• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଦେଶରୁ ବିଦାୟ ନେଲା ମୌସୁମୀ

  • ଭାରତୀୟ ପାଣିପାଗ ବିଭାଗର ସୂଚନା

ନୂଆଦିଲ୍ଲୀ: ଦେଶରୁ ବିଦାୟ ନେଲା ଦକ୍ଷିଣ ପଶ୍ଚିମ ମୌସୁମୀ । ୧୭୭୫ ମସିହା ପରଠାରୁ ଏହା ହେଉଛି ସପ୍ତମ ଥରେ ଯେଉଁଥିରେ ଦେଶରୁ ବିଳମ୍ୱରେ ବିଦାୟ ନେଇଛି ମୌସୁମୀ । ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଗତକାଲି ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଦେଶରେ ବିଭିନ୍ନ ସ୍ଥାନରେ ବର୍ଷା ହ୍ରାସ ଘଟିବା ହେତୁ ଗତ ସେପ୍ଟେମ୍ୱର ୨୫ ତାରିଖରୁ ଦକ୍ଷିଣ ପଶ୍ଚିମ ମୌସୁମୀ ଦେଶରୁ ବିଦାୟ ନେଇଛି । ଏହାସହ ନିମ୍ନ ଟ୍ରପୋସଫିସର ସ୍ତରର ଉତ୍ତର-ପୂର୍ବ ଦିଗରେ ପବନ ସୃଷ୍ଟି ହେତୁ ଭାରତର ଦକ୍ଷିଣ ଦ୍ୱୀପ ପୁଞ୍ଜରେ ଆଜି ଉତ୍ତର-ପୂର୍ବ ମୌସୁମୀର ବର୍ଷା ଆରମ୍ଭ ହୋଇଯାଇଛି ।

ଏହାସହ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ୧୯୭୫-୨୦୨୧ ମଧ୍ୟରେ ଏହା ହେଉଛି ସପ୍ତମ ଥର ଯେଉଁଥିରେ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଦେଶରୁ ସର୍ବାଧିକ ବିଳମ୍ବରେ ବିଦାୟ ନେଇଛି । ତଳିତ ବର୍ଷ ପରି ୨୦୧୦, ୨୦୧୭, ୨୦୧୬, ୨୦୨୦ ମସିହାରେ ମଧ୍ୟ ଦକ୍ଷିଣ-ପଶ୍ଚିମ ମୌସୁମୀ ଦେଶରୁ ବିଳମ୍ୱରେ ବିଦାୟ ନେଇଥିଲା ବୋଲି IMD ପକ୍ଷରୁ ସୂଚନା ଦିଆଯାଇଛି ।

ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁସାରେ, ଗତବର୍ଷ ୨୮ ସେପ୍ଟେମ୍ବର, ୨୦୧୯ ଅକ୍ଟୋବର ମାସ ୯ ତାରିଖ, ୨୦୧୮ରେ ୨୯ ସେପ୍ଟେମ୍ୱର, ୨୦୧୭ରେ ୨୭ ସେପ୍ଟେମ୍ୱର ଏବଂ ୨୦୧୫ରେ ୧୫ ସେପ୍ଟେମ୍ୱରରେ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବିଦାୟ ନେଇଥିଲା । ଦେଶରେ ଜୁନ୍‌ ମାସରୁ ସେପ୍ତେମ୍ୱର ମାସ ପର୍ଯ୍ୟନ୍ତ ପ୍ରାୟ ୪ ମାସ ପର୍ଯ୍ୟନ୍ତ ସାମାନ୍ୟ ତଥା ମଧ୍ୟମ ଧରଣର ବର୍ଷା ହୋଇଥିଲା । ଏହା କ୍ରମାଗତ ତୃତୀୟ ବର୍ଷ ଯାହା ଦେଶରେ ସାଧାରଣ କିମ୍ବା ଅଧିକରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ସେହିପରି ଦେଶରେ ୨୦୧୯ ଏବଂ ୨୦୨୦ ମଧ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିଲା ବୋଲି IMD ପକ୍ଷରୁ ସୂଚନା ଦିଆଯାଇଛି ।

ସମଗ୍ର ଦେଶରେ ଜୁନ୍ ଏବଂ ଅଗଷ୍ଟ ମାସରେ ସର୍ବାଧିକ ବର୍ଷା ହୋଇଥାଏ ହେଲେ ଚଳିତ ବର୍ଷ ଦେଶରେ ଜୁନ୍ ଏବଂ ଅଗଷ୍ଟରେ ମାତ୍ର ୯୩ ପ୍ରତିଶତ ଓ ୭୬ ପ୍ରତିଶତ ବର୍ଷା ହୋଇଛି । ଜୁନ୍ ଏବଂ ଅଗଷ୍ଟରେ କମ୍‌ ପରିମାଣର ବର୍ଷା ହୋଇଥିବାବେଳେ ସେପ୍ଟେମ୍ବରରେ ଅଧିକ ବର୍ଷା ହେବା ଦ୍ୱାରା ତାହାର କ୍ଷତିପୂରଣ ହୋଇଥିଲା । ସେପ୍ଟେମ୍ବରରେ ପ୍ରାୟ ୧୩୫ ପ୍ରତିଶତ ବର୍ଷା ହୋଇଥିବା ସୂଚନା ମିଳିଛି । ଚଳିତ ବର୍ଷ ଦୁଇ ଦିନର ବିଳମ୍ୱ ପରେ ଜୁନ୍‌ ୩ ତାରିଖରେ କେରଳଠାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପହଞ୍ଚିଥିଲା । ଜୁନ୍ ୧୫ ସୁଦ୍ଧା ଏହା ଭାରତର କେନ୍ଦ୍ରୀୟ, ପଶ୍ଚିମ, ପୂର୍ବ, ଉତ୍ତର-ପୂର୍ବ ଏବଂ ଦକ୍ଷିଣ ଭାଗରେ ଦ୍ରୁତ ଗତିରେ ପହଞ୍ଚିଥିଲା । ସେହି ସମୟରେ ଏହା ଉତ୍ତର ଭାରତର ଅନେକ ଅଞ୍ଚଳରେ ପହଞ୍ଚିଥିଲା, ଏମିତିକି ଏହା ବାଡ୍‌ମେର ଓ ଜୈସଲମେରରେ ପହଞ୍ଚିଥିଲା । ହେଲେ ଦିଲ୍ଲୀ, ହରିୟାଣା ଏବଂ ପଶ୍ଚିମ ଉତ୍ତରପ୍ରଦେଶର କିଛି ଅଂଶରେ ମୌସୁମୀ ପବନ ପହଞ୍ଚି ପାରି ନଥିଲା । ଜୁଲାଇ ୧୩ ଜାରିଖିରେ ଦିଲ୍ଲୀ, ହରିୟାଣା ଏବଂ ପଶ୍ଚିମ ଉତ୍ତରପ୍ରଦେଶର କିଛି ଅଂଶରେ ପହଞ୍ଚିଥିଲା । ଅକ୍ଟୋବରରୁ ଡିସେମ୍ବର ଉତ୍ତର-ପୂର୍ବ ସ୍ୱଭାବିକ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।