• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ । ଅନେକ ସ୍ଥାନରେ ବର୍ଷା ମଧ୍ୟ ହୋଇଛି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରୁ ଉତ୍ତର ବଙ୍ଗୋପସାଗର ଯାଏ ଲମ୍ବିଥିବା ନିମ୍ନ-ଚାପ ରେଖା ପ୍ରଭାବରେ ଏପରି ପାଗ ହୋଇଛି । ସେପଟେ ରାୟଗଡ଼ା ଜିଲ୍ଲାରେ ସକାଳୁ ଲାଗି ରହିଛି ଝିପି ଝିପି ବର୍ଷା । ଲୋକେ ଘରୁ ବାହାରି ପାରୁ ନାହାନ୍ତି । ବର୍ଷା ଯୋଗୁଁ ଧାନ, କପା ସମେତ  ଅନ୍ୟ ଫସଲ ନଷ୍ଟ ହେବା ଆଶଙ୍କା ଅଛି ।

ସେହିପରି ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ମଧ୍ୟ ସକାଳୁ ବର୍ଷା ଲାଗି ରହିଛି । କେତେକ ସ୍ଥାନରେ ପାଣି ଜମି ରହିଥିବାର ମଧ୍ୟ ଖବର ଆସିଛି । କେବଳ ଦକ୍ଷିଣ ଓଡ଼ିଶା ନୁହେଁ, ଉତ୍ତରରେ ମଧ୍ୟ ବର୍ଷା ସାଙ୍ଗକୁ କୋହଳା ପାଗ ସୃଷ୍ଟି ହୋଇଛି । ନୀଳଗିରି ଓ ଔପଦା ବ୍ଲକରେ ସକାଳୁ ଲାଗି ରହିଛି ବର୍ଷା । କିଛି ଦିନ ତଳେ ବାତ୍ୟା ପ୍ରଭାବରେ ବର୍ଷା ହେବାରୁ ଧାନ ଗଜା ହୋଇଥିଲା । ଯାହା କିଛି ବାକି ଥିଲା, ତାକୁ ଅମଳ କରି ଘରକୁ ଆଣିବା ଆଗରୁ ପୁଣି ଥରେ ବର୍ଷା ହେଲାଣି, ଯାହା ଚାଷୀଙ୍କୁ ବହୁତ ଚିନ୍ତାରେ ପକାଇଛି । ସେପଟେ ଭଦ୍ରକରେ ମଧ୍ୟ ସମାନ ଅବସ୍ଥା । ରାଜଧାନୀ ଭୁବନେଶ୍ୱରରେ ବି ସକାଳୁ ବର୍ଷା ସାଙ୍ଗକୁ ଦିନ ତମାମ କୋହଲା ପାଗ ରହିଛି । ବାହାରକୁ ବାହାରିଲେ ଉଭୟ ରେନ୍ କୋଟ ଓ ଶୀତ ବସ୍ତ୍ର ଆବଶ୍ୟକ ହେଉଛି ।

ତେବେ ଏହି ସ୍ୱଳ୍ପ ବର୍ଷା ବି ଚାଷୀଙ୍କ ପାଇଁ କାଳ ହୋଇପାରେ । କାରଣ ଏବେ ବି ବିଲରେ ପଡ଼ିରହିଛି ଚାଷୀଙ୍କ ବର୍ଷଯାକର ପରିଶ୍ରମ । ବାତ୍ୟା ଜୱାଦ୍‌ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ଏବେ ଅନେକ ଫସଲ ନଷ୍ଟ ହେବା ଉପରେ । ଏବେ ବି ବିଲରୁ ପାଣି ଶୁଖିନଥିବା ବେଳେ ପୁଣି ଥରେ ବର୍ଷା ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।