିତ ବାଦାମ ଏବଂ ମାଛଚାଷ କରନ୍ତି । ସମନ୍ୱିତ କୃଷିକୁ ଆପଣାଇବା ସହ ପ୍ରତିବର୍ଷ ପ୍ରାୟ ୧୫୦୦ କୃଷି ଶ୍ରମିକଙ୍କୁ ରୋଜଗାରବି ଦେଉଛନ୍ତି ଲଡ଼ୁ କିଶୋର ରଥ ।

Voting Closed

ନାମ : ସୁଜୟ ପ୍ରଧାନ

ସଫଳତା / ଉପଲବ୍ଧି

ଏକର ଏକର ଜମିରେ କଫି ବଗିଚା, ସେଥିରେ ପୁଣି ଗୋଲମରିଚ, ଗୁଜୁରାତି, ଅଳେଇଚ, ଡ଼ାଲଚିନି ଭଳି ମସଲା ଜାତୀୟ ଚାଷର ସମ୍ଭାର ରହିଛି ସୁଜୟ ପ୍ରଧାନଙ୍କ ଫାର୍ମରେ । ନିଜ ଫାର୍ମରୁ ଉତ୍ପାଦିତ କଫିରୁ ସୁଜୟ ବାର୍ଷିକ ୩୦ ଲକ୍ଷ ଟଙ୍କାର କାରବାର କରୁଥିବା ବେଳେ ୧୦ ରୁ ୧୨ ଲକ୍ଷ ଟଙ୍କା ଲାଭ କରନ୍ତି ସେ । ଏହାସହ ନିଜ ଫାର୍ମରେ ସେ ୬୦ ରୁ ୭୦ ଲୋକଙ୍କୁ ମଧ୍ୟ ରୋଜଗାରର ପନ୍ଥା ଯୋଗାଇଛନ୍ତି ।

Voting Closed

ନାମ : ତିରୁପତି ଗନ୍ତାୟତ

ସଫଳତା / ଉପଲବ୍ଧି

ପ୍ରାୟ ୩୨ଏକର ଜମିରେ ତିରୁପତି ଗନ୍ତାୟତ କରିଛନ୍ତି ବିଭିନ୍ନ ପ୍ରକାର ଚାଷ ସେ ଚେରି ହେଉ କି ଷ୍ଟ୍ରବେରି, ଅାମ୍ବ, ଅାମ୍ବଡ଼ା ହେଉକି ଖଟାମିଠା ଓ୍ୱାଟର ଅାପୁଲ । ୨୦୧୭ରେ ତିରୁପତିଙ୍କ ପାର୍ମରୁ ପ୍ରାୟ ୨୨ଲକ୍ଷ ଟଙ୍କାର କାରବାର ହୋଇଛି ବର୍ଷସାରା ପ୍ରାୟ ୬୦ରୁ ୮୦ ଲୋକ ତିରୁପତିଙ୍କ କ୍ଷେତରେ କାମକରି ରୋଜଗାର କରିପାରୁଛନ୍ତି ।

Voting Closed

Art & Culture

ନାମ : ଗୁରୁ ବନମାଳୀ ମହାରଣା

ସଫଳତା / ଉପଲବ୍ଧି

ଶାସ୍ତ୍ରୀୟ ସଙ୍ଗୀତ ଧାରାରେ ନୃତ୍ୟ ସଙ୍ଗୀତ ସହ ମର୍ଦ୍ଦଳକୁ ସମାନ୍ତରାଳ ମର୍ଯାଦା ଦେବାରେ ଗୁରୁ ବନମାଳୀ ମହାରଣାଙ୍କ ଅବଦାନ ଅତୁଳନୀୟ । ତାଙ୍କ ପାଇଁ ମର୍ଦ୍ଦଳ ଶିକ୍ଷା ସାରା ବିଶ୍ୱରେ ପରିଚିତ ପାଇଛି । ମର୍ଦ୍ଦଳବାଦନକୁ ରାଜ୍ୟ ତଥା ରାଜ୍ୟବାହାରେ ପ୍ରତିଷ୍ଠା କରିବାରେ ଗୁରୁ ବନମାଳୀ ମହାରଣାଙ୍କର ଅବଦାନ ବେଶ ଗୁରୁତ୍ୱପୂର୍ଣ୍ଣ ।

Voting Closed

ନାମ : କ୍ଷେତ୍ରମୋହନ ମେହେର

ସଫଳତା / ଉପଲବ୍ଧି

ଶାଢ଼ୀରେ ନୁଆ ଟେକ୍ନିକ୍ ପ୍ରୟୋଗ କରି ସମ୍ବଲପୁରୀ ହ୍ୟାଣ୍ଡଲୁମ୍ସ କୁ ବିଶ୍ୱ ଦରବାରରେ ଲୋକପ୍ରିୟ କରାଇବାରେ କ୍ଷେତ୍ରମୋହନ ମେହେରଙ୍କର ମହତ୍ୱପୂର୍ଣ୍ଣ ଅବଦାନ ରହିଛି । ପ୍ରାୟ ୩୦୦ ଟସର କାରିଗରଙ୍କୁ ବିଭିନ୍ନ ଡ଼ିଜାଇନ୍ ଏବଂ ଶାଢ଼ୀ ବୁଣିବାର କଳା ଓ କୈାଶଳ ଶିଖାଇଛନ୍ତି କ୍ଷେତ୍ରମୋହନ ।

Voting Closed

ନାମ : ଶିଳ୍ପୀ ମନବୋଧ ରଣା

ସଫଳତା / ଉପଲବ୍ଧି

ଟେରାକୋଟା ଶିଳ୍ପରେ ଉଚ୍ଚକୋଟୀର କାମପାଇଁ ୧୯୮୭ରେ ମନବୋଧ ରଣାଙ୍କୁ ମିଳିଛି ରାଷ୍ଟ୍ରପତି ପୁରସ୍କାର । ମନବୋଧଙ୍କ ତତ୍ୱ୍ୱାବଧାନରେ ବିଭିନ୍ନ ଟେରାକୋଟା ହସ୍ତଶିଳ୍ୱକୁ ଆପଣାଇ ପ୍ରାୟ ୩୦୦ରୁ ଉଦ୍ଦ୍ୱର୍ ପରିବାର ରୋଜଗାରକ୍ଷମ ହୋଇପାରିଛନ୍ତି । ପ୍ରାୟ ୪୫ ବର୍ଷ ଧରି ଟେରାକୋଟା ହସ୍ତଶିଳ୍ପର କଳାକୁ ଆଦରିନେବା ସହିତ ନିଜ ପରିବାର ଓ ଅନ୍ୟମାନଙ୍କ ପାଇଁ ସେ ରୋଜଗାରର ମାଧ୍ୟମ ସାଜିଛନ୍ତି ।

Voting Closed

ନାମ : ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ର

ସଫଳତା / ଉପଲବ୍ଧି

ଦେଶ ବିଦେଶରେ ବିଭିନ୍ନ ମଂଚରେ ବହୁବାର ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିବାସହିତ ଚେନ୍ନାଇ ନାଟ୍ୟକଳା କନ୍ଫରେସନ୍ ଇଂଲଣ୍ଡ, ଆମେରିକା, ମସ୍କୋ ଏବଂ ସାନ୍ଫ୍ରାନ୍ସିସ୍କୋର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଓଡ଼ିଶୀ ନୃତ୍ୟ ପ୍ରଶିକ୍ଷଣ ଦେଇଆସୁଛନ୍ତି । ସଙ୍ଗୀତ ନାଟକ ଏକାଡ଼େମୀ ଦ୍ୱାରା ଆୟୋଜିତ ନ୍ୟାସନାଲ ସର୍ଚ୍ଚ ଫର ୟଙ୍ଗ ଟାଲେନ୍ଟ ଇନ୍ ଡ଼୍ୟାନସର ବିଚାରକ ମଧ୍ୟ ।

Voting Closed

Business

ନାମ : ସୁଶାନ୍ତ କୁମାର ପଣ୍ଡା

ସଫଳତା / ଉପଲବ୍ଧି

ଓଡ଼ିଶା ମସଲା ବ୍ୟବସାୟରେ ଏକ ଅତି ପରିଚିତ ନାଁ ଭାରତ ମସଲା । ଜୟ ଭାରତ ସ୍ପାଇସେସ୍‌ ପ୍ରାଇଭେଟ୍‌ ଲିମିଟେଡ଼ର ପରିଚାଳନା ନିର୍ଦେଶକ, ସୁଶାନ୍ତ କୁମାର ପଣ୍ଡା । ୬୦ ଭେରାଇଟିଜି୍‌ର ମସଲା ସହିତ ପ୍ରାୟ ୩୦୦ ପ୍ରକାର ପ୍ୟାକିଂ ପ୍ରସ୍ତୁତ ହେଉଛି ସୁଶାନ୍ତଙ୍କ ମସଲା କଂପାନୀରେ । ଓଡ଼ିଶା ତଥା ଦେଶର ୨୫ଟି ରାଜ୍ୟ ଏବଂ ବିଶ୍ୱର ପ୍ରାୟ ୧୫ଟି ଦେଶରେ ଭାରତ ମସଲା ଗ୍ରାହକଙ୍କ ପସନ୍ଦଯୋଗ୍ୟ ହୋଇପାରିଛି ।

Voting Closed

ନାମ :ଶ୍ରୀଜତ୍ ମିଶ୍ର

ସଫଳତା / ଉପଲବ୍ଧି

ରାଜ୍ୟ ତଥା ଦେଶର ଏକାଧିକ ନାଁକରା ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ସେବା ଯୋଗାଇଅାସୁଛି କଳିଙ୍ଗ ସଫ୍ଟୱେୟାର୍‌ ଏବଂ ଭୋରଦୁଜା । ଯାହାର ପରିଚାଳନା ନିର୍ଦେଶକ ହେଉଛନ୍ତି ଶ୍ରୀଜତ୍‌ ମିଶ୍ର ।

Voting Closed

ନାମ : ସନ୍ଦୀପ ଗୁହା ରଏ

ସଫଳତା / ଉପଲବ୍ଧି

ପ୍ରାଇମ୍‌ ଗ୍ରୁପ୍‌ ଅଫ୍‌ ଇଣ୍ଡଷ୍ଟ୍ରିର ପ୍ରତିଷ୍ଠାତା ତଥା ଏମ୍‌.ଡ଼ି ହେଉଛନ୍ତି ସନ୍ଦୀପ ଗୁହା ରଏ । ସସ୍‌, ଅାଚାର, ନୁଡୁଲସ୍‌, ଜାମ୍‌, ନମକିନ୍‌ ଏବଂ ବିଭିନ୍ନ ପ୍ରକାର ମସଲାକୁ ମିଶାଇ ପ୍ରାୟ ୫୬ ପ୍ରକାର ଅାଇଟମ୍‌ ସହିତ ପ୍ରାୟ ୪୦୦ ଭେରାଇଟିଜ୍‌ର ଖାଦ୍ୟ ସାମଗ୍ରୀ ଏଠାରେ ପ୍ରସ୍ତୁତ ହେଉଛି ।

