• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୧ରେ ଅୟର୍ଲ୍ୟାଣ୍ଡ ଓ ନାମିବିୟା ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ମିଳିଛି । ଏହି ମ୍ୟାଚ୍‌ରେ ବ୍ୟାଟ୍ସମ୍ୟାନ୍‌ ସିମି ସିଂହ ଗୋଟିଏ ବଲ୍‌ରେ ୩ ଥର ରନ୍‌ ଆଉଟ୍‌ ହେବାରୁ ବର୍ତ୍ତିଛନ୍ତି । ଆଉ ଏହି ଘଟଣା ପୁରା ମ୍ୟାଚ୍‌ରେ ଚର୍ଚ୍ଚାର ବିଷୟ ପାଲଟିଛି । ଆୟର୍ଲ୍ୟାଣ୍ଡର ଶେଷ ଓଭରର ଶେଷ ବଲ୍‌ ନାମିବିୟାର ଡେଭିଡ୍‌ ବିଜେଙ୍କ ହାତରେ ଥିଲା । ଆଉ ସେତେବେଳେ ଷ୍ଟ୍ରାଇକ୍‌ରେ ଥିଲେ ଭରତରେ ଜନ୍ମ ଗ୍ରହଣ କରିଥିବା ଅୟର୍ଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ୍‌ ସିମି ସିଂହ ।

ସେ ବିଜେଙ୍କ ବଲ୍‌କୁ ହିଟ୍‌ କଲେ ଆଉ ରନ୍‌ ନେବାକୁ ଦୌଡ଼ିଲେ । ଠିକ୍‌ ସମୟରେ ବଲ୍‌କୁ ଧରି ବିଜେ ଖୁବ୍‌ ଜୋରରେ ଷ୍ଟମ୍ପକୁ ମାରିଥିଲେ । କିନ୍ତୁ ଦୁର୍ଭାଗ୍ୟ ବସତଃ ୱିକେଟ୍‌ କିପର ବଲ୍‌ ଧରିପାରିନଥିଲେ । ଫଳରେ ବଲ୍‌ଟି ବାଉଣ୍ଡରୀ ଆଡ଼କୁ ଚାଲିଯାଉଥିଲା । ଆଉ ସେତେବେଳେ ସେଠାରେ ଥିବା ଫିଲ୍ଡର ବଲ୍‌କୁ ଧରି ପୁଣି ୱିକେଟ୍‌କିପରଙ୍କୁ ଫିଙ୍ଗିଲେ ।

ହେଲେ ସେହି ସମାନ କଥା ରିପିଟ୍‌ ହେଲା । ନାମିବିୟାର ୱିକେଟ୍‌କିପର ବଲ୍‌ ଧରିବାରେ ବିଫଳ ହେଲେ । ଆଉ ସିମି ସଂହଙ୍କୁ ପୁଣି ଏକ ନୂଆ ଜୀବନ ମିଳିଲା । ଆଉ ଟିମ୍‌ ପାଇଁ ଆଉ ଏକ ରନ୍‌ ଯୋଡ଼ିବାକୁ ତାଙ୍କୁ ସୁଯୋଗ ମିଳିଲା । ନାମିବିଆର ୱିକେଟ୍‌କିପର ଯେତେବେଳେ ନିଜେ ରନ୍‌ଆଉଟ୍‌ କରିବାରେ ବିଫଳ ହେଲେ ସେତେବେଳେ ସେ ବୋଲିଂ ସାଇଟ୍‌ରେ ଥିବା ଖେଳାଳିଙ୍କୁ ବଲ୍‌ ଫିଙ୍ଗିଥିଲେ । କିନ୍ତୁ ସିମି ସିଂହଙ୍କ ଭାଗ୍ୟ ଟାଣ ଥିଲା । ଦୁଇ ଦୁଇ ଜଣ ଫିଲ୍ଡର ଥାଇ ବି ତାଙ୍କୁ ରନ୍‌ ଆଉଟ୍‌ କରିପାରି ନଥିଲେ ।

ଏମିତିରେ ସିମି ସିଂହ ୩ ଥର ରନ୍‌ ଆଉଟ୍‌ ହେବାରୁ ବର୍ତ୍ତିଛନ୍ତି । ଆୟର୍ଲ୍ୟାଣ୍ଡ ଓ ନାମିବିୟା ମଧ୍ୟରେ ଖାଳାଯାଇଥିବା ମ୍ୟାଚ୍‌ର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆୟର୍ଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ ମଇଦାନକୁ ଓହ୍ଲାଇଥିବା ବେଳେ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍‌ ହରାଇ ୧୨୫ ରନ୍‌ କରିଥିଲା । ୧୨୬ ରନ୍‌ର ବିଜୟ ଲକ୍ଷ ନେଇ ନାମିବିୟା ମଇଦାନକୁ ଓହ୍ଲାଇଥିବା ବେଳେ ମାତ୍ର ଦୁଇ ୱିକେଟ୍‌ ହରାଇ ଦଳ ବିଜୟ ଲକ୍ଷ ହାସଲ କରିଥିଲା । ଏହାସହ ଦଳ ସୁପର ୧୨ରେ ବି ଏଣ୍ଟ୍ରି କରିବାରେ ସଫଳ ହୋଇଛି ।