• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ଫର୍ମକୁ ଫେରିଛି ଭାରତ । ଆଫ୍‌ଗାନିସ୍ତାନ ବିରୋଧରେ ଦମ୍‌ଦାର ପ୍ରଦର୍ଶନ । ଟି-୨୦ ବିଶ୍ୱକପ୍‌ରେ ଭାରତର ପ୍ରଥମ ବିଜୟ । ଆଫ୍‌ଗାନିସ୍ତାକୁ ୬୬ ରନ୍‌ରେ ହରାଇଲା ଭାରତ । ଦଳ ନିଜର ତୃତୀୟ ମ୍ୟାଚରେ ଆଫ୍‌ଗାନିସ୍ତାକୁ ପରାସ୍ତ କରିଛି । ଆରମ୍ଭ ଅଧିନାୟକ ବିରାଟ କୋହଲି ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିଲେ ।

ଏଥିରେ କେଏଲ୍‌ ରାହୁଲ ଓ ରୋହିତ ଶର୍ମା ଓପନିଂ କରିଥିଲେ । ରାହୁଲ ୪୮ ବଲରେ ୬୯ ରନ୍‌ କରିଥିବା ବେଳେ ରହିତ ଶର୍ମା ୪୭ ବଲ୍‌ରେ ୭୪ ରନ୍‌ କରିଥିଲେ । ଉଭୟଙ୍କ ଦମ୍‌ଦାର ଓ ବିସ୍ଫୋରକ ବ୍ୟାଟିଂ ପାଇଁ ଦଳ ଏକ ବଡ଼ ସ୍କୋର ଛିଡ଼ା କରିବାରେ ସଫଳ ହୋଇଥିଲା । ତେବେ ଫାଷ୍ଟ ଡାଉନ୍‌ରେ କେଏଲ୍‌ ରାହୁଲ ମଇଦାନକୁ ଆସିଥିବା ବେଳେ ସେ ମଧ୍ୟ ଧୁଆଁଧାର ବ୍ୟାଟିଂ କରି ଆଫ୍‌ଗାନିସ୍ତା ବୋଲରଙ୍କୁ ଦଗହରା କରିଦେଇଥିଲେ । ରାହୁଲ ମାତ୍ର ୧୩ଟି ବଲ ଖେଳି ୨୭ ରନ୍‌ କରିବା ସହ ନଟ୍‌ ଆଉଟ୍‌ ରହିଥିଲେ । ଅନ୍ୟପଟେ ହଂର୍ଦିକ୍‌ ପାଣ୍ଡିଆ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ମଇଦାନକୁ ଓହ୍ଲାଇବା ମାତ୍ର ଆରମ୍ଭ କରିଥିଲେ ଛକା ଚୌକା । ସେ ମାତ୍ର ୧୩ଟି ବଲ୍‌ ଖେଳି ୩୫ ରନ୍‌ର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ । ଏଥିରେ ତାଙ୍କର ୪ଟି ଚୌକା ଏବଂ ଦୁଇଟି ଛକା ସାମିଲ ଅଛି ।