• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଟୋକିଓ: ଭାରତକୁ ଆଉ ଏକ ପଦକ ଉପହାର । ରେସଲିଂରେ ମିଳିଲା ଆଉ ଏକ ବ୍ରୋଞ୍ଜ ପଦକ । ରେସଲର ବଜରଙ୍ଗ ପୁନିଆ ଜିତିଲେ ବ୍ରୋଞ୍ଜ ପଦକ । ୬୫ କେଜି ବର୍ଗରେ କାଜାକସ୍ଥାନ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ବଜରଙ୍ଗ ପୁନିଆ ଭାରତକୁ ବ୍ରୋଞ୍ଜ ପଦକ ଉପହାର ଦେଇଛନ୍ତି । ଏହି ପଦକକୁ ମିଶାଇ ଭାରତର ମୋଟ ପଦକ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଗତକାଲି ସେମିଫାଇନାଲରେ ହାରିଥିବା ବଜରଙ୍ଗ ଆଜି କାଜାଖସ୍ତାନର ଦୌଲେତ ନିୟାଜ ବେକୋଭଙ୍କୁ ୮-୦ ପଏଣ୍ଟରେ ପରାସ୍ତ କରିଛନ୍ତି । 

ପ୍ରଥମ ପିରିୟଡ୍‌ ଶେଷ ବେଳକୁ ବଜରଙ୍ଗ ୨-୦ରେ ଆଗୁଆ ଥିଲେ । ଦ୍ୱିତୀୟ ପରିୟଡ ବେଳକୁ ସେ ଆହୁରି ଆଟାକିଂ ମୁଡକୁ ଚାଲି ଆସିଥିଲେ । ଲଗାତର ଆଟାକ କରି ସେ ନିଜର ସ୍କୋରରେ ୨ ପଏଣ୍ଟ ଲେଖାଏ ଆଡ କରି ଚାଲିଥିଲେ । ଦୌଲେତ କମବ୍ୟାକ୍‌ କରିବାକୁ ଚେଷ୍ଟା କରିଥିଲେ ହେଁ ଏଥିରେ ସଫଳ ହୋଇ ପାରି ନଥିଲେ । ଶେଷରେ ବଜରଙ୍ଗ ମ୍ୟାଚ୍‌କୁ ୮-୦ରେ ଜିତି ନେଇଛନ୍ତି ।

ପୁରୁଷ ୬୫ କେଜି ଫ୍ରିଷ୍ଟାଇଲ୍ ସେମିଫାଇନାଲରେ ଭାରତର ଷ୍ଟାର୍ ରେସଲର୍ ବଜରଙ୍ଗ ପୁନିଆ ସେମିରେ ଆଜରବାଇଜାନର ହାଜି ଅଲିୟେଭଙ୍କ ନିକଟରୁ ୧୨-୫ ପଏଣ୍ଟରେ ହାରିଥିଲେ । କିନ୍ତୁ ଆଜି ସେ ଜବରଦସ୍ତ କମବ୍ୟାକ୍‌ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ଏହା ପୂର୍ବରୁ ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ଭାରତକୁ ରୌପ୍ୟ ପଦକ ଉପହାର ଦେଇଛନ୍ତି ରେସଲର ରବି ଦହିୟା । ସେମିଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିବା ଦହିୟାଙ୍କୁ ରୁଷିଆର ଜଉର୍ ଉଗେଭେଙ୍କଠାରୁ ପରାଜୟ ସ୍ୱୀକାର କରିବାକୁ ପଡ଼ିଥିଲା । ତେବେ ପରଜୟ ସତ୍ତ୍ୱେ ସେ ଦେଶ ପାଇଁ ବଡ଼ ଉପହାର ଦେଇଛନ୍ତି । ସାରା ଦେଶ ଆଜି ତାଙ୍କ ପାଇଁ ଗର୍ବ ଅନୁଭବ କରୁଛି । ରୁଷିଆର ଜଉର୍ ଉଗେଭେ ହେଉଛନ୍ତି ଦୁଇ ଥର ବିଶ୍ୱ ଚାମ୍ପିଅନ୍‌ ।