• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ଭାରତର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର, ଦୁନିଆର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ମଧ୍ୟରୁ ଜଣେ । ସଚିନ୍‌ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରୁହନ୍ତି । ସୋମବାର ସେ ଏମିତି ଏକ ଭିଡିଓ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଯାହାକୁ ମାତ୍ର ୪-୫ ଘଣ୍ଟା ମଧ୍ୟରେ ଦେଢ଼ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ପାଖାପାଖି ୩୦୦୦ରୁ ୟୁଜର୍ସ ଏହାକୁ ଲାଇକ୍‌ ମଧ୍ୟ କରିଛନ୍ତି । ଖାଲି ସେତିକି ନୁହେଁ ଏହାକୁ ହଜାର ହଜାର ଲୋକ ରିଟ୍ୱିଟ୍‌ ମଧ୍ୟ କରିଛନ୍ତି । ବହୁତ ଲୋକ ଏହି ଭିଡିଓକୁ ପସନ୍ଦ କରୁଛନ୍ତି ।

ଭିଡିଓଟିକୁ ଦେଖିଲେ ଲାଗୁଛି ଯେ, ଗୋଟିଏ କୁକୁର କ୍ରିକେଟ୍‌ ଖେଳୁଛି । ତେବେ ପୋଷା କୁକୁର କ୍ରିକେଟ୍‌ ଖେଳିବା କିଛି ନୂଆ କଥା ନୁହେଁ । କିନ୍ତୁ ଏଠି କୁକୁର ୱିକେଟ୍‌ କିପିଂ କରୁଛି ଏବଂ ଫିଲ୍ଡିଂ ମଧ୍ୟ କରୁଛି । ଯାହା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ । ବୋଲର ବୋଲିଂ କଲା ବେଳେ କୁକୁର ୱିକେଟ୍‌ କିପିଂ କରୁଛି । ଆଉ ବ୍ୟାଟ୍‌ରେ ବଲ୍‌ ବାଜିବା ପରେ କୁକୁର ନିଜେ ଦୌଡ଼ି ଯାଇ ବଲ୍‌ ଧରୁଛି ବା ଫିଲ୍ଡିଂ କରୁଛି । ତେବେ ସବୁଠାରୁ ବଡ଼ କଥା ହେଲା ଏହି କୁକୁର କୌଣସି ବଡ଼ ବଡ଼ିଆଙ୍କର ପୋଷା ନୁହେଁ । ଯିଏ କି ଟ୍ରେନିଂ ପାଇ କ୍ରିକେଟ୍‌ ଖେଳୁଛି । ଯେଉଁମାନଙ୍କ ସହ କୁକୁର ଖେଳୁଛି ସେମାନେ ମଧ୍ୟ କୌଣସି ସହର କିମ୍ବା ଅଭିଯାତ୍ୟ ପରିବାରର ଭଳି ଲାଗୁନାହାନ୍ତି । ଏହି ଭିଡିଓଟି ଗାଁ ଗହଳିର ଗଳି କନ୍ଦି କିମ୍ବା ବାରିପଟ ରାସ୍ତାରେ ଖେଳାଯାଉଥିବା କ୍ରିକେଟ୍‌ ଭଳି ଦେଖାଯାଉଛି ।

ଏହି ଭିଡିଓ ପୋଷ୍ଟ କରି ସଚିନ ତେନ୍ଦୁଲକର କ୍ୟାପସନରେ ଲେଖିଛନ୍ତି, 'ଏହି ଭିଡିଓ ଜଣେ ବନ୍ଧୁଙ୍କଠାରୁ ପାଇଲି । ଭିଡିଓ ଦେଖିବା ପରେ ମୁଁ କହିବି, ଏହା ହେଉଛି ବଲ୍ ଧରିବାର ଜବରଦସ୍ତ କୌଶଳ । ଆମେ କ୍ରିକେଟରେ ୱିକେଟ୍ କିପର, ଫିଲ୍ଡର ଏବଂ ଅଲରାଉଣ୍ଡରଙ୍କୁ ଦେଖିଛୁ, କିନ୍ତୁ ଏଠାରେ ଏହି କୁକୁରର ଭୁମିକାକୁ କ’ଣ ନାଁ ଦିଆଯାଇପାରେ । ସଚିନ୍‌ ଏଥିରେ ଏକ ସ୍ମାଇଲ ଇମୋଜି ମଧ୍ୟ ସେୟାର କରିଛନ୍ତି ।

ଏହାପୂର୍ବରୁ ଏଭଳି ଅନେକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଯେଉଁଥିରେ କୁକୁର କ୍ରିକେଟ୍ ଖେଳୁଥିବା ଦେଖିବାକୁ ମିଳୁଛି । ଆନ୍ତର୍ଜାତୀୟ କ୍ରିକେଟ୍‌ରେ ଅନେକ ରେକର୍ଡ ନିଜ ନାଁରେ କରିଥିବା ସଚିନ୍ ମଧ୍ୟ ଜଣେ କୁକୁର ପ୍ରେମୀ । ସଚିନ୍ ୧୦୦ଟି ଆନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି । ଯାହା ଏକ ବିଶ୍ୱ ରେକର୍ଡ ଏବଂ ଏହାକୁ ଭାଙ୍ଗିବା କଷ୍ଟକର ।