• translate
Otv Khabar Bureau

News Highlights

  • ଫାଇନାଲ ପାଇଁ କିଏ ମାରିବ ବାଜି?

ନୂଆଦିଲ୍ଲୀ: ଆଜି ଆଇପିଏଲ୍ ୨୦୨୧ ରେ କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମହାମୁକାବଲା । ଏହି ଦୁଇ ଦଳ ମଧ୍ୟରେ କ୍ୟାଲିଫାୟର-୨ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ସନ୍ଧ୍ୟା ୭.୩୦ ରେ ଶାରଜାହ୍‌ ଠାରେ ଖେଳାଯିବ । ଆଜିର ମ୍ୟାଚର ବିଜେତା ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଆଇପିଏଲ ୨୦୨୧ ର ଫାଇନାଲ ମ୍ୟାଚ୍ ଖେଳିବ । ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମ୍ୟାଚ୍ ଜିତି ଫାଇନାଲରେ ନିଜ ସ୍ଥାନ ସ୍ଥିର କରିସାରିଛି । ତେବେ ଆଜି ଫାଇନାଲ ଦୌଡ ପାଇଁ ଦୁଇ ଦଳଙ୍କ କର ବା ମର ସ୍ଥିତି ।

ଆଇପିଏଲ୍ ୨୦୨୧ ର ଦ୍ୱିତୀୟ ସଂସ୍କରଣ ସେପ୍ଟେମ୍ବର ୧୯ ରୁ ୟୁଏଇ ଠାରେ ଅନୁଷ୍ଠିତ ହୋଇଛି । ତେବେ ଏହି ସିଜନର କ୍ୟାଲିଫାୟର-୨ ମ୍ୟାଚଟି ୟୁଏଇର ଶାରଜାହ୍ ଠାରେ କେକେଆର ଓ ଦିଲ୍ଲି ମଧ୍ୟରେ ଖେଳାଯିବ । ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାଲିଫାୟର-୧ ରେ ଚେନ୍ନାଇ ସୁପର କିଙ୍ଗ୍ସ ଠାରୁ ହାରି ଆଜି କେକେଆର୍ ସହ କ୍ୟାଲିଫାୟର-୨ ଖେଳିବ । ଭାରତରେ ଖରାପ ପ୍ରଦର୍ଶନ କରିଥିବା କେକେଆର୍ ୟୁଏଇ ମାଟିରେ ପାଦ ଦେବା ପରେ ନିଜର ଶକ୍ତିଶାଳୀ ଖେଳ ପ୍ରଦର୍ଶନ ଦ୍ୱାରା ପ୍ଲେ ଅଫ୍‌ରେ ନିଜ ସ୍ଥାନ ପକ୍କା କରିଥିଲା ।

ଦିଲ୍ଲୀ କ୍ୟାପିଟାଲ୍ସର ଉଭୟ ବ୍ୟାଟିଂ ଓ ବୋଲିଂ ଦୃଢ ରହିଛି । ଶକ୍ତିଶାଳୀ ବ୍ୟାଟିଂ ଲାଇନ୍ ଅପ୍‌ରେ ଅଧିନାୟକ ରିଷଭ୍ ପନ୍ତ, ଶିଖର ଧାୱନ, ଶ୍ରେୟସ ଅୟର, ସିମରନ୍ ହେଟମାୟର, ପୃଥିବୀ ଶୋ ଭଳି ଧୁଆଁଧାର ବ୍ୟାଟ୍ସମ୍ୟାନ୍ ଥିବା ବେଳେ ବୋଲିଂ ୟୁନିଟରେ ଖଗିଶୋ ରାବାଡା, ନର୍କିଆ, ଆବେଶ ଖାନ୍, ଅକ୍ସର ପଟେଲ ଭଳି ପ୍ରତିଭାଶାଳୀ ବୋଲର ରହିଛନ୍ତି । ପୂର୍ବ ମ୍ୟାଚରେ ଧୋନୀ ତାଙ୍କ ପୁରୁଣା ଅନ୍ଦାଜରେ ମ୍ୟାଚଟିକୁ ସମାପ୍ତ କରିଥିଲେ । ତେବେ କେକେଆର୍ ପକ୍ଷରୁ ବ୍ୟାଟିଂ ଭାର ଶୁଭମନ୍ ଗିଲ, ଭେଙ୍କଟେଶ ଆୟର, ନୀତୀଶ ରାଣା, ମୋର୍ଗାନ, ରାହୁଲ ତ୍ରିପାଠୀ, ଦୀନେଶ କାର୍ତ୍ତିକ ସମ୍ଭାଳିବେ । ଶାକିବ ଅଲ ହାସନ ଏବଂ ସୁନୀଲ ନାରିନ ଉଭୟ ବ୍ୟାଟିଂ ଓ ବୋଲିଂର କ୍ଷମତା ରଖିଛନ୍ତି । କେକେଆର୍ ଦଳରେ ଆନ୍ଦ୍ରେ ରସଲ୍‌ଙ୍କ ଖେଳିବା ନେଇ ଏବେ ମଧ୍ୟ ଆଶଙ୍କା ରହିଛି । ମିଷ୍ଟ୍ରି ସ୍ପିନର୍ ସୁନିଲ ନାରିନ କେକେଆର୍ ପାଇଁ ଏକ୍ସ ଫ୍ୟାକ୍ଟର ହୋଇ ପାରନ୍ତି ।

