• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଭାରତ-ଶ୍ରୀଲଙ୍କା ଟି-ଟ୍ୱେଣ୍ଟି ସିରିଜ ଘୁଞ୍ଚିଲା ।

  • ଅଲରାଉଣ୍ଡର କ୍ରୁଣାଲ୍ ପାଣ୍ଡ୍ୟା କୋଭିଡ୍ ପଜିଟିଭ୍ ।

  • ସମସ୍ତ ଖେଳାଳି ଏବେ ଆଇସୋଲେସନରେ ରହିଛନ୍ତି ।

ନୂଆଦିଲ୍ଲୀ: ଭାରତ-ଶ୍ରୀଲଙ୍କା ଟି-ଟ୍ୱେଣ୍ଟି ସିରିଜ ଘୁଞ୍ଚିଲା । ଭାରତୀୟ ଅଲରାଉଣ୍ଡର କ୍ରୁଣାଲ୍ ପାଣ୍ଡ୍ୟା କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଏହି ନିଷ୍ପତି ନିଆଯାଇଛି । ଦ୍ୱିିତୀୟ ମ୍ୟାଚକୁ ଘୁଞ୍ଚାଇ ଦିଆଯାଇଛି । କ୍ରୁଣାଲ ପଜିଟିଭି ବାହାରିବା ପରେ ଉଭୟ ଟିମ୍‌ର ଅନ୍ୟ ସମସ୍ତ ଖେଳାଳି ଏବେ ଆଇସୋଲେସନରେ ରହିଛନ୍ତି । ଯେଉଁ ଖେଳାଳିମାନେ କ୍ରୁଣାଲଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ ମନିଟର୍ କରାଯିବ । ଯଦି ଅନ୍ୟ ସମସ୍ତ ଖେଳାଳିଙ୍କ ରିପୋର୍ଟ ନେଗେଟିଭ୍ ଆସେ, ତେବେ ଆସନ୍ତାକାଲି ତଥା ବୁଧବାର ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଆୟୋଜନ ହେବ । ପ୍ରଥମ ମ୍ୟାଚରେ ଭାରତ ଦମଦାର ବିଜୟ ସହ ୧-୦ରେ ଆଗୁଆ ରହିଛି ।

ଶ୍ରୀଲଙ୍କା ଗସ୍ତରେ ଭାରତର ପ୍ରଦର୍ଶନ ଭଲ ରହିଆସିଛି । ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତିବା ପରେ ଭାରତ ଟି-୨୦ ସିରିଜରେ ୧-୦ରେ ଆଗୁଆ ରହିଛି । ଶ୍ରୀଲଙ୍କାର ବ୍ୟାଟିଂ କୋଚ୍ ଓ ଭିଡିସ ଆନାଲିଷ୍ଟ କୋଭିଡ୍‌-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ଦିନିକିଆ ସିରିଜକୁ ସ୍ଥଗିତ କରାଯାଇଥିଲା । ଏବେ ଭାରତୀୟ ଖେଳାଳି ପଜିଟିଭ୍ ହେବା ପରେ ଟି-୨୦ ସିରିଜ୍ ଉପରେ ସଙ୍କଟ ଦେଖା ଦେଇଛି ।

ନିକଟରେ ଇଂଲଣ୍ଡରେ ଭାରତୀୟ ଶିବିରରେ ମଧ୍ୟ କରୋନା ପ୍ରବେଶ କରିଥିଲା । ଯୁବ ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ପଜିଟିଭ୍ ବାହାରିବା ପରେ ସେ ଲଣ୍ଡନରେ ରହିଥିଲେ ଏବଂ ବାକି ଭାରତୀୟ ଟିମ୍ ପ୍ରାକ୍ଟିସ୍ ମ୍ୟାଚ୍ ଖେଳିବା ପାଇଁ ଡରହାମ୍ ଚାଲିଯାଇଥିଲେ ।

ଶ୍ରୀଲଙ୍କା ଗସ୍ତରେ ଥିବା ପୃଥ୍ୱୀ ଶ’ ଓ ସୂର୍ଯ୍ୟକୁମାର ଯାଦବ ଇଂଲଣ୍ଡ ଯିବେ । ଦୁହିଁଙ୍କୁ ଭାରତୀୟ ଟେଷ୍ଟ ସ୍କ୍ୱାଡ୍‌ରେ ସାମିଲ୍ କରାଯାଇଛି । ଯେହେତୁ ଏବେ ଭାରତର ଜଣେ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି, ତେଣୁ ପୃଥ୍ୱୀ ଓ ସୂର୍ଯ୍ୟ ଇଂଲଣ୍ଡ ଗସ୍ତ କରିବେ ନା ନାହିଁ, ତାକୁ ନେଇ ସନ୍ଦେହ ଦେଖା ଦେଇଛି । ଉଭୟ ପୃଥ୍ୱୀ ଓ ସୂର୍ଯ୍ୟକୁମାର ଏବେ ଶ୍ରୀଲଙ୍କାରେ ଅଛନ୍ତି ଏବଂ ଦୁହିଁଙ୍କର ଇଂଲଣ୍ଡ ଯାତ୍ରାକୁ ମଧ୍ୟ ସ୍ଥଗିତ କରାଯିବାର ସମ୍ଭାବନା ରହିଛି ।