• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଭାରତର ଖରାପ ପ୍ରଦର୍ଶନ ପଛରେ ରହିଛି ଏହି ପାଞ୍ଚଟି ବଡ କାରଣ । କଣ ପାଇଁ ଭାରତ ସେମିଫାଇନାଲ ଦୌଡରୁ ବାଦ ପଡିଲା, ଏନେଇ ଚର୍ଚ୍ଚା ଜୋର ଧରିଛି । ଭାରତର ଖରାପ ପ୍ରଦର୍ଶନ ନେଇ ପ୍ରଶଂସକ ନିରାଶ ଥିବା ବେଳେ ଏନେକ ପୂର୍ବତନ କ୍ରିକେଟର ଭିନ୍ନ ଭିନ୍ନ ମତ ଦେଉଛନ୍ତି । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ସେହି ୫ଟି ବଡ କାରଣ ।

ଭାରତ ଟି-୨୦ ବିଶ୍ୱକପର ପ୍ରଥମ ଦୁଇଟି ମ୍ୟାଚ୍ ହାରି ସେମିଫାଇନାଲ ଦୌଡର ଆଶା କ୍ଷୀଣ ହୋଇଯାଇଥିଲା । ତେବେ ପ୍ରଥମ ଦୁଇଟି ମ୍ୟାଚ୍ ହାରିବା ପରେ ଭାରତ ଆଫଗାନିସ୍ତାନ ବିପକ୍ଷରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା । ଏହାପରେ ସ୍କଟଲ୍ୟାଣ୍ତକୁ ମଧ୍ୟ ଏକ ବଡ ବ୍ୟବଧାନରେ ପରାସ୍ତ କରିଥିଲା । କିନ୍ତୁ ଶେଷରେ ଆଫଗାନିସ୍ତାନର ନ୍ୟୁଜିଲ୍ୟାଣ୍ତ ବିପକ୍ଷରେ ପରାଜୟ ପରେ ଭାରତର ସେମିଫାଇନାଲ ଦୌଡର କ୍ଷୀଣ ଆଶାକୁ ମଧ୍ୟ ସମାପ୍ତ କରି ଦେଇଥିଲା ।

ପରାଜୟର ପାଞ୍ଚ ମୁଖ୍ୟ କାରଣ ମଧ୍ୟରୁ ଖରାପ ବ୍ୟାଟିଂ ହେଉଛି ମୁଖ୍ୟ କାରଣ । ରୋହିତ, କୋହିଲି ସମେତ ଅନ୍ୟ ବ୍ୟାଟ୍ସମ୍ୟାନ ମାନଙ୍କ ରନ କରିବାରେ ବିଫଳତା ମୁଖ୍ୟତଃ ପାୱାରପ୍ଲେରେ କମ ରନ୍ କରିବା ଓ ୱିକେଟ ପକାଇବା । ‍ଦ୍ୱିତୀୟ ହେଉଛି ବୋଲିଂ ବେଳେ କାକର ପଡିବା କାରଣରୁ ବଲ୍ ବୁଲୁ ନଥିଲା ଏବଂ ସ୍ପିନରଙ୍କ ବଲ ସିଧା ଆସୁଥିଲା । ତୃତୀୟ ହେଉଛି ଆଇପିଏଲର କେବଳ ଦୁଇ ଦିନ ପରେ ବିଶ୍ୱକପ ଆରମ୍ଭ ହେବା । କିଛି ଖେଳାଳିଙ୍କ କହିବାନୁଯାୟୀ ଆଇପିଏଲ କାରଣରୁ ତାଙ୍କୁ ବିଶ୍ରାମ କରିବାକୁ ସମୟ ମିଳିନଥିଲା । ତେଣୁ ତାଙ୍କର ପ୍ରଦର୍ଶନ ଖରାପ ରହିଥିଲା । ଚତୁର୍ଥ କାରଣ ହେଉଛି ଟିମ ମ୍ୟାନେଜମେଣ୍ଟ ଠିକ ଭାବରେ ପରିଚାଳନା ହୋଇନଥିଲା । ପଞ୍ଚମ କାରଣ ହେଉଛି ବିରାଟ କୋହିଲିଙ୍କ ବିଶ୍ୱକପ ପୂର୍ବରୁ ଟି୨୦ ଫର୍ମାଟରେ ଅଧିନାୟକ ପଦ ଛାଡିବା ।

