• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ପଦକ ଆଶାରେ ଭାରତ

  • ଅଲିମ୍ପିକ୍ସର ଆଜି ତୃତୀୟ ଦିନ

  • ପି. ଭି ସିନ୍ଧୁ ପ୍ରଥମ ରାଉଣ୍ଡରେ ୨୧-୭ ପଏଣ୍ଟରେ ବିଜୟୀ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ତୃତୀୟ ଦିନ। ସକାଳେ ଅନୁଷ୍ଠିତ ୧୦ ମିଟର ଏୟାର ପିଷ୍ଟଲ ବର୍ଗରେଭାରତର ମନୁ ଭାକର ଓ ଯଶସ୍ୱନୀ ସିଂହ ଦେଶଓ୍ୱାଲ ପଦକ ରାଉଣ୍ଡକୁ କ୍ୱାଲିଫାଏ କରିବାରେ ବିଫଳ ହୋଇଛନ୍ତି। ଇଭେଣ୍ଟର କ୍ୱାଲିଫାଏ ରାଉଣ୍ଡରେ ଭାକର ୫୭୫ ପଏଣ୍ଟ ହାସଲ କରିଥିବାବେଳେ ଦେଶଓ୍ୱାଲ ୫୭୪ ପଏଣ୍ଟ ହାସଲ କରି ଯଥାକ୍ରମେ ୧୨ ଓ ୧୩ ସ୍ଥାନରେ ରହିଛନ୍ତି। ସେପଟେ ମହିଳା ସିଙ୍ଗଲସ୍ ବ୍ୟାଡମିଣ୍ଟନରେ ଭାରତର ପି. ଭି ସିନ୍ଧୁ ପ୍ରଥମ ରାଉଣ୍ଡରେ ୨୧-୭ ପଏଣ୍ଟରେ ବିଜୟୀ ହୋଇଛନ୍ତି। ଇସ୍ରାଏଲର କେ. ପଲିକରନୋଭାଙ୍କୁ ସେ ହରାଇଛନ୍ତି। ଅନ୍ୟପକ୍ଷରେ ଆଜି ବକ୍ସିଂରେ ମ୍ୟାରିକମ ରିଗିଂକୁ ଓହ୍ଲାଇବେ ଚତୁର୍ଥ ଥର ପାଇଁ ଅଳିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ସାନିଆ ମିର୍ଜା ଓ ତାଙ୍କ ପାର୍ଟନର ଅଙ୍କିତା ରାଇନା ଆଜି ମହିଳା ଡବଲ୍ସ ଟେନିସରେ କୋର୍ଟକୁ ଓହ୍ଲାଇବେ। ଦୁହେଁ ୟୁକ୍ରେନର ଯାଆଁଳା ଭଉଣୀ ନାଡିଲା ଓ ଲ୍ଯୁଡମିଲାଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ସୁଟିଂରେ ମିରାଜ ଅହମଦ ଖାନ ଓ ଅଙ୍ଗଦ ବୀର ସିଂହ ବାଜଓ୍ୱା, ଜିମ୍ନାଷ୍ଟିକ ସବଡିଭିଜନ-୧ ଯୋଗ୍ୟତା ପର୍ଯ୍ୟାୟରେ ପ୍ରଣତି ନାୟକ ଆଜି ମୈଦାନକୁ ଓହ୍ଲାଇବେ। ସେହିପରି ରୋଇଂ ପୁରୁଷ ଡବଲ୍ସ ରାଉଣ୍ଡ-୨ରେ ଅର୍ଜୁନ ଲାଲ ଜାଟ ଓ ଅରବିନ୍ଦ ସିଂହ ଭାଗ ନେଉଛନ୍ତି।

ନୌଚାଳନା ମହିଳା ରାଉଣ୍ଡ ୧ରେ ନେତ୍ରା କୁମାନାଙ୍କର ଆଜି ଇଭେଣ୍ଟ ରହିଛି। ସେହିପରି ୧୦ମିଟର ଏୟାର ରାଇଫଲ ପୁରୁଷ ବିଭାଗରେ ଦୀପକ କୁମାର ଓ ଦିବ୍ୟାଂଶ ସିଂହ ପନଓ୍ୱର ଆଜି ମୈଦାନକୁ ଓହ୍ଲାଇବେ। ଟେବୁଲ ଟେନିସ ପୁରୁଷ ବିଭାଗ ସିଙ୍ଗଲ୍ସରେ ସଥିୟାନ ଗୁନଶେଖରନ ମଧ୍ୟ ଆଜି ମୈଦାନକୁ ଓହ୍ଲାଇବେ। ନୌଚାଳନାରେ ବିଷ୍ଣୁ ସରବାନନ୍, ଟେବୁଲ ଟେନିସ ରାଉଣ୍ଡ-୨ରେ ମନୀକା ବାତ୍ରା, ବକ୍ସିଂ ପୁରୁଷ ବିଭାଗରେ ମନୀଷ କୌଶିକ ମୈଦାନକୁ ଓହ୍ଲାଇବେ। ସୁଇମିଂ ରାଉଣ୍ଡ୧ ମହିଳା ବିଭାଗରେ ମାନା ପଟେଲ, ସୁଇମିଂ ରାଉଣ୍ଡ ୩ ପୁରୁଷ ବିଭାଗରେ ଶ୍ରୀହରି ନଟରାଜଙ୍କର ଆଜି ଇଭେଣ୍ଟ ରହିଛି ।

ତେବେ ଏହା ପୂର୍ବରୁ ଇତିହାସ ରଚିଛନ୍ତି ମୀରାବାଈ ଚାନୁ । ଅଲିମ୍ପିକ୍ସରେ ପଦକ ଖାତା ଖୋଲିସାରିଛି ଭାରତ । ପ୍ରଥମ ଥର ପାଇଁ ଅଲିମ୍ପିକ୍ସର ପ୍ରଥମ ଦିନର ପଦକ ହାସଲ କରିଛି ଭାରତ । ଭାରଉତ୍ତୋଳନରେ ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଥିବା ପ୍ରଥମ ମହିଳା ମୀରାବାଈ ଚାନୁ । ଏହି ମୁକାବିଲାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଚୀନ ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ହାସଲ କରିଛି । ସେହିଭଳି ତୃତୀୟ ସ୍ଥାନରେ ରହିଛି ଇଣ୍ଡୋନେସିଆ। ତେବେ ଆଜିର ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଛି।