• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଟୋକିଓରେ ହଙ୍ଗାମା ।

  • ଅଲିମ୍ପିକ୍ସ ବାତିଲ ପାଇଁ ଜୋର ଧରିଲା ଦାବି।

  • ଷ୍ଟାଡିୟମ ସମ୍ମୁଖରେ ଉତ୍ତେଜନା ।

ଟୋକିଓ: ଟୋକିଓ ଅଲିମ୍ପିକ୍ସ ଉଦଘାଟନୀ ସମାରୋହ ପୂର୍ବରୁ ଟୋକିଓରେ ପ୍ରବଳ ହଙ୍ଗାମା । ଅଲିମ୍ପିକ୍ସ ବନ୍ଦ କରିବା ପାଇଁ ଜମିଲା ଲୋକଙ୍କ ଭିଡ଼ । କୋଭିଡ ସମୟରେ ଅଲିମ୍ପିକ୍ସ ଆୟୋଜନ ବାତିଲ କରିବାକୁ ହଜାର ହଜାର ସଂଖ୍ୟାରେ ଷ୍ଟାଡିୟମ ସମ୍ମୁଖରେ ଜମା ହେଲେ ଆଉ ନାରାବାଜି କଲେ ସ୍ଥାନୀୟ ବାସିନ୍ଦା । କାରଣ ଗୁରୁବାର ଦିନ ହିଁ ଟୋକିଓରେ ୧୯୭୯ ନୂଆ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜାନୁଆରୀ ୧୫ ପରେ ଏହି ସଂଖ୍ୟା ସବୁଠାରୁ ଅଧିକ ରହିଛି । କାରଣ ସେହିଦିନ ୨୦୪୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ଟୋକିଓ ଅଲିମ୍ପିକ୍ସକୁ ଧ୍ୟାନରେ ରଖି ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗା ୧୨ ଜୁଲାଇରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । କିନ୍ତୁ ଏହା ପରେ ମଧ୍ୟ ପ୍ରତ୍ୟେକ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ତେବେ ଅନେକ ବିରୋଧ ସତ୍ତ୍ୱେ କୋଭିଡ -୧୯ ମହାମାରୀର ଭୟ ମଧ୍ୟରେ ଶୁକ୍ରବାର ଏକ ରଙ୍ଗାରଙ୍ଗ ଉଦଘାଟନୀ ସମାରୋହରେ ଟୋକିଓରେ ୩୨ ତମ ଅଲିମ୍ପିକ୍ସ ଗେମ୍ସ ଆରମ୍ଭ ହୋଇଯାଇଛି । ଏହି କରୋନା ପାଇଁ ପ୍ରାୟ ଏକ ବର୍ଷ ବିଳମ୍ବରେ ଆଲିମ୍ପିକ୍ସ ଆୟୋଜନ କରଯାଇଛି । ତେବେ ଶୁକ୍ରବାର ଉଦ୍‌ଘାଟନୀ ସମାରୋହ ପରେ ଟୋକିଓ ଅଲିମ୍ପିକ୍ସ ଆୟୋଜନକୁ ନେଇ ହେଉଥିବା ସମସ୍ତ ଆଲୋଚନା ସମାଲୋଚନା ଉପରେ ଏବେ ବିରାମ ଲାଗିଛି । ଅଲିମ୍ପିକ୍ସ ଗେମ୍ସର ଉଦଘାଟନୀ ସମାରୋହ ଦର୍ଶକଙ୍କ ବିନା ଆୟୋଜିତ ହୋଇଥିଲା । ଏହାକୁ ଦେଖି ସମସ୍ତେ ଭାବପ୍ରବଣ ହୋଇପଡ଼ିଥିଲେ । କରୋନା ପାଇଁ ଖେଳାଳିଙ୍କ ମନରେ ଯେଉଁ ଭୟ ବା ନିରାଶା ରହିଥିଲା, ତାହା ଧିରେ ଧିରେ ଉତ୍ସାହରେ ପରିଣତ ହେଉଥିବା ଦେଖିବାକୁ ମିଳିଥିଲା । ଟୋକିଓରେ ଯେତେବେଳେ ରାତି ହୋଇଥିଲା ଏବଂ ଅନ୍ଧାର ଘୋଟି ଆସିଥିଲା ଠିକ୍‌ ସେତିକିବେଳେ ଏଠାରେ ଥିବା ଅଲିମ୍ପିକ୍ସ ଷ୍ଟାଡିୟମ୍ ଝଲସି ଉଠୁଥିଲା । ଯେଉଁଥିରୁ ସାରା ବିଶ୍ୱରେ ନୂଆ ଆଶା ସଂଚାର ହେଉଥିବା ଦେଖାଯାଇଥିଲା ।

