• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭୁବନେଶ୍ୱର: ଜୁନିଅର ବିଶ୍ୱକପ୍ ହକିରେ ଆଜି କାନ୍ନାଡାକୁ ଭେଟିବ ଟିମ୍ ଇଣ୍ଡିଆ । ଗତକାଲି ଫ୍ରାନ୍ସ ଠାରୁ ହାରିବା ପରେ ଦ୍ୱିତୀୟ ମ୍ୟାଚ୍ ଜିତି ବିଜୟ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଭାରତ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସଂଧ୍ୟା ୭ଟା ୩୦ରେ ମ୍ୟାଚ୍‌ଟି ଖେଳାଯିବ । ଭାରତ-କାନ୍ନାଡାକୁ ଛାଡ଼ିଲେ ଆଜି ଆଉ ୪ଟି ମ୍ୟାଚ୍ ରହିଛି । ସକାଳ ୯ଟା ୩୦ରେ ମୁହାଁମୁହିଁ ହେବେ ଆର୍ଜେଣ୍ଟିନା ଏବଂ ଇଜିପ୍ଟ । ସେହିପରି ଦିନ ୧୨ଟାରେ ସାଉଥ କୋରିଆକୁ ଭେଟିବ ନେଦରଲାଣ୍ତ । ଦିନ ୨ଟା ୩୦ରେ ସ୍ପେନ୍ ଏବଂ ୟୁଏସ୍ଏ ମଧ୍ୟରେ ମ୍ୟାଚ୍ ଖେଳାଯିବ । ସଂଧ୍ୟା ୫ଟାରେ ପୋଲାଣ୍ଡ-ଫ୍ରାନ୍ସ ମଧ୍ୟରେ ଟକ୍କର ହେବ ।

ଗତକାଲି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଜୁନିୟର ବିଶ୍ୱକପ ହକିର ପ୍ରଥମ ମ୍ୟାଚରେ ଭାରତ ପରାଜୟ ହାସଲ କରିଛି । ୨୦୧୬ ସଂସ୍କରଣର ଚମ୍ପିୟାନ ତଥା ଆୟୋଜକ ଭାରତ ସଂଘର୍ଷ କରି ଫ୍ରାନ୍ସ ଠାରୁ ପରାଜୟ ହୋଇଥିଲା । ୫-୪ ଗୋଲ ରେ ଫ୍ରାନ୍ସ ଠାରୁ ଭାରତ ହାରିଲା। ମ୍ୟାଚ ଆରମ୍ଭର ୫୦ ସେକେଣ୍ଡରେ ଫ୍ରାନ୍ସର ଅଧିନାୟକ କ୍ଲେମେଣ୍ଟ ତିମୋଥି (CLEMENT Timothee) ଗୋଲ କରିଥିଲେ।

ଗତକାଲି ଉଦଘାଟନୀ ମ୍ୟାଚରେ ରେଡ଼ ଲାୟନ ତଥା ବେଲଜିୟମ ଦଳ ବିଜୟୀ ହୋଇଥିଲା । ଲକ୍ଷ୍ନୌରେ ଖେଳାଯାଇଥିବା ୨୦୧୬ ସଂସ୍କରଣରେ ରନର୍ସ ଅପ ଥିବା ବେଲଜିୟମ ଦଳ ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲରେ ପରାସ୍ତ କରିଥିଲା । ବିଶ୍ୱକପରେ ପ୍ରଥମ ମ୍ୟାଚରେ ଜିତିଛି ବେଲଜିୟମ୍ । ଦ୍ୱିତୀୟ ମ୍ୟାଚରେ ଜର୍ମାନୀର ପାକିସ୍ତାନ ବିପକ୍ଷରେ ସହଜ ବିଜୟ ହୋଇଥିଲା । ପାକିସ୍ତାନ କୁ ୫-୨ଗୋଲରେ ହରାଇଥିଲା ଜର୍ମାନୀ। ଏହି ବିଜୟରେ ଜର୍ମାନୀ କୁ ୩ପଏଣ୍ଟ ମିଳିଥିବା ବେଳେ ପାକିସ୍ତାନ କୁ ଶୂନ୍ୟ ପଏଣ୍ଟ ମିଳିଛି।

ତୃତୀୟ ମ୍ୟାଚରେ ପୋଲାଣ୍ଡ ବିଜୟୀ ହୋଇଛି । ପୁଲ-Bରେ ସ୍ଥାନ ପାଇଥିବା ପୋଲାଣ୍ଡ ଏବଂ କାନାଡ଼ା ମଧ୍ୟରେ ଏହି ଲିଗ୍‌ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ କାନାଡ଼ାକୁ ୧-୦ ଗୋଲରେ ପୋଲାଣ୍ଡ ବାଜିମାତ କରିଛି। ପୋଲାଣ୍ଡ ଦ ର ଚୁମେଂଯୁକ ଯାକୁବ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।