ସୂଚନା ମୁତାବକ ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କର କହିଛନ୍ତି ଯେ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ତର ବୋଲର ମାନେ ଯେପରି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ରନ ଉପରେ ଅଙ୍କୁଶ ଲଗାଇଥିଲେ, ଅର୍ଥାତ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଖୋଲି କରି ଖେଳିବାକୁ ଦେଇ ନଥିଲେ । ଏଥିପାଇଁ ଭାରତ ବଡ ସ୍କୋର କରିବାରେ ବିଫଳ ହୋଇଥିଲା । ଯାହାକି ଭାରତ ପରାଜୟର ମୁଖ୍ୟ କାରଣ ପାଲଟିଥିଲା ।

ତେବେ ଏହାରି ମଧ୍ୟରେ ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ବିଫଳତାର ଏକ ମୁଖ୍ୟ କାରଣ ଦର୍ଶାଇଛନ୍ତି । ସେ କହିଛନ୍ତି ଯେ ଭାରତୀୟ ବ୍ୟାଟ୍ସମାନେ ଦୃଢ ବିପକ୍ଷ ଦଳଙ୍କ ବିରୁଦ୍ଧରେ ରନ କରିବା ପାଇଁ ସକ୍ଷମ ହୋଇ ନଥିବାରୁ ଭାରତ ଆଜି ବିଶ୍ୱକପ ସେମିଫାଇନାଲରୁ ବାଦ ପଡିଛି । ଟିମ୍ ପାୱାରପ୍ଲେରେ ସ୍କୋର ନକରିବା ଏବଂ ଶୀଘ୍ର ୱିକେଟର ପତନ ଘଟିବା ବିଫଳତାର ମୁଖ୍ୟ କାରଣ ପାଲଟିଛି । ଗାଭାସ୍କରଙ୍କ କହିବାନୁଯାୟୀ ଯଦି ଟିମ୍ ୧୮୦ ରନ ସ୍କୋର କରିଥାନ୍ତା, ତେବେ ବୋଲର ମାନେ ପ୍ରତିରକ୍ଷା ପାଇଁ ୨୦ ରୁ ୩୦ ରନ୍ ପାଇଥାନ୍ତେ । କିନ୍ତୁ ନ୍ୟୁଜିଲ୍ୟାଣ୍ତ ବିପକ୍ଷ ମ୍ୟାଚରେ ଭାରତର ପରାଜୟ ପାଇଁ କାକର ଦାୟୀ ନୁହେଁ ବୋଲି କହିଛନ୍ତି ଗାଭାସ୍କର । କାରଣ ନ୍ୟୁଜିଲ୍ୟାଣ୍ତ ବିପକ୍ଷରେ ଭାରତ କେବଳ ୧୧୧ ରନରେ ହିଁ ସୀମିତ ହୋଇ ପଡିଥିଲା । ବ୍ୟାଟ୍ସମ୍ୟାନଙ୍କର ରନ୍ ନକରିବା ହିଁ ଦଲର ବିଫଳତାର ମୁଖ୍ୟ କାରଣ କହିଛନ୍ତି ସୁନିଲ ଗାଭାସ୍କର । 

ଭାରତ ଦଳର ବିପର୍ଯ୍ୟୟର ଆଉ ଏକ ମୁଖ୍ୟ କାରଣ ହେଉଛି ଫିଲ୍ଡିଂ । ପ୍ରତ୍ୟେକ ମ୍ୟାଚରେ ଭାରତର ଫିଲ୍ଡିଂ ଭଲ ନଥିଲା । ଭାରତ ବିପକ୍ଷରେ ନ୍ୟୁଜିଲ୍ୟାଣ୍ତ ଦଳର ଫିଲ୍ଡିଂକୁ ବେଶ ପ୍ରଶଂସା କରିଛନ୍ତି ଗାଭାସ୍କର । ତେବେ ଆଗାମୀ ଦିନରେ ଭାରତ ଦଳରେ କିଛିଟା ପରିବର୍ତ୍ତନର ନିହାତି ଆବଶ୍ୟକ ବୋଲି କହିଛନ୍ତି ସୁନିଲ ଗାଭାସ୍କର ।