Voting Closed

ନାମ :ପ୍ରକାଶ କୁମାର ବିଶ୍ୱାଳ

ସଫଳତା / ଉପଲବ୍ଧି

ରାଜ୍‌ ଇଲେକ୍ଟ୍ରୋନିକ୍ସର ପ୍ରତିଷ୍ଠାତା ପ୍ରକାଶ କୁମାର ବିଶ୍ୱାଳ । ଏବେ ଓଡ଼ିଶାର ବିଭିନ୍ନ ସ୍ଥାନରେ ରାଜ୍‌ ଇଲେକ୍ଟ୍ରୋନିକ୍ସର ୧୬ଟି ସପିଂ ସେଣ୍ଟର ରହିଛି। ପ୍ରକାଶଙ୍କର ଏହି ସମସ୍ତ ସେଣ୍ଟରରୁ ଗତବର୍ଷ ପାଖାପାଖି ୨୫୦ କୋଟି ଟଙ୍କାର କାରବାର ହୋଇଥିବା ଜଣାପଡ଼ିଛି।

Voting Closed

Education

ନାମ : ପ୍ରଫେସର ଡ଼. ଧ୍ରୁବରାଜ ନାୟକ

ସଫଳତା / ଉପଲବ୍ଧି

ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ଼. ଧ୍ରୁବରାଜ ନାୟକ । ଓଡ଼ିଶା ବିଜ୍ଞାନ ଏକାଡେମୀର ବରିଷ୍ଠ ବୈଜ୍ଞାନିକ ଭାବେ ସେ ପରିଚିତ । ମାଛ ଠାରୁ ଅାରମ୍ଭ କରି ସ୍ତନ୍ୟପାୟୀ ପ୍ରାଣୀ ପର୍ଯ୍ୟନ୍ତ ସମସ୍ତଙ୍କ ପିଟ୍ୟୁଟାରି ଗ୍ଲାଣ୍ଡ୍‌ ଉପରେ ଗବେଷଣା କରିଛନ୍ତି ଡ଼. ନାୟକ । ଡ଼. ନାୟକଙ୍କ ଲିଖିତ ୫୦ଟି ସଂପୂଣ୍ର୍ଣ ପେପର ଏବଂ ୧୦୦ଟି ଗବେଷଣାତ୍ମକ ରିପୋର୍ଟ ପ୍ରକାଶ ପାଇଛି ।

Voting Closed

ନାମ : ପ୍ରଫେସର ଡ. ଗୋପିନାଥ ମହାପାତ୍ର

ସଫଳତା / ଉପଲବ୍ଧି

ଦୀର୍ଘ ୩୭ ବର୍ଷର ଅଧ୍ୟାପନା ଜୀବନ ସାଙ୍ଗକୁ ସଂସ୍କୃତ ଭାଷା ସାହିତ୍ୟରେ ଗବେଷଣା ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା Certificate of Honourରେ ସେ ସମ୍ମାନୀତ ହୋଇଛନ୍ତି। ପ୍ରଫେସର ଡ଼ ଗୋପିନାଥ ମହାପାତ୍ର । ୩୮ଖଣ୍ଡ ପୁସ୍ତକ ରଚନା କରିବା ସହିତ ୧୩୧ଟି ଗବେଷଣାତ୍ମକ ପ୍ରବନ୍ଧ ରଚନା କରିଛନ୍ତି ପ୍ରଫେସର ଗୋପିନାଥ ମହାପାତ୍ର ।

Voting Closed

ନାମ : ପ୍ରଫେସର ସଙ୍ଘମିତ୍ରା ମହାନ୍ତି

ସଫଳତା / ଉପଲବ୍ଧି

ଓଡ଼ିଶା ବିଜ୍ଞାନ ଏକାଡ଼େମୀର ଅଧ୍ୟକ୍ଷ ପ୍ରଫେସର ସଂଘମିତ୍ରା ମହାନ୍ତି । ଇଣ୍ଡିଅାନ୍‌ ଲାଙ୍ଗୁଏଜ୍‌ ଟେକେ୍ନାଲୋଜି ସଲ୍ୟୁସନ୍‌ସର ୧୩ଟି ବିଭାଗରେ ପ୍ରଫେସର ମହାନ୍ତିଙ୍କର Intellectual property Rights ରହିଛି। ଅାନ୍ତର୍ଜାତିକ ମାଗାଜିନ୍‌ରେ ତାଙ୍କର ୧୬୦ରୁ ଉଦ୍ଧ୍ର୍ୱ ଗବେଷଣାତ୍ମକ ଆର୍ଟିକିଲ ପ୍ରକାଶ ପାଇଛି। ୨୦୧୨ରେ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ପ୍ରଫେସର ସଂଘମିତ୍ରା ମହାନ୍ତିଙ୍କୁ ସାମନ୍ତ ଚନ୍ଦ୍ରଶେଖର ଅାୱାର୍ଡରେ ସମ୍ନାନୀତ କରାଯାଏ ।

