• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ତୀରନ୍ଦାଜୀରେ ଭାରତର ପ୍ରଥମ ଭଲ ପ୍ରଦର୍ଶନ ।

  • ଦୀପିକା-ପ୍ରବୀଣଙ୍କ ଯୋଡ଼ି କ୍ୱାର୍ଟରଫାଇନାଲରେ ।

  • ଦ୍ୱିତୀୟ ଦିନରେ ଭାରତର ମିଶ୍ରିତ ପ୍ରଦର୍ଶନ ।

ଟୋକିଓ: ଟୋକିଓ ଅଲିମ୍ପିକ୍ସର ଦ୍ୱିତୀୟ ଦିନରେ ଭାରତର ପ୍ରଦର୍ଶନ ମିଶ୍ରିତ ରହିଥିଲା । ବେଶି ଭଲ ପ୍ରଦର୍ଶନ କରିନାହିଁ କି ଅତ୍ୟନ୍ତ ନିରାଶା ଜନକ ପ୍ରଦର୍ଶନ ନଥିଲା । ତେବେ ଖୁସିର ଖବର ଯେ ତୀରନ୍ଦାଜୀରେ ଦୀପିକା-ପ୍ରବୀଣଙ୍କ ଯୋଡି ବିଜୟ ହୋଇଛି । ଏହି ଯୋଡ଼ି ଏବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିସାରିଛି । ଅନ୍ୟପଟେ ଅପୁର୍ବି ଚାନ୍ଦେଲା ଏବଂ ଏଲାଭେନିଲ ବାଲାରିବନ ମହିଳା ୧୦ ମିଟର ରାଇଫଲ ସୁଟିଂ କ୍ୱାଲିଫିକେସନ ରାଉଣ୍ଡରେ ଖରାପ ପ୍ରଦର୍ଶନ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛନ୍ତି ।

ତୀରନ୍ଦାଜୀର ଅନ୍ତିମ ଆଠ ମୁକାବିଲାରେ ଦୀପିକା କୁମାରୀ ଏବଂ ପ୍ରବୀଣ ଯାଦବଙ୍କ ଟିମ୍‌ ଚିଆ-ଆନ୍ ଲିନ୍ ଏବଂ ଚିହ-ଚୁନ୍ ଟାଙ୍ଗ୍ (ଚାଇନିଜ୍ ତାଇପେଇ) କୁ ସାମ୍ନା କରିଥିଲେ । ଏଥିରେ ଚାଇନା ତାଇପେଇକୁ 5-3ରେ ପରାସ୍ତ କରିଛି ଭାରତ । ଏବେ କ୍ୱାର୍ଟର ଫାଇନାଲରେ ଦୀପିକା-ପ୍ରବୀଣଙ୍କ ଯୋଡ଼ି ଦକ୍ଷିଣ କୋରିଆକୁ ଭେଟିବ ।

ଅତନୁ ଦାସଙ୍କ ବଦଳରେ ପ୍ରବୀଣ ଯାଦବଙ୍କ ସହ ମଇଦାନକୁ ଓହ୍ଲାଇଥିଲେ ଦୀପିକା

ଦୀପିକା କୁମାରୀ ତାଙ୍କ ସ୍ୱାମୀ ତଥା ଭେଟେରାନ ତୀରନ୍ଦାଜ ଅତନୁ ଦାସଙ୍କ ବଦଳରେ ପ୍ରବୀଣ ଯାଦବଙ୍କ ସହ ଟୋକିଓ ଅଲିମ୍ପିକ୍ସ ତୀରନ୍ଦାଜୀ ମିଶ୍ରିତ ଡବଲ୍ସ ଇଭେଣ୍ଟରେ ମିଦାନକୁ ଓହ୍ଲାଇଛନ୍ତି । ଶୁକ୍ରବାର କ୍ୱାଲିଫିକେସନ୍‌ ରାଉଣ୍ଡର ପ୍ରଦର୍ଶନକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଥିଲା । ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ତୀରନ୍ଦାଜୀର ମିଶ୍ରିତ ଡବଲ୍ସ ଇଭେଣ୍ଟ ଖେଳାଯାଉଛି ଏବଂ ଏଥିରୁ ଭାରତ ଏକ ପଦକ ଆଶା ରଖିଛି ବୋଲି କୁହାଯାଉଛି । ଯେହେତୁ ଟିମ୍‌ର ପ୍ରଦର୍ଶନ ଭଲ ରହିଛି, ତେଣୁ ପଦକ ଆଶା ରଖିବା ବି ସ୍ୱାଭାବିକ୍‌ । ପ୍ୟାରିସ ବିଶ୍ୱକପରେ ଏକାଠି ସ୍ୱର୍ଣ୍ଣ ପଦକ ଜିତିଥିବା ଦାସ ଏବଂ ଦୀପିକାଙ୍କ ନାମ ପଠାଇବା ପାଇଁ ଭାରତ ପାଖରେ ବିକଳ୍ପ ଥିଲା । କିନ୍ତୁ କ୍ୱାଲିଫିକେସନ୍‌ ରାଉଣ୍ଡରେ ସମସ୍ତଙ୍କ ପ୍ରଦର୍ଶନକୁ ଦେଖିବା ପରେ ଫେଡେରେସନ୍ ପକ୍ଷରୁ ନିଷ୍ପତି ବଦଳାଯାଇଥିଲା । ଦୀପିକାଙ୍କ ସହ ଦାସଙ୍କ ବଦଳରେ ଯାଦବଙ୍କୁ ମଇଦାନକୁ ଓହ୍ଲାଇବା ପାଇଁ ଫେଡରେସନ୍‌ ନିଷ୍ପତି ନେଇଥିଲା । ତେବେ ଫେଡରେସନ୍‌ର ଏହି ନିଷ୍ପତି ଏବହେ ସୁଦ୍ଧା ସଠିକ୍ ପ୍ରମାଣିତ ହୋଇଛି ।କିନ୍ତୁ ଏହି ନିଷ୍ପତି ଆଗକୁ କେତେ ଫଳପ୍ରଦ ହେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର ।