• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଗୋପାଳପୁରଠାରୁ ୪୭୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ

  • ଗୋପାଳପୁର-କଳିଙ୍ଗପଟ୍ଟନମ ମଝିରେ ଆସନ୍ତାକାଲି ଲ୍ୟାଣ୍ଡଫଲ୍ ଆଶଙ୍କା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଧିରେ ଧିରେ ବାତ୍ୟାର ରୂପ ନେବାର ଆଶଙ୍କା କରାଯାଉଛି । ଆଜି ସଂଧ୍ୟା ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବାପରେ ସ୍ଥଳଭାଗ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ଗଭୀର ଅବପାତଦକ୍ଷିଣ ଓଡ଼ିଶାର ଗୋପାଳପୁର ଠାରୁ ୪୭୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇ ରହିଛି ।

ଆସନ୍ତାକାଲି ଗୋପାଳପୁର-ମଛଲିପଟ୍ଟନମ ମଝିରେ ଏହା ଅତିକ୍ରମ କରିବ । ଏହି ସମୟରେ ପବନର ବେଗ ରହିବ ଘଣ୍ଟାକୁ ୬୫ରୁ ୭୫ କିଲୋମିଟର । ଏହି ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଭାରତୀୟ ପାଣିପାଗ କାର୍ଯ୍ୟାଳୟର ପୂର୍ବାନୁମାନ ଅନୁସାରେ ବାତ୍ୟାଟି ଆସନ୍ତାକାଲି ସ୍ଥଳଭାଗ ଛୁଇଁବ । ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ୍ ନିକଟରେ ଲ୍ୟାଣ୍ଡଫଲ୍ କରିବ ବୋଲି ଆକଳନ କରାଯାଇଛି । ଏଣୁ ଏହାର ପ୍ରଭାବରେରାଜ୍ୟର ୭ଟି ଜିଲ୍ଲାରେ ଅଧିକ ବର୍ଷା ଓ ପବନ ହେବା ସମ୍ଭାବନା ରହିଛି । ଗଂଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ ଓ ମାଲକାନଗିରିରେ ଅଧିକ ପ୍ରଭାବ ପଡ଼ିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଜିଲ୍ଲାବାସୀଙ୍କୁ ଗଞ୍ଜାମ ଜିଲ୍ଲାପାଳଙ୍କ ପରାମର୍ଶ । ବାତ୍ୟାକୁ ନେଇ ସମସ୍ତେ ସତର୍କ ଓ ସଚେତନ ରହିବାକୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନିବେଦନ କରିଛନ୍ତି । ଅବପାତ ପ୍ରଭାବରେ ଆଜି ୫୦ରୁ ୬୦ ଓ କାଲି ୭୦ରୁ ୮୦ କିମି ବେଗରେ ପବନ ବହିପାରେ । ତା ସହିତ କାଲିଠାରୁ ଦୁଇଦିନ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏଣୁ ପରିସ୍ଥିତିର ମୁକାବିଲା କରିବା ଲାଗି ଜିଲ୍ଲାର ସମସ୍ତ ତହସିଲଦାର ଓ ବିଡିଓଙ୍କୁ ସଜାଗ କରାଯାଇଥିବା ।