Voting Closed

ନାମ :ପ୍ରଫେସର ଉମାଚରଣ ମହାନ୍ତି

ସଫଳତା / ଉପଲବ୍ଧି

ଶିକ୍ଷା ଓ ଗବେଷଣା କେ୍ଷତ୍ରରେ ପ୍ରାୟ ୪୭ବର୍ଷର ଅନୁଭୂତି ରହିଛି। ଏବେ ସେ ଅାଇ.ଅାଇ.ଟି ଭୁବନେଶ୍ୱରର ଭିଜିଟିଂ ପ୍ରଫେସର ଭାବେ କାର୍ଯ୍ୟରତପ୍ରଫେସର ଉମାଚରଣ ମହାନ୍ତି ।୨୦୧୩ରୁ ୨୦୧୫ ବର୍ଷ ମଧ୍ୟରେ ଓଡ଼ିଶା ବିଜ୍ଞାନ ଏକାଡେମୀର ଅଧ୍ୟକ୍ଷ ଭାବେ ସେ କାର୍ଯ୍ୟ କରିଛନ୍ତି। ଏ କେ୍ଷତ୍ରରେ ମହତ୍ତ୍ୱପୂଣ୍ର୍ଣ ଅବଦାନ ପାଇଁ ପ୍ରଫେସର ଉମାଚରଣ ମହାନ୍ତିଙ୍କୁ ଶାନ୍ତିସ୍ୱରୂପ ଭଟ୍ଟ୍‌ନାଗର ସମ୍ମାନ ମିଳିଛି।

Voting Closed

Entertainment

ନାମ : ଅଟଳ ବିହାରୀ ପଣ୍ଡା

ସଫଳତା / ଉପଲବ୍ଧି

ନାଟକରେ ବେଶ ରୁଚି ରଖୁଥିବା ଅଟଳ ବିହାରୀ ପ୍ରଥମରୁ ଜଣେ ଗୀତିକାର ଭାବରେ ଅାକାଶବାଣୀରେ ପରିଚିତି ପାଅାନ୍ତି । ତାଙ୍କ ଲିଖିତ ପ୍ରଥମ ନାଟକ ‘ଫଟା କପାଳ’ । କୋଶଳୀ ଭାଷାରେ ୩୫ଟି ନାଟକ ସହିତ ଓଡିଅା ଭାଷାରେ ୩୦ଟି ନାଟକ ଲେଖିଛନ୍ତି ଅଟଳ ବିହାରୀ ପଣ୍ଡା ।‘ଅାଦିମ ବିଚାର’ରେ ଅଭିନୟ କରି ଜାତୀୟ ସ୍ତରରେ ସମ୍ମାନୀତ ହୋଇଛନ୍ତି ଏହି ଅଭିନେତା ।

Voting Closed

ନାମ : ଗୀତା ଦାସ

ସଫଳତା / ଉପଲବ୍ଧି

୧୯୮୧ରେ ଓଡିଅା ଚଳଚ୍ଚିତ୍ର ‘ଛ ମାଣ ଅାଠଗୁଣ୍ଠ’ରେ ପ୍ରଥମ କରି କଣ୍ଠଦାନ କରନ୍ତି ଗୀତା ଦାସ | ୧୯୮୫ର ଓଡିଅା ଫିଲ୍ମ ‘ଗୃହଲକ୍ଷ୍ମୀ’ ପାଇଁ ଶ୍ରେଷ୍ଠ ଗାୟିକା ଭାବେ ତାଙ୍କୁ ମିଳେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର | ନିଜର ୪୫ ବର୍ଷ ସଙ୍ଗୀତ କ୍ୟାରିୟରରେ ୫ଥର ଶ୍ରେଷ୍ଠ ଗାୟିକା ଭାବରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛନ୍ତି ଗୀତା ଦାଶ |

Voting Closed

ନାମ : କୈଳାଶ ବେହେରା

ସଫଳତା / ଉପଲବ୍ଧି

୧୯୭୧ରୁ ଯାତ୍ରା ପାର୍ଟିରୁ ଅାରମ୍ଭ ହୁଏ ତାଙ୍କର ଅଭିନୟ ଜୀବନ | ନାଟକରେ ନାରୀ ଚରିତ୍ରରେ ଅଭିନୟ କରି ଜିତିିଛନ୍ତି ଯାତ୍ରାପେ୍ରମୀଙ୍କ ହୃଦୟ | ପରେ ପରେ ସେ ବନିଯାନ୍ତି ଯାତ୍ରା ଜଗତର ଦୃଦଶ ଖଳନାୟକ | ଅାଉ ଏବେ ଚରିତ୍ର ଅଭିନେତା ଭାବେ ତାଙ୍କର ବେଶ ଖ୍ୟାତି ରହିଛି | ଦୀର୍ଘ ୨୬ବର୍ଷରୁ ଉର୍ଦ୍ଧ ସମୟ ଧରି ସେ ଶିବାନୀ ଗଣନାଟ୍ୟରେ ଅଭିନୟ କରି ଅନେକ ପ୍ରଶଂସା ସାଉଁଟିଛନ୍ତି |

Voting Closed

ନାମ : ଅଭିନେତ୍ରୀ ନମ୍ରତା ଦାସ

ସଫଳତା / ଉପଲବ୍ଧି

ପ୍ରାୟ ୪୦ ବର୍ଷରୁ ଅଧିକ ସମୟ ଧରି ଓଡିଅା ଚଳଚ୍ଚିତ୍ର ଜଗତ ସହିତ ଜଡିତ ରହିଅାସିଛନ୍ତି ଅଭିନେତ୍ରୀ ନମ୍ରତା ଦାସ । ପାଖାପାଖି ୩୦୦ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି ।

Voting Closed

Politics

ନାମ : ପ୍ରଦୀପ ମାଝୀ

ସଫଳତା / ଉପଲବ୍ଧି

ନବରଙ୍ଗପୁରର ପୂର୍ବତନ ଲୋକସଭା ସଦସ୍ୟ ପ୍ରଦୀପ ମାଝୀ |ଏବେ ଓଡିଶା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଭାବେ କାର୍ଯ୍ୟରତ | ଓଡିଶା ପ୍ରଦେଶ ଯୁବ କଂଗ୍ରେସର ପୂର୍ବତନ ସଭାପତି ପ୍ରଦୀପ ମାଝୀ |୨୦୦୨ରେ ପ୍ରଦୀପ ଅାରମ୍ଭ କରିଥିଲେ ଗରିବ ସେନା ସଙ୍ଗଠନ ଗରିବି ମୂଳୋତ୍ପାଟନ, ଜଳ ଉତ୍ସର ସୁ-ବିନିଯୋଗ ଏବଂ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କତ ପ୍ରସଙ୍ଗରେ ବେଶ୍‌ ଗୁରୁତ୍ୱ ଦେଇଥାନ୍ତି ପ୍ରଦୀପ ମାଝୀ |

Voting Closed

ନାମ : ପ୍ରଦୀପ ପୁରୋହିତ

ସଫଳତା / ଉପଲବ୍ଧି

ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ବିଧାନସଭା ସଦସ୍ୟ ପ୍ରଦୀପ ପୁରୋହିତ | ଜନ ଆନ୍ଦୋଳନରୁ ରୁ ଜଣେ ଦକ୍ଷ ରାଜନେତା ପାଲଟିଛନ୍ତି ପ୍ରଦୀପ | ଗନ୍ଧମାର୍ଦ୍ଧନ ସୁରକ୍ଷା ଆନ୍ଦୋଳନରେ ସେ ଥିଲେ ମୁଖ୍ୟ ପୁରୋଧା | ନିଜ ଅଞ୍ଚଳରେ ଯୁବ ବାହିନୀ ଗଠନ କରି କେନ୍ଦ୍ର ତଥା ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ପ୍ରଦୀପ ପୁରୋହିତ |

Voting Closed

ନାମ : ରମେଶ ମାଝୀ

ସଫଳତା / ଉପଲବ୍ଧି

ନବରଙ୍ଗପୁର ଜିଲ୍ଲାର ବିଜୁ ଜନତା ଦଳର ନେତା, ତଥା ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ । ଏବେ ତଫସିଲଭୁକ୍ତ ଜାତି ଓ ଜନଜାତି କଲ୍ୟାଣ, ସଂଖ୍ୟାଲଘୁ ସଂପ୍ରଦାୟ ଏବଂ ପଛୁଅା ବର୍ଗ କଲ୍ୟାଣ ମନ୍ତ୍ରୀ ଭାବେ ଦୟିତ୍ୱ ତୁଲାଉଛନ୍ତି ରମେଶ ଚନ୍ଦ୍ର ମାଝୀ । ପୂର୍ବରୁ ସେ ବାଣିଜ୍ୟ ଓ ପରିବହନ ବିଭାଗର ମଧ୍ୟ ମନ୍ତ୍ରୀ ଥିଲେ | ଜଣେ ଟାଣୁଅା ଅାଦିବାସୀ ନେତା ଭାବେରେ ବେଶ ଲୋକପ୍ରିୟ ରମେଶ ଚନ୍ଦ୍ର ମାଝୀ | ୨୦ ବର୍ଷ ବୟସରେ ବ୍ଳକ ଚେୟେରମ୍ୟାନ, ୨୫ ବର୍ଷ ବୟସରେ ଜିଲ୍ଲା ପରିଷଦ ସଭ୍ୟ, ୨୭ରେ ବିଧାୟକ ଏବଂ ୩୧ବର୍ଷ ବୟସରେ ମନ୍ତ୍ରୀ ହୁଅନ୍ତି ରମେଶ ମାଝୀ |

Voting Closed

ନାମ : ଡ଼. ସମ୍ବିତ ପାତ୍ର

ସଫଳତା / ଉପଲବ୍ଧି

୨୦୧୦ରେ ବିଜେପି ଦିଲ୍ଲୀ ୟୁନିଟର ପ୍ରବକ୍ତା ଭାବେ ସମ୍ବିତଙ୍କୁ ନିଯୁକ୍ତି ମିଳେ ା ୨୦୧୨ରେ ଦିଲ୍ଲୀର ମୁନିସପାଲ୍‌ ନିର୍ବାଚନରେ ବିଜେପି ପାର୍ଥୀ ହୋଇ ସଫଳତା ପାଇନଥିଲେ ବି ପରେ ରାଜନୀତିରେ ନିଜକୁ ସମ୍ପୂଣ୍ର୍ଣ ଭାବେ ନିୟୋଜିତ କରନ୍ତି ସମ୍ବିତ୍‌ ା୨୮ ଅକଟୋବର ୨୦୧୭ରୁ Oil and Natural Gas Corporation limited (ONGC)ର ଅନ୍ୟତମ ନିଦେ୍ର୍ଦଶକ ଭାବେ କାର୍ଯ୍ୟ କରି ଅାସୁଛନ୍ତି ଡ଼. ସମ୍ବିତ୍‌ ପାତ୍ର ା

