• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର : ଭୁବନେଶ୍ୱରରେ ଅବିଶ୍ରାନ୍ତ ବର୍ଷା । ମାତ୍ର କିଛି ସମୟର ବର୍ଷାରେ ଜଳାର୍ଣ୍ଣବ ରାଜଧାନୀ । ଆଜି ଅପରାହ୍ନରେ ହଠାତ ରାଜଧାନୀ ଭୁବନେଶ୍ୱର ‌ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା । ଏହା ପରେ ହଠାତ ମୂଷଳ ଧାରାରେ ବର୍ଷିଥିଲା । ସ୍ଥିତି ଏମିତି ହୋଇଥିଲା ଯେ ମାତ୍ର ଅଧଘଣ୍ଟାରେ ବୁଡ଼ି ଯାଇଥିଲା ରାଜଧାନୀର ବହୁ ପ୍ରମୁଖ ଅଞ୍ଚଳ । ରାସ୍ତାରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା ।

ବିଶେଷକରି ଇସ୍କନ ମନ୍ଦିର ସାମ୍ନା ଜାତୀୟ ରାଜପଥ, ନୟାପଲ୍ଲୀ ବେହେରା ସାହି, ବମିଖାଲ, ଅଞ୍ଚଳରେ ଦୟନୀୟ ସ୍ଥିତି ହୋଇଥିଲା । ଜାତୀୟ ରାଜପଥରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିବାରୁ ରାସ୍ତାରେ ଯାଆସ ଠପ୍ ହୋଇଯାଇଥିଲା । ପାଣି ସୁଅରେ ବୁଡ଼ି ଯାଇଥିଲା ବହୁ କାର ଓ ବାଇକ୍ । ତଳିଆ ଅଞ୍ଚଳରେ କେଉଁଠି କେଉଁଠି ଅଣ୍ଟାଏ ଉଚ୍ଚର ପାଣି ମଧ୍ୟ ଛିଡ଼ା ହୋଇ ରହିଥିଲା ।

ସେପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୯ଟି ଜିଲ୍ଲାରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ସୁନ୍ଦରଗଡ, କେନ୍ଧୁଝର, ମୟୂରଭଞ୍ଜ, ଅନୁଗୁଳ,ଢ଼େଙ୍କାନାଳ, ବାଲେଶ୍ୱର, ଗଜପତି, ଗଞ୍ଜାମ ଏବଂ କଳାହାଣ୍ଡି ଜିଲ୍ଲାରେ ବର୍ଷା ସତର୍କ ସୂଚନା ଜାରି କରାଯାଇଛି ।IMD ସୂଚନା ଅନୁଯାୟୀ, ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୨୩ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ।  ଫଳରେ୨୨ରୁ ୨୫ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ, ଓଡ଼ିଶା ଓ ଝାଡଖଣ୍ଡରେ ଜୁଲାଇ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ଦୁଇଦିନରେ ଏହା ପଶ୍ଚିମ ଦିଗରେ ଗତି କରିବ ।