• translate
Rajalaxmi Sahoo

ଭୁବନେଶ୍ୱର: ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଦେଶକୁ ଗୌରବାନ୍ୱିତ କରିଥିବା ସୁନା ପୁଅ ପ୍ରମୋଦ ଭଗତ ଓଡ଼ିଶା ଫେରିଛନ୍ତି। ଆଜି ଅପରାହ୍ଣରେ ପ୍ରମୋଦ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରମୋଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସମୟରେ କ୍ରୀଡା ମନ୍ତ୍ରୀ ଓ ସଚିବ, ଓଡ଼ିଶା ପାରାଲିମ୍ପିକସର ଆଥଲେଟ, ପ୍ରମୋଦଙ୍କ କୋଚ ଶିବ ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ।ଏହାପରେ ପ୍ରମୋଦଙ୍କୁ ବିମାନ ବନ୍ଦରରୁ ଖୋଲା ଗାଡ଼ିରେ ଶୋଭା ଯାତ୍ରା କରି କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ନିଆଯାଇଛି।  

ଆଜି ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୋଦଙ୍କୁ ସମ୍ବର୍ଦ୍ଧନା ଦେବେ। ପୂର୍ବ ଘୋଷଣା ଅନୁଯାୟୀ, ପ୍ରମୋଦଙ୍କୁ ୬ କୋଟି ଟଙ୍କା ଆର୍ଥିକ ପୁରସ୍କାର ସହ କ୍ଲାସ ୱାନ୍‌ ନିଯୁକ୍ତି ମିଳିବ। ଟୋକିଓ ପାରା ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ପ୍ରମୋଦ। 

ବ୍ରିଟେନ ପ୍ରତିପକ୍ଷ ଡାନ୍ ବେଥେଲଙ୍କୁ ହରାଇ ଟୋକିଓ ପାରା ଅଲିମ୍ପିକ୍ସରେ ପ୍ରମୋଦ ସ୍ୱର୍ଣ୍ଣ ପଦକ ଜିତିଥିଲେ। ପ୍ରଥମଥର ପାଇଁ ପାରା ଅଲିମ୍ପିକ୍ସରେ ଭାଗ ନେଇ ସେ ସ୍ୱର୍ଣ୍ଣ ଜିତିଥିଲେ। ଟୋକିଓ ପାରା ଅଲିମ୍ପିକରେ ବ୍ୟାଡ୍‌ମିଣ୍ଟନରେ ସ୍ୱର୍ଣ୍ଣ ଆଣି ଖାଲି ରାଜ୍ୟବାସୀଙ୍କ ମୁହଁରେ ହସ ନୁହେଁ, ପୁରା ଦେଶର ନାଁକୁ ଉଜ୍ୱଳମୟ କରିଛନ୍ତି ଓଡିଶାର ଉଦୀୟମାନ ପାରା ଆଥଲେଟ୍ ପ୍ରମୋଦ ଭଗତ। ତେବେ ପ୍ରମୋଦଙ୍କ ଏ ସଫଳତା ରାତି ଅଧିଆ ନୁହେଁ, ଅଲିମ୍ପିକ୍ସରେ ପଦକଟିଏ ପାଇଁ ଦୀର୍ଘ ୧୫ ବର୍ଷ ତଳୁ ଆରମ୍ଭ ହୋଇଥିଲା ସଂଘର୍ଷ। 

Other Stories

  • Pramod Bhagat
    Sports ଇତିହାସ ରଚିଲେ ଓଡ଼ିଆ ପୁଅ, ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ଆଣିଲେ ପ୍ରମୋଦ

    ଓଡ଼ିଆ ବ୍ୟାଡମିଣ୍ଟନ ଷ୍ଟାର ପ୍ରମୋଦ ଭଗତ ଫାଇନାଲରେ ଆରମ୍ଭରୁ ପ୍ରମୋଦଙ୍କ ପଲ୍ଲା ଭାରି ରହିଥିଲା। ପ୍ରଥମ ସେଟ୍‌ରେ ବ୍ରିଟେନ୍ ଖେଳାଳି ଡାନ୍ ବେଥେଲଙ୍କୁ ହରାଇ ଆଗୁଆ ରହିଥିଲେ ପ୍ରମୋଦ। ପ୍ରମୋଦ ଭଗତ ପ୍ରଥମଥର ପାଇଁ ପାରା ଅଲିମ୍ପିକ୍ସରେ ଭାଗ ନେଇଥିଲେ ମଧ୍ୟ ଚମତ୍କାର ପ୍ରଦର୍ଶନ...

  • cm
    Sports ପ୍ରମୋଦଙ୍କୁ ଓଡ଼ିଶାର ଗର୍ବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

    ନୂଆଦିଲ୍ଲୀ: ଡେନମାର୍କରେ ଚାଲିଥିବା ଅନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନ -୨୦୧୯ ପ୍ରତିଯୋଗିତାର ଡବଲସରେ ଏବଂ ଏସଏଲ୍‌ ଥ୍ରୀ ସିଙ୍ଗଲସର ବ୍ରୋଞ୍ଜ ଜିତିଥିବା ପ୍ରମୋଦ ଭଗତଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇବା ସହ...

  • odisha
    Sports ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ସ୍ୱିଜରଲ୍ୟାଣ୍ଡର ବାସେଲ୍‌ଠାରେ ଆୟୋଜିତ ବିଶ୍ୱ ପାରା ବ୍ୟାଡମିଣ୍ଟନ୍ ଚାମ୍ପିୟନଶିପର ସ୍ୱର୍ଣ୍ଣ ପଦକ ବିଜେତା ଏବଂ ଅର୍ଜୁନ ପୁରସ୍କାର ବିଜେତା ଓଡ଼ିଆ ପାରା-ଆଥଲେଟ୍ ପ୍ରମୋଦ ଭଗତଙ୍କୁ ଓଡ଼ିଶାରେ ସମ୍ବର୍ଦ୍ଧନା ଦିଆଯାଇଛି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୋଦଙ୍କୁ...

  • pramod bhagabat
    Sports ଓଡ଼ିଶାର ପ୍ରମୋଦ ଭଗତଙ୍କୁ ଅର୍ଜୁନ ପୁରସ୍କାର

    ଭୁବନେଶ୍ୱର : ଓଡ଼ିଶାର ପ୍ରମୋଦ ଭଗତ ପାଇବେ ସମ୍ମାନଜନକ ଅର୍ଜୁନ ପୁରସ୍କାର। ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦଙ୍କ ସମେତ ୧୯ ଜଣ ଆଥ୍‌ଲେଟଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରାଯାଇଛି। କ୍ରିକେଟର ରବୀନ୍ଦ୍ର ଜାଡ଼େଜା, ମହିଳା କ୍ରିକେଟର...