Voting Closed

Social Service

ନାମ : ଡ଼ି ପ୍ରକାଶ ରାଓ

ସଫଳତା / ଉପଲବ୍ଧି

ଦୀର୍ଘ ୫୪ବର୍ଷ ଧରି ଚା’ ଦୋକାନ ହିଁ ପ୍ରକାଶଙ୍କୁ ଦେଖାଇଛି ଜୀବନ ଓ ଜୀବିକାର ରାହା। ସମାଜସେବା କରିବାର ବାଟ ମଧ୍ୟ କଢାଇଛି। କଟକ ବଡ଼ ମେଡ଼ିକାଲରେ ଅଜଣା ଓ ଅଚିହ୍ନା ରୋଗୀଙ୍କୁ ସେବା ଓ ସହଯୋଗର ହାତ ବଢାଇବା ସହିତ ଏକ ନିଅାରା ଦୃଷ୍ଟାନ୍ତ ସୃଷ୍ଟିକରିଛନ୍ତି ୬୧ବର୍ଷ ବୟସ୍କ ଡ଼ି ପ୍ରକାଶ ରାଓ । ତାଙ୍କର ଡ୍ରିମ୍‌ ପ୍ରୋଜେକ୍ଟ, ‘ଅାଶା ଓ ଅାଶ୍ୱାସନା ବସ୍ତି ବିଦ୍ୟାଳୟ’ ମାଧ୍ୟମରେ ୭୫ଜଣ ଗରିବ ତଥା ବସ୍ତି ପିଲାମାନଙ୍କୁ ମାଗଣାରେ ପାଠ ପଢାଇବାର ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ନିଜ ଚା’ ଦୋକାନରୁ ଉପାର୍ଜିତ ଅର୍ଥରାଶିର ଏକ ହିଂସ ଭାଗ ଖର୍ଚ୍ଚ କରିଥାନ୍ତି ସମାଜସେବୀ ଡ଼ି ପ୍ରକାଶ ରାଓ।

Voting Closed

ନାମ : କୈଳାସ ଚନ୍ଦ୍ର ଦଣ୍ଡପାଟ

ସଫଳତା / ଉପଲବ୍ଧି

ଦୀର୍ଘ ୩୬ବର୍ଷ ଧରି କାମ କରିଅାସୁଛନ୍ତି ସମାଜସେବୀ କୈଳାସ ଚନ୍ଦ୍ର ଦଣ୍ଡପାଟ । ତାଙ୍କରି ଉଦ୍ୟମରେ ଦାରିଙ୍ଗବାଡ଼ିର ୨୧ଟି ଗ୍ରାମ ପଞ୍ଚାୟତ ଏବେ ମଦମୁକ୍ତ ହୋଇପାରିଛି। ‘ଜାଗୃତି’ ନାମକ ସେ୍ୱଛାସେବୀ ସଂଗଠନ କରି ଲୋକଙ୍କୁ ଅାଥିର୍କ ଶସକ୍ତିକରଣ ପାଇଁ କାମ କରୁଛନ୍ତି କୈଳାସ ଦଣ୍ଡପାଟ । ମହିଳା ସଂଗଠନ ଏବଂ ୨୧୫ଟି ସ୍ୱେଚ୍ଛାସେବୀ ସଂଗଠନକୁ ଏକାଠି କରି ବାର୍ଷିକ ପ୍ରାୟ ୩୧୨ଲକ୍ଷ ଟଙ୍କାର କାରବାର କରିବାରେ ସଫଳ ହୋଇଛନ୍ତି ସେ ।

Voting Closed

ନାମ : ସେବତୀ ସିଂ

ସଫଳତା / ଉପଲବ୍ଧି

କେନ୍ଦୁଝର ଜିଲ୍ଲା ବନାଯୋଡ଼ୀ ଠାରେ ‘ଅାନନ୍ଦାଶ୍ରମ’ ନାମକ ଜରାନିବାସ ସ୍ଥାପନକରି ବୃଦ୍ଧବୃଦ୍ଧାଙ୍କୁ ଶେଷ ଜୀବନ ପର୍ଯ୍ୟନ୍ତ ପ୍ରତିପୋଷଣର ଦାୟିତ୍ୱ ନେଇଛନ୍ତି ସେବତୀ । ତାଙ୍କ ଅାଶ୍ରମରେ ଏବେ ୫୦ଜଣ ବୃଦ୍ଧ ଓ ବୃଦ୍ଧାଙ୍କ ସହିତ ନିରାଶ୍ରୟ ମହିଳା ବି ରହୁଛନ୍ତି । ଜାତୀୟ ମହିଳା କମିଶନଙ୍କ ସହାୟତାରେ ସେବତୀ ୨୬୮ଟି ପାରିବାରିକ ମନୋମାଳିନ୍ୟ ଓ ଛାଡ଼ପତ୍ର ମାମଲାର ସମାଧାନ କରିବା ସହିତ ନିର୍ଯାତିତା ମହିଳାମାନଙ୍କୁ ଥଇଥାନ କରିବାରେ ସହାୟତା କରିଛନ୍ତି । ୧୯୯୫ ମସିହାରୁ HIV/AIDS ଉପରେ ସଚେତନତା ମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ କର୍ମଶାଳା ଅାୟୋଜନ କରିଅାସୁଛନ୍ତି ସେ ।

