• translate
Satyendu Shekher Mishra

ଓମାନ୍‌: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କଲା ସ୍କଟ୍‌ଲ୍ୟାଣ୍ଡ । ଓପନିଂ ମ୍ୟାଚ୍‌ରେ ବାଂଲାଦେଶକୁ ହରାଇ ସ୍କଟ୍‌ଲ୍ୟାଣ୍ଡ ଏକ ନୂଆ ଇତିହାସ ରଚିଲା । ତେବେ ଏହି ବିଜୟ ପଛର ନାୟକ କ୍ରିସ୍‌ ଗ୍ରୀବ୍ସ କହିଛନ୍ତି, ‘ଏହା ଅବିଶ୍ୱସନୀୟ ଥିଲା । ରବିବାର ଆମର ଦିନ ଥିଲା । ଆଗକୁ ମଧ୍ୟ ପୁରା ଟିମ୍‌ ଏଭଳି ଖେଳ ପ୍ରଦର୍ଶନ କରି ବିଜୟ ହାସଲ କରିବ ବୋଲି ମୋର ଆଶା ।’ ସ୍କଟ୍‌ଲ୍ୟାଣ୍ଡ ମାତ୍ର ୫୩ ରନ୍‌ରେ ୬ ୱିକେଟ୍‌ ହରାଇ ସାରିଥିଲା । ଏହାପରେ କେବଳ ଗ୍ରୀବ୍ସ ହିଁ ଦଳକୁ ଏକ ସମ୍ମାନ ଜନକ ସ୍କୋର ଛିଡ଼ା କରିବାରେ ବଡ଼ ସହଯୋଗ କରିଥିଲେ । ଗ୍ରୀବ୍ସ ୪୫ ରନ୍‌ କରିଥିବା ବେଳେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ୱିକେଟ ହାସଲ କରିଥିଲେ । ଯାହାଫଳରେ ୧୪୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ମାଇଦାନକୁ ଓହ୍ଲାଇଥିବା ବାଂଲାଦେଶ ୭ ୱିକେଟ୍‌ ହରାଇ ୧୩୪ ରନ୍‌ରେ ସୀମିତ ରହିଥିଲା ।

 

ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିବା ଗ୍ରୀବ୍ସ କହିଛନ୍ତି ଯେ, ‘ଏହା ଏକ ଜବରଦସ୍ତ ଓ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଥିଲା । ଆଜି ମୋ ଦିନ ଥିଲା । ଆଗକୁ ଆମ ଟିମ୍‌ର ଆଉ କାହା ଦିନ ବି ହେବ । ମୁଁ ବହୁତ ଖୁସି ଯେ, ଦଳର ବିଜୟ ପଛରେ ମୋର ବଡ଼ ଭୂମିକା ଥିଲା । ସେ ଆହୁରି କହିଛନ୍ତି ଯେ, ‘ଏହା ଅବିଶ୍ୱସନୀୟ ଥିଲା । କହିବାକୁ ତ ବହୁତ କିଛି ଅଛି । କିନ୍ତୁ ଏବେ ପାଇଁ କେବଳ ଖୁସିକୁ ଅନୁଭବ କରୁଛୁ । ଗୋଟିଏ ଥରରେ ଗୋଟିଏ ମ୍ୟାଚ୍‌ ବିଷୟରେ ଚିନ୍ତା କରୁଛୁ । ଆଶା କରୁଛି ଆଗକୁ ଏମିତି ପ୍ରଦର୍ଶନ ଜାରି ରହିବ ।’

ସ୍କଟ୍‌ଲ୍ୟାଣ୍ଡର ଅଧିନାୟକ କାଇଲ କୋଏଜ୍ଜର କହିଛନ୍ତି ଯେ, ଏଥିରୁ ଜଣାପଡ଼ୁଛି ତାଙ୍କ ଟିମ୍‌ କେଉଁଠି ବି ଓ କେମିତି ବି ପରିସ୍ଥିତିରେ ଜିତିପାରିବ । ସେ କହିଛନ୍ତି, ତାଙ୍କର ଖେଳାଳିଙ୍କ ଉପରେ ପ୍ରଗାଢ଼ ବିଶ୍ୱାସ ରହିଛି । ତାଙ୍କର ପ୍ରତ୍ୟେକ ଖେଳାଳି ଲମ୍ବା ସଟ୍‌ ଖେଳିବାର କ୍ଷମତା ରଖୁଛନ୍ତି । ଯେମିତିକି କ୍ରିସ୍‌ ଗ୍ରୀବ୍ସ ଓ ଶେଷରେ ଜୋଶ ଡେବି ଖେଳ ଦେଖାଇଲେ । ଏଥିରୁ ଜଣାପଡ଼ୁଛି ଯେ, ଆମେ କେଉଁଠି ବି ମ୍ୟାଚ୍‌ ଜିତିପାରିବୁ