ଫାଇନାଲର ଦୌଡ ପାଇଁ ଦୁଇ ଦଳ ମଧ୍ୟରେ ଘମାସାନ୍ ଲଢେଇ ହୋଇପାରେ ବୋଲି ଦର୍ଶକ ଆଶା ରଖିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ତା’ର ପ୍ରଥମ ଆଇପିଏଲ୍ ଟାଇଟଲ୍ ହାସଲ ନେଇ ଜୋର୍ ଦେଖାଇବ ବୋଲି ଆଶଙ୍କା କରାଯାଉଛି ।

Other Stories

  • IPL 2021 | Kolkata Knight Riders Beat Royal Challengers Bangalore By 4 Wickets To Reach Qualifier 2
    Sports କ୍ୱାଲିଫାୟରେ KKR ୱିନ, RCB ଆଉଟ

    ଆପିଏଲ ଦ୍ୱୀତିୟ କ୍ୱାଲିଫାୟରେ ପହଞ୍ଚିଲା କୋଲକତା ନାଇଟ ରାଇଡରସ୍, ବିଦା ହେଲା ବାଙ୍ଗଲୋର । ବାଙ୍ଗଲୋରକୁ ହରାଇ ୪ ୱିକେଟରେ ପରାସ୍ତ କରି ଦ୍ୱୀତିୟ କ୍ୱାଲିଫାୟରେ ହେଲା KKR ।

  • kkr vs rcb
    Sports କେକେଆର୍ ଓ ଆରସିବି ପାଇଁ କର ବା ମର ସ୍ଥିତି

    ଆଜି ଆଇପିଏଲ୍ ୨୦୨୧ ରେ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ମଧ୍ୟରେ ମହାମୁକାବଲା । ଏହି ଦୁଇ ଦଳ ମଧ୍ୟରେ ଏଲିମିନେଟର ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ସନ୍ଧ୍ୟା ୭.30 ରେ...

  • CSK vs Delhi
    Sports ଆଇପିଏଲ ଫାଇନାଲରେ ଚେନ୍ନାଇ, ଧୋନୀଙ୍କ ପ୍ରହାରରେ ଦିଲ୍ଲୀ ଧରାଶାୟୀ

    ୧୭୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଚେନ୍ନାଇ ସୁପର କିଙ୍ଗସ୍। ଚେନ୍ନାଇ ପକ୍ଷରୁ ୪୪ଟି ବଲରେ ୬୩ ରନ୍‌ କରି ଆଉଟ୍ ହୋଇଥିଲେ ରବିନ ଉଥାପା। ସେହିପରି ଋତୁରାଜ ୫୦ ବଲରେ ୭୦ ରନ୍ କରି ଆଉଟ୍‌...

  • MI captain Rohit Sharma
    Sports IPL ପ୍ଲେଅଫ୍‌ରୁ ମୁମ୍ବାଇ ଆଉଟ୍, କୋଲକାତା ଇନ୍‌

    IPL-୨୦୨୧ ପ୍ଲେଅଫରୁ ବାଦ ପଡ଼ିଛି ମୁମ୍ବାଇ। ଏହି ଟିମ୍‌ ବାଦ୍ ପଡ଼ିବା ପରେ କୋଲକାତା ଯୋଗ୍ୟତା ହାସଲ କରିଛି। ହାଇଦ୍ରାବାଦ ବିପକ୍ଷରେ ବଡ଼ ସ୍କୋର ସତ୍ତ୍ୱେ ପ୍ଲେଅଫରୁ ମୁମ୍ବାଇ ଆଉଟ ହୋଇଛି। ପୂର୍ବରୁ ଦିଲ୍ଲୀ, ଚେନ୍ନାଇ, ବାଙ୍ଗାଲୋର ଯୋଗ୍ୟତା ପାଇସାରିଛନ୍ତି।