• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ହ୍ୱାଟସଆପରେ ଆପଣଙ୍କର ବ୍ୟକ୍ତିଗତ ମେସେଜ ଓ ଭିଡିଓ ସୁରକ୍ଷିତ କି ? ବାରମ୍ବାର ୟୁଜରଙ୍କ ମନରେ ଏହି ପ୍ରଶ୍ନ ଉଠେ । ତେବେ ଏନେଇ କମ୍ପାନୀ ଅନେକ ଥର ନିଜର ସ୍ପଷ୍ଟୀକରଣ ରଖିଛି । କମ୍ପାନୀ ନିଜେ ଚାହିଁଲେ ବି ୟୁଜରଙ୍କ ବ୍ୟକ୍ତିଗତ ମେସେଜ ପଢ଼ିପାରିବ ନାହିଁ ବୋଲି ଅନେକ ଥର କୁହାଯାଇଛି । କିନ୍ତୁ ନୂତନ ରିପୋର୍ଟ ଏପରି ଦାବିକୁ ଖଣ୍ଡନ କରୁଛି । Propublicaର ଏକ ରିପୋର୍ଟରେ ଭିନ୍ନ ତଥ୍ୟ ଦିଆଯାଇଛି । ଫେସବୁକ୍, ହ୍ୱାଟସଆପର ପ୍ରାଇଭେଟ୍ ମେସେଜ ପଢ଼ିବା ସହ ଶେୟାର ମଧ୍ୟ କରିପାରୁଛି ବୋଲି କୁହାଯାଇଛି ।

ଏକ ହଜାରରୁ ଅଧିକ ଲୋକ ଟ୍ରାକ୍ କରନ୍ତି ହ୍ୱାଟସଆପ୍‌ର ପ୍ରାଇଭେଟ୍ ମେସେଜ୍

ହ୍ୱାଟସଆପ୍ ଏକ ହଜାରରୁ ଅଧିକ ଲୋକଙ୍କୁ କଣ୍ଟ୍ରାକ୍ଟରେ ରଖିଛି । ଆଉ ସେମାନେ ଅଷ୍ଟିନ, ଟେକ୍ସାସ୍, ଡବଲିନ୍ ଏବଂ ସିଙ୍ଗାପୁରରେ କାର୍ଯ୍ୟାଳୟରେ ବସି ସବୁ କାମ ତଦାରଖ କରୁଛନ୍ତି । ସେଠାରୁ ଏହି କର୍ମଚାରୀମାନେ ଲକ୍ଷ ଲକ୍ଷ ଉପଭୋକ୍ତାଙ୍କ ସମସ୍ତ କଣ୍ଟେଣ୍ଟ୍ ଯାଂଚ କରନ୍ତି । ଅନତି ଦୂରରେ ବସି କର୍ମଚାରୀମାନେ ଫେସବୁକ୍ ସଫ୍ଟୱେର୍ ବ୍ୟବହାର କରି ବ୍ୟକ୍ତିଗତ ମେସେଜ, ଫଟୋ ଏବଂ ବ୍ୟବହାରକାରୀଙ୍କ ଭିଡିଓ ଦେଖିପାରିବେ । ଏଥିପାଇଁ କମ୍ପାନୀ ସେମାନଙ୍କୁ ଦରମା ମଧ୍ୟ ଦେଇଥାଏ ।

ରିପୋର୍ଟକୁ ଖଣ୍ଡନ କଲା ହ୍ୱାଟସଆପ୍

ସେପଟେ Propublicaର ରିପୋର୍ଟକୁ ଖଣ୍ଡନ କରିଛି ହ୍ୱାଟସଆପ୍‌ । ହ୍ୱାଟସଆପ୍‌ରେ ସାଇନ୍ ଅପ୍ କରିବା ମାତ୍ରେ ଆପଣଙ୍କ ପ୍ରାଇଭେଟ୍ ମେସେଜ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଏ । ଉପଭୋକ୍ତାଙ୍କ ଫଟୋ, ମେସେଜ ଓ ଭିଡିଓ ଏତେ ବ୍ୟକ୍ତିଗତ ରଖାଯାଇଛି ଯେ କମ୍ପାନୀର କର୍ମଚାରୀମାନେ ମଧ୍ୟ ପଢ଼ି କି ଦେଖି ପାରିବେ ନାହିଁ ବୋଲି ଅନେକ ଥର ଲୋକପ୍ରିୟ ମେସେଜିଂ ଆପ୍ କମ୍ପାନୀ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ହ୍ୱାଟସଆପର ଡାଇରେକ୍ଟ୍ ଅଫ୍ କମ୍ୟୁନିକେସନ୍ କାର୍ଲ ବୁଗ୍ ଏକଥାକୁ ବୁଲେଇବଙ୍କେଇ ସ୍ୱୀକାର କରିଛି । ତେବେ ଅଷ୍ଟିନ ଏବଂ ଅନ୍ୟାନ୍ୟ ସ୍ଥାନରେ ନିଯୁକ୍ତ ଦଳ କେବଳ ହ୍ୱାଟସଆପ ଅପବ୍ୟବହାରକାରୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ହଟାଇବା ପାଇଁ ମେସେଜ ଯାଂଚ କରେ ବୋଲି କହିଛି । ସେମାନେ ଏପରି ବିଷୟବସ୍ତୁକୁ ସମୀକ୍ଷା କରନ୍ତି, ଯାହା କ୍ଷତି ପହଞ୍ଚାଇଥାଏ ।