ବାଂଲାଦେଶର ଅଧିନାୟକ ମହମ୍ମଦୁଲ୍ଲା କହିଛନ୍ତି, ‘୧୪୦ ରନ୍‌ର ଲକ୍ଷ୍ୟ ହାସଲ ହୋଇପାରିଥାନ୍ତା । କିନ୍ତୁ ମିଡିଲ୍‌ ଅର୍ଡରରେ ବ୍ୟାଟିଂ ଅତ୍ୟନ୍ତ ଧିମା ପଡ଼ିଗଲା । ଯାହା ଦଳକୁ ଭାରି ପଡ଼ିଲା ।’ ସେ ଆହୁରି କହିଛନ୍ତି, ‘ୱିକେଟ୍‌ ମଧ୍ୟ ଭଲ ଥିଲା । ମଝି ଓଭର ଗୁଡ଼ିକରେ ଆମେ ଅଧିକ ସ୍କୋର କରିପାରିଲୁ ନାହିଁ । ଅନ୍ୟପଟେ ବୋଲରମାନେ ନିଜ ଭୂମିକା ଖୁବ୍‌ ଭଲ ଭାବେ ସମ୍ପାଦନ କରିଛନ୍ତି । କିନ୍ତୁ ବ୍ୟାଟିଂ ଭଲ ହୋଇପାରିଲା ନାହିଁ । ସ୍କଟ୍‌ଲ୍ୟାଣ୍ଡର ସେହି ବ୍ୟାଟ୍ସମ୍ୟାନ୍‌ଙ୍କୁ ସବୁ ଶ୍ରେୟ ଯାଉଛି ଯିଏ ଦଳକୁ ଭଲ ସ୍କୋର ଛିଡ଼ା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।’

Other Stories

  • Offline Class
    Education ସପ୍ତାହକୁ ୫ଦିନ ୟୁଟ୍ୟୁବ୍‌ କ୍ଲାସ୍ !

    ଆସନ୍ତା ୨୧ରୁ ଖୋଲିବ ଏକାଦଶ। ତେବେ ସଂକ୍ରମଣମୁକ୍ତ ଶିକ୍ଷାଦାନ ଲାଗି ଉଭୟ ଗଣଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ମନିଟରିଂ କରିବେ ସ୍ପେଶାଲ ସର୍ଭିଲାନ୍ସ ଟିମ୍‌ର ନଜର ରହିବ ପିଲାଙ୍କ ଉପରେ।

  • J & K Police
    National ଅଣ-କାଶ୍ମୀର ଶ୍ରମିକଙ୍କ ପାଇଁ ଜାରି ହେଲା ଆଡଭାଇଜରୀ

    ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର କୁଲଗାମ୍ ଆକ୍ରମଣରେ ୨ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାରାଶି ଘୋଷଣା କରିବା ସହ ଜାମ୍ମୁ ଓ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ କଥା ହୋଇ...

  • petrol-diesel price
    Miscellaneous ଯାତ୍ରୀ ଜନତା ଆକ୍ତାମାକ୍ତା; ଲଗାମ ଛଡା ତୈଳ ଦର

    ନିଇତି ନୂଆ ରେକର୍ଡ କରୁଛି ନନଷ୍ଟପ୍ ପେଟ୍ରୋଲ-ଡିଜେଲ ଦର । ଜନତାଙ୍କ ଠୁ ଯାତ୍ରୀ ଯାଏଁ ସମସ୍ତଙ୍କୁ ଆକ୍ତାମାକ୍ତା କରୁଛି ମହଙ୍ଗା ତୈଳ ଦର । ସେମ୍ବେର ୨୮ରୁ ଆଜି ସୁଦ୍ଧା ପ୍ରାୟ ୨୦ ଦିନ ମଧ୍ୟରେ...

  • Former Indian Cricketer Yuvraj Singh
    Sports ପୂର୍ବତନ ଷ୍ଟାର କ୍ରିକେଟର ଯୁବରାଜ ସିଂହ ଗିରଫ

    ସୋଶାଲ ଆକ୍ଟିଭିଷ୍ଟ ରଜତ କଲସନ୍ ପୁଲିସରେ ଅଭିଯୋଗ କରିଥିଲେ, ଯେଉଁ ଆଧାରରେ ଯୁବରାଜଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଯୁବରାଜଙ୍କ ଉପରେ ଅଭିଯୋଗ ଲଗାଯାଇଥିଲା ଯେ ସେ ଅନୁସୂଚିତ ଜାତି ସମାଜ ବିରୋଧରେ ଆପତ୍ତିଜନକ ଶବ୍ଦର ପ୍ରୟୋଗ...