• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଆଜି ବୀରେନ୍ଦ୍ର ଲାକ୍ରାଙ୍କ ପାଇଁ ବିଶେଷ ଦିନ ।

  • ରୋହିଦାସଙ୍କ ପାଇଁ ଏହି ମ୍ୟାଚ୍‌ ସ୍କରଣୀୟ ।

ନୂଆଦିଲ୍ଲୀ: ଆଜି ବୀରେନ୍ଦ୍ର ଲାକ୍ରାଙ୍କ ପାଇଁ ବିଶେଷ ଦିନ । ନିଜ କ୍ୟାରିୟରର ୨୦୦ ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଉନ୍ତି ୩୧ ବର୍ଷୀୟ ବୀରେନ୍ଦ୍ର ଲାକ୍ରା । ଭାରତୀୟ ହକି ଟିମ୍‌ର ଓଡ଼ିଆ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କ ପାଇଁ ଆଜିର ମ୍ୟାଚ ଅତ୍ୟନ୍ତ ସ୍ମରଣୀୟ ଥିଲା । ୨୦୧୨ରେ ପ୍ରଥମ ଥର ଭାରତର ପ୍ରତିନିଧିତ୍ୱ କରିଥିଲେ ବୀରେନ୍ଦ୍ର ଲାକ୍ରା । ସେ ଦଳର ଷ୍ଟାର ଡିଫେଣ୍ଡର ଭାବେ ଜଣାଶୁଣା ।

ସେହିପରି ପ୍ରଥମ ଥର ଅଲିମ୍ପିକ୍ସ ଖେଳୁଥିବା ଅମିତ ରୋହିଦାସଙ୍କ ପାଇଁ ମଧ୍ୟ ଆଜିର ଦିନ ବେଶ୍‌ ସ୍ମରଣୀୟ ହୋଇ ରହିବ । ସେ ଆଜି ନିଜର ଅନ୍ତର୍ଜାତୀୟ କ୍ୟାରିୟରର ୧୦୦ ତମ ମ୍ୟାଚ ଖେଳିଛନ୍ତି । ୨୮ ବର୍ଷୀୟ ରୋହିଦାସ ୨୦୧୩ରେ ପ୍ରଥମ ଥର ଭାରତୀୟ ସିନିୟର ଟିମ ପାଇଁ ଖେଳିଥିଲେ । ତେବେ କିଛି ଦିନ ପରେ ଦଳରୁ ଦୂରେଇ ରହିବା ପରେ ୨୦୧୭ରେ ସେ କମ୍‌ବ୍ୟାକ୍ କରିଥିଲେ । ଆଉ ଏବେ ସେ ଦଳର ପ୍ରମୁଖ ଖେଳାଳି ଭାବେ ନିଜକୁ ପ୍ରତିଷ୍ଠିତ କରାଇପାରିଛନ୍ତି ।

ସେପଟେ ଅଲିମ୍ପିକ୍ସ ଡେବ୍ୟୁରେ କମାଲ୍ କଲେ ବକ୍ସର୍ ଲଭ୍‌ଲିନା ବୌରଗୌହେନ୍ । ମହିଳା ୱେଲଟରୱେଟ୍ ଡିଭିଜନ୍ ଇଭେଣ୍ଟରେ ୨୩ ବର୍ଷୀୟା ଲଭଲିନା, ଜର୍ମାନୀର ନାଦିନ୍ ଆପେଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି । ନିଜର କାଉଣ୍ଟର ପଞ୍ଚ୍ ଜରିଆରେ ଜର୍ମାନୀର ଏହି ଅଭିଜ୍ଞ ବକ୍ସରଙ୍କୁ ମାତ୍ ଦେଇଥିଲେ ଲଭ୍‌ଲିନା । ଯଦି ସେ କ୍ୱାର୍ଟର ଫାଇନାଲରେ ବିଜୟୀ ହୁଅନ୍ତି, ତେବେ ତାଙ୍କ ପାଇଁ ପଦକ ନିଶ୍ଚିତ ହୋଇଯିବ । ବକ୍ସିଂ ଇଭେଣ୍ଟର ସେମିଫାଇନାଲରେ ପହଞ୍ଚିଥିବା ପ୍ରତିଯୋଗୀଙ୍କୁ ଅତି କମ୍ରେ ବ୍ରୋଞ୍ଜ ପଦକ ନିଶ୍ଚିତ ଭାବେ ମିଳିଥାଏ ।