Voting Closed

ନାମ : ଶ୍ୟାମ ସୁନ୍ଦର ଜାଲ୍‌

ସଫଳତା / ଉପଲବ୍ଧି

୩୩ ବର୍ଷ ତଳୁ ଅାରମ୍ଭ ହେଇଥିବା ଶ୍ୟାମ ସୁନ୍ଦର ଜାଲ୍‌ଙ୍କର ଏହି ଅାଶ୍ରମରେ ଏବେ ୯୮ଜଣ ଶିଶୁ ଲାଳନପାଳନ ହେଉଛନ୍ତି। ଯେଉଁମାନଙ୍କର ଭାଗ୍ୟ ଓ ଭବିଷ୍ୟତ ହେଉଛି ଶ୍ୟାମ ସୁନ୍ଦର ଜାଲ୍‌ଙ୍କର ଏହି ଅନାଥଶ୍ରମ । କେବଳ ଏତିକି ନୁହେଁ, ୟା ମଧ୍ୟରେ ଅାଶ୍ରମରେ ବଡ ହୋଇଥିବା ୯ଝିଅ ଏବଂ ୫ଜଣ ପୁଅଙ୍କର ବାହାଘର କରିସାରିଲେଣି ଏହି ଦମ୍ପତି ।

Voting Closed

Sports

ନାମ : ଜୟନ୍ତୀ ବେହେରା

ସଫଳତା / ଉପଲବ୍ଧି

ପାରା ଅାଥଲେଟ୍ ଜୟନ୍ତୀ ବେହେରା ମାତ୍ର ଏକ ବର୍ଷ ବୟସରେ ଦୁର୍ଘଟଣା ଯୋଗୁ ଜୟନ୍ତୀଙ୍କର ବାମହାତର ଅଙ୍ଗୁଳି ଛେଦନ କରିବାକୁ ପଡେ ଏବଂ ବାମହାତର ମଣିବନ୍ଧ ଅକର୍ମଣ୍ୟ ହୋଇପଡ଼େ ହେଲେ ମନୋବଳରେ ବଳିଅାନ୍ ଜୟନ୍ତୀ କୋଚ୍ ବିଷ୍ଣପ୍ରସାଦ ମିଶ୍ରଙ୍କ ତତ୍ତ୍ୱାବଧାନରେ ବ୍ଲକ୍ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ଭାଗନିଅନ୍ତି 18th Senior Para Atheletics Championshipରେ ୧୦୦, ୨୦୦ ଏବଂ ୪୦୦ମିଟର ଦୌଡ଼ରେ ସେ ସ୍ବର୍ଣ୍ଣ ପଦକ ହାସଲକରନ୍ତି Youth Asian Para Games 2017ରେ ୨୦୦ ଏବଂ ୪୦୦ ମିଟର ରେସରେ ସ୍ବର୍ଣ୍ଣ ଏବଂ ୧୦୦ ମିଟରରେ ରୌପ୍ୟପଦକ ବିଜେତା ଜୟନ୍ତୀ East Zone Junior Atheletics Championship ୮୦୦ମିଟର ଦୌଡ଼ରେ ରୌପ୍ୟ ଏବଂ ୧୫୦୦ମିଟର ରେସରେ କାଂସ୍ୟ ପଦକ ବିଜେତା, ଜୟନ୍ତୀ ବେହେରା State Atheletic meet 2015, ୮୦୦ମିଟର, ୨୦୧୪ରେ ୧୫୦୦ମିଟର ଏବଂ ୨୦୧୩ରେ ୮୦୦ ମିଟର ଦୌଡ଼ରେ ସାଧାରଣ ବର୍ଗରେ ସେ ଜିତିଛନ୍ତି ସ୍ବର୍ଣ୍ଣପଦକ ସେହିଭଳି ୨୦୧୭ Junior World para Atheletic Championshipରେ ୪୦୦ ମିଟରରେ ସ୍ବର୍ଣ୍ଣ ଏବଂ ୨୦୦ ମିଟରରେ ରୌପ୍ୟ ପଦକ ବିଜେତା ହେଉଛନ୍ତି ଜୟନ୍ତୀ ବେହେରା |

Voting Closed

ପଦ୍ମିନୀ ରାଉତ

ସଫଳତା / ଉପଲବ୍ଧି

ଇଣ୍ଟରନ୍ୟାସନାଲ ମାଷ୍ଟର ତଥା ଓ୍ୱମେନ୍ ଗ୍ରାଣ୍ଡ୍ ମାଷ୍ଟର ପଦ୍ମିନୀ ରାଉତ ଅାନ୍ତର୍ଜାତିକ ସ୍ତରରେ ଭାରତର ଚେସ୍ ପ୍ରତିନିଧି ୨୦୧୪, ୨୦୧୫,୨୦୧୬ ଏବଂ ୨୦୧୭ରେ ଲଗାତାର ଭାବେ ୪ବର୍ଷ ଧରି Indian Womens Chess Championship ଜିତିଛନ୍ତି ପଦ୍ମନୀ ୨୦୧୫ରେ ୟୁ.କେ.ରେ ଅାୟୋଜିତ Certificate of Title 1st Grand Master Norm ଏବଂ କମଲେଓ୍ୱଥ୍ ମହିଳା ଚେସ୍ ଚାଂପିଅାନସିପ୍ର ଗୋଲ୍ଡ ମେଡାଲଧାରୀ, ପଦ୍ମିନୀ ରାଉତ ଏ ପଯର୍ୟନ୍ତ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଦେଶ ପାଇଁ ଜିତି ଚାଲିଛନ୍ତି ମେଡ଼ାଲ ପରେ ମେଡାଲ ୨୦୦୫ରେ ପ୍ରଥମ ଇଣ୍ଟରନ୍ୟାସନାଲ୍ ଟାଇଟଲ୍ ହାସଲ କରନ୍ତି ଓଡ଼ିଶାର ଏହି ଚେସ୍ କୁଇନ୍ ଏହାଛଡା ଏସିଅାନ୍ ଚେସ୍ ଏବଂ କମନେଓ୍ୱଲଥ୍ ପ୍ରତିଯୋଗିତାରେ ଏକାଧିକ ଥର ଟାଇଟଲ ଜିତିଛନ୍ତି ଚେସ୍ କୁଇନ୍ ପଦ୍ମିନୀ ରାଉତ |

Voting Closed

ନାମ : ପୂର୍ଣ୍ଣିମା ହେମ୍ବ୍ରମ୍

ସଫଳତା / ଉପଲବ୍ଧି

ମୟୁରଭଂଜର ଝିଅ ପୂର୍ଣ୍ଣିମା ହେମ୍ରମ ନାଁକରା ହେପ୍ତାଥେଲନ୍ ଅାଥଲେଟ୍ ଭାବେ ସେ ପରିଚିତ | ସେ ହେଉଛନ୍ତି ଏମିତି ଜଣେ ଅାଥଲେଟ୍, ଯେକି ୧୦୦ମିଟର, ୪ଗୁଣା ୪୦୦ମିଟର ରିଲେ ଇଭେଣ୍ଟରେ ନିଜ ପ୍ରତିଭା ଦେଖାଇ ସାରିଛନ୍ତି ଲଙ୍ଗ୍ ଜଂପ୍, ହାଇ ଜଂପ୍, ସଟ୍ ଫୁଟ୍ ଥ୍ରୋ ତଥା ହଡଲ୍ସ ଭଳି ଇଭେଣ୍ଟରେ ମଧ୍ୟ ସେ ଜଣେ ମାହିର ଖେଳାଳି ରାଜ୍ୟ, ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ପାଇବା ସହିତ ମେଡ଼ାଲ ଜିତିଛନ୍ତି ପୂର୍ଣ୍ଣିମା ୨୦୧୭ ଏସିଅାନ୍ ଅାଥଲେଟିକ୍ସ ଚାଂପିଅନସରେ ହେପ୍ତାଥେଲନରେ ତୃତୀୟ ସ୍ଥାନ ଏବଂ ୨୦୧୭ 5th Asian Indoor and martial Artsରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ସେ ୫୭ତମ ତାୟୀୟ ସିନିୟର୍ ଇଣ୍ଟରଷ୍ଟେଟ୍ ଅାଥଲେଟିକ୍ ଚାଂପିଅାନସିପ୍ର ୧୦୦ମିଟର ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ପୂର୍ଣ୍ଣିମା |

Voting Closed

ନାମ : ସୁନିତା ଲାକ୍ରା

ସଫଳତା / ଉପଲବ୍ଧି

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ଝିଅ ଏବଂ ଭାରତୀୟ ମହିଳା ହକିଦଳର ସଦସ୍ୟ ସୁନିତା ଲାକ୍ରା | ୨୦୦୯ରେ ସୁନିତା ଖେଳନ୍ତି ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଅାଉ ସେବେଠାରୁ ଭାରତୀୟ ମହିଳା ହକିଦଳରେ ବନିଯାନ୍ତି ଜଣେ ଭରସାଯୋଗ୍ୟ ଖେଳାଳି | ଭାରତୀୟ ହକିଦଳର ଅନ୍ୟତମ ଡିଫେଣ୍ଡର ଭାବେ ପରିଚିତ ସୁନିତା ଲାକ୍ରା ୨୦୧୮ ମହିଳା ବିଶ୍ୱକପ୍ ହକିରେ ଭାରତୀୟ ସିନିଅର ମହିଳା ହକି ଦଳର ୧୮ଜଣିଅା ସଦସ୍ୟ ମଧ୍ୟରେ ସ୍ଥାନ ପାଅାନ୍ତି | ସେ ୨୦୧୭ ନ୍ଯୁଜିଲାଣ୍ଡ୍ ବିପକ୍ଷ ମ୍ୟାଚ୍ରେ ସୁନିତା ନିଜ କ୍ୟାରିଅରର ୧୦୦ତମ ମ୍ୟାଚ୍ ଖେଳନ୍ତି ୧୭ତମ Asian Games ଏବଂ ୨୦୧୬ ରିଓ ଅଲିିଂପିକ୍ସରେ ସୁନିତାଙ୍କ ପ୍ରଦର୍ଶନ ଥିଲା ବେଶ୍ ଚମତ୍କାର | କୋରିଅାର ଦୋଂଘାଇ ଠାରେ ଅନୁଷ୍ଠି ତ ଏସିଅାନ୍ ଚାଂପିଅନସ୍ ଟ୍ରଫିରେ ମହିଳା ହକିଟିମ ନେତୃତ୍ୱ ନେଇଥିଲେ ଓଡ଼ଅା ଝିଅ ସୁନିତା ଏବଂ ଏହି ଟ୍ରଫିରେ ଭାରତ ୨ୟ ସ୍ଥାନ ଅଧିକାର କରିଥିଲା

Voting Closed

OCA-_Website