• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଡେବ୍ୟୁ ଟେଷ୍ଟରେ ଶତକ ହାସଲ କରି ଶ୍ରେୟସ୍ ଆୟର ନିଜକୁ ଏକ ସ୍ୱତନ୍ତ୍ର କ୍ଲବରେ ସାମିଲ କରିଛନ୍ତି । ଏହି କ୍ଲବ୍‌ରେ ତାଙ୍କ ପୁର୍ବରୁ ୧୫ ଭାରତୀୟ ଖେଳାଳି ରହିଛନ୍ତି । ତେବେ ଆଜି ଆମେ ଶ୍ରୟସ ଆୟରଙ୍କ ପରିବାର ବିଷୟରେ ଆଲୋଚନା କରିବା । ତାଙ୍କ ପରିବାର ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି । ଆଜି ଆମେ ଆପଣଙ୍କୁ କହୁଛୁ ଯେ, ଶ୍ରେୟସ ଆୟରଙ୍କ ଭଳି ତାଙ୍କ ଭଉଣୀ ମଧ୍ୟ ବେଶ୍‌ ଲୋକପ୍ରିୟ । ଶ୍ରେୟସ ସାରା ବିଶ୍ୱରେ ପରିଚିତ ହୋଇଥିବା ବେଳେ ତାଙ୍କ ଭଉଣୀ ମଧ୍ୟ କିଛି କମ୍‌ ନୁହଁନ୍ତି । ଶ୍ରେୟସ ଆୟରଙ୍କ ଭଉଣୀ ଶ୍ରେଷ୍ଟା ଆୟର ଜଣେ ବୃତ୍ତିଗତ ନୃତ୍ୟଶିଳ୍ପୀ । ଖାଲି ସେତିକି ନୁହେଁ ସେ ଜଣଷ ଲୋକପ୍ରିୟ କୋରିଓଗ୍ରାଫର୍ ମଧ୍ୟ । ସୋସିଆଲ ମିଡିଆରେ ତାଙ୍କର ବହୁତ ପ୍ରଶଂସକ ମଧ୍ୟ ଅଛନ୍ତି ।

Shresta IyerShresta Iyer

ଅନ୍ୟପଟେ ସୋସିଆଲ ମିଡିଆରେ ଶ୍ରେଷ୍ଟା ଆୟର ଖୁବ୍‌ ସକ୍ରିୟ । ସେ ନିଜର କାମ ସମୟର ଅନେକ ଫଟୋ ପୋଷ୍ଟ କରନ୍ତି । ଶ୍ରେୟସ୍ ଆୟର ମଧ୍ୟ ସୋସିଆଲ ମିଡିଆରେ ତାଙ୍କ ଭଉଣୀଙ୍କ ସହ ଅନେକ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ଅନେକ ଥର ଉଭୟଙ୍କୁ ଏକାଠି ମଜା ମସ୍ତି କରୁଥିବା ଦେଖାଯାଇଛି ।

Shresta IyerShresta Iyer

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଶ୍ରେୟସ୍ ଆୟରଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା । ସେ ଏହା ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଦିନିକିଆ ଓ ଟି-୨୦ ମ୍ୟାଚ୍‌ ଖେଳିସାରିଛନ୍ତି । ସେ ପ୍ରଥମ ଟେଷ୍ଟରେ ଧୁଆଁଧାର ୧୦୫ ରନ୍‌ର ବଡ଼ ଇନିଂସ ଖେଳିଥିଲେ । ଆଇପିଏଲରେ ସେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ମଧ୍ୟ ରହିସାରିଛନ୍ତି ।

Shresta IyerShresta Iyer

ଶ୍ରେଷ୍ଟା ଆୟର ନିଜକୁ ପଶୁପ୍ରେମୀ ବୋଲି ମଧ୍ୟ କହିଥାନ୍ତି । ଆୟରଙ୍କ ପୁରା ପରିବାର ମୁମ୍ବାଇରେ ରୁହନ୍ତି । କିନ୍ତୁ ସେ କେରଳର ମୂଳ ବାସିନ୍ଦା । ୨୬ ବର୍ଷୀୟ ଶ୍ରେୟସ୍ ଆୟର ୨୦୧୪ରେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଡେବ୍ୟୁ କରିଥିଲେ । ସେ ଏବେ ସୁଦ୍ଧା ୪୫୦୦ରୁ ଅଧିକ ରନ୍ ସଂଗ୍ରହ କରିସାରିଛନ୍ତି । ଖାଲି ସେତିକି ନୁହେଁ ତାଙ୍କ ନାଁରେ ୧୩ଟି ଶତକ ମଧ୍ୟ ରହିଛି ।

Shresta IyerShresta Iyer

କାନ୍ଧରେ ଆଘାତ କାରଣରୁ ଶ୍ରେୟସ୍ ଆୟର ଆଇପିଏଲ୍ ୨୦୨୧ର ପ୍ରଥମ ସଂସ୍କରଣରେ ଖେଳିପାରି ନଥିଲେ । ସେ ଟି-୨୦ ବିଶ୍ୱକପ୍‌ରେ ରିଜର୍ଭ ଖେଳାଳି ଭାବେ ସାମିଲ ଥିଲେ । କେ.ଏଲ୍ ରାହୁଲଙ୍କ ଆଘାତ କାରଣରୁ ସେ ଟେଷ୍ଟରେ ଡେବ୍ୟୁ କରିବାର ସୁଯୋଗ ପାଇଲେ ।

ଟେଷ୍ଟ କ୍ରିକେଟ୍ ବିଷୟରେ କହିବାକୁ ଗଲେ, ଶ୍ରେୟସ୍ ଆୟର ୧୬ ତମ ଭାରତୀୟ ଖେଳାଳି ଯିଏକି ଡେବ୍ୟୁ ମ୍ୟାଚ୍‌ରେ ଶତକ ହାସଲ କରିଛନ୍ତି । ଶେଷ ତିନି ଖେଳାଳିଙ୍କ ବିଷୟରେ କହିବାକୁ ଗଲେ ସେମାନେ ମଧ୍ୟ ମୁମ୍ବାଇର ।