ଟୋକିଓ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସ ଆୟୋଜନ କରୁଛି । ଏହା ପୂର୍ବରୁ ୧୯୬୪ରେ ସଫଳତାର ସହ ଅଲିମ୍ପିକ୍ସ ଆୟୋଜନ କରିଥିଲା ଟୋକତଓ । କିନ୍ତୁ ଉଦ୍‌ଘାଟନୀ ସମାରୋହ ବେଳେ ପ୍ରଥମେ ସେହି ଦିନକୁ ମନେ ପକାଯାଇଥିଲା । ଯେତେବେଳେ ୨୦୧୩ରେ ସେ ଅଲିମ୍ପିକ୍ସ ଆୟୋଜନ କରିବାକୁ ସୁଯୋଗ ପାଇଥିଲା ।

ଏହା ପରେ ଟୋକିଓ ୨୦୨୦ର ପ୍ରତୀକ ପ୍ରଦର୍ଶନ କରିବାକୁ ୨୦ ସେକେଣ୍ଡ ପର୍ଯ୍ୟନ୍ତ ନୀଳ ଏବଂ ଧଳା ଆତସବାଜି ହୋଇଥିଲା । ଯାହାକୁ ଜାପାନୀ ସଂସ୍କୃତିରେ ଶୁଭ ବୋଲି ବିବେଚନା କରାଯାଏ । ଜାପାନର ସମ୍ରାଟ ନାରୁହିତୋ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ମୁଖ୍ୟ ଥୋମାସ୍ ବାକ୍‌ଙ୍କ ସହ ଷ୍ଟାଡିୟମରେ ପହଞ୍ଚିଥିଲେ ।

ଉଦ୍‌ଘାଟନୀ ସମାରୋହରେ ଦର୍ଶକଙ୍କୁ ଅନୁମତି ନଦେବାକୁ ନିଷ୍ପତ୍ତି ଅନେକ ସପ୍ତାହ ପୂର୍ବରୁ ନିଆଯାଇଥିଲା । ତେବେ ଏହି ଉଦ୍‌ଘାଟନୀ ସମାରୋହ ଦେଖିବା ପାଇଁ ଷ୍ଟାଡିୟମରେ ୧୦୦୦ ବଡ଼ ହସ୍ତିଙ୍କୁ ଦେଖିବାକୁ ମିଳିଥିଲା । ଆମେରିକାର ପ୍ରଥମ ଲେଡି ଜିଲ ବାଇଡେନ ମଧ୍ୟ ଉପସ୍ଥିତ ଥିଲେ । ସମାରୋହର ମୁଖ୍ୟ ଆକର୍ଷଣ ନିଶ୍ଚିତ ଭାବରେ ସେହି ଖେଳାଳିମାନେ ଥିଲେ ଯେଉଁମାନେ ମହାମାରୀ ଏବଂ ଭୟ ମଧ୍ୟରେ ଗତ ଏକ ବର୍ଷ ଧରି ପ୍ରସ୍ତୁତ ହେଉଥିଲେ ।