• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାଲିଗୁଡା, କୋରାପୁଟ ( ଅଜିତ ନାୟକ, ସୂର୍ଯ୍ୟନାରାୟଣ ପଣ୍ଡା ) :ଆକାଶ ମେଘମୁକ୍ତ ହେବା ପରେ ଆରମ୍ଭ ହୋଇଯାଇଛି ଶୀତ । କନ୍ଧମାଳରେ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି ଏଥିସହ ଓଡିଶାର କାଶ୍ମୀର ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ଆଗମନ ବି ବଢୁଛି । ସେପଟେ କୋରାପୁଟରେ ଖସିବାରେ ଲାଗିଛି ପାରଦ । ଘନ କୁହୁଡି ସାଙ୍ଗକୁ ପବନ ବହୁଛି । ଜଙ୍ଗଲ ପାହାଡ଼ ଘେରା ବଣାଇରେ ବି ବଢିଲାଣି ଶୀତ ।

ପହିଲି ଶୀତର ସ୍ପର୍ଶରେ ପୁଲକିତ ପ୍ରକୃଚିର ଅପରୂପ ସୌନ୍ଦର୍ଯ୍ୟ । ସୁଲୁସୁଲିଆ ପବନ ସାଙ୍ଗକୁ କୁହୁଡିର ଘନ ଆସ୍ତରଣ ଆଉ କୋରାପୁଟର ରୂପ ଲାବଣ୍ୟ ସମସ୍ତଙ୍କୁ ବିମୋହିତ କରୁଛନ୍ତି । ଏଥର ମାଳଭୂମିକୁ ସଅଳ ଆସିଛି ଶୀତ । ପାରଦ ଖସିବାରେ ଲାଗିଛି । ନଭେମ୍ବର ପ୍ରଥମ ସପ୍ତାହରେ ତାପମାତ୍ରା ୧୬ ଡିଗ୍ରୀ ତଳକୁ ଖସିଲାଣି । ଶୀତ ତାର ଯାଦୁ ସ୍ପର୍ଶ ଦେଇ ଚାଲିଛି । କୋରାପୁଟ ବି ଆବୋରି ନେଇଛି ଶୀତକୁ । ଧୂଆଁ ଧୂଆଁ ସକାଳ, ଝାପ୍ସା ଝାପ୍ସା ସଞ୍ଜ । ଆଉ ଏଇଟା ହିଁ କୋରାପୁଟ ଶୀତର ନିଆରାପଣ ।

ଚାରିଆଡେ ଘନ କୁହୁଡି, ଘାସ ଗାଲିଚାରେ ପଡିଛି ଶିଶିର ବୁନ୍ଦା । କନ୍ଧମାଳକୁ ଲେଉଟିଲାଣି ଶୀତ । ଧିରେ ଧିରେ ପାରଦ ଖସୁଛି, ଆଉ ଶୀତ ବଢୁଛି । ନଭେମ୍ବର ଆରମ୍ଭରୁ ଜମିଲାଣି ଶୀତ । ଥିରି ଥିରି ପବନ ଦେହ ଥରାଇ ଦେଉଛି । ଲୋକେ ସ୍ୱେଟର, ଜ୍ୟାକେଟ ଓ କ୍ୟାପ୍ ପିନ୍ଧିଲେଣି । ସେପଟେ ଓଡିଶାର କାଶ୍ମୀର ଦାରିଙ୍ଗବାଡିକୁ ପର୍ଯ୍ୟଟକଙ୍କ ଆଗମନ ହେଲାଣି । ଶୀତର ମଜା ନେବାକୁ ଦୂର ଦୂରରୁ ଲୋକେ ପହଂଚିଲେଣି ।

ସେପଟେ ଜଙ୍ଗଲ ପାହାଡ ଘେରା ବଣାଇରେ ବି ବହିଲାଣି ସୁଲୁସୁଲିଆ ପବନ । କୁହୁଡି ଛାଡି ଆରମ୍ଭ ହୋଇଗଲାଣି ଶୀତ । ବର୍ତ୍ତମାନ ଥଣ୍ଡା ବଢୁଛି । ସକାଳୁ ଟିକେ ଅଧିକା ହେଉଛି ଶୀତ । ଜଙ୍ଗଲିଆ ଶୀତର ପ୍ରକୋପ ଏଥର ଟିକେ ଅଧିକ ହେବ ବୋଲି ଆଶଙ୍କା କଲେଣି ବଣାଇ ବାସିନ୍ଦା ।