• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବ୍ୟାଡମିଣ୍ଟନ ଫାଇନାଲକୁ ଉନ୍ନୀତ ହୋଇ ପଦକ ନିଶ୍ଚିତ କଲେ

  • ସେମିରେ ଜାପାନର ଫୁଜିହାରାଙ୍କୁ ୨୧-୧୧, ୨୧-୧୬ରେ ହରାଇଲେ

  • ଅପରାହ୍ନ ୩ଟାରେ ସ୍ବର୍ଣ୍ଣ ପଦକ ପାଇଁ ଲଢ଼ିବେ ପ୍ରମୋଦ

ନୂଆଦିଲ୍ଲୀ : ପଦକ ନିଶ୍ଚିତ କଲେ ଓଡ଼ିଆ ପୁଅ ପ୍ରମୋଦ୍ ଭଗତ୍ । ଟୋକିଓ ପାରାଲିମ୍ପିକ୍ସରେ ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଛନ୍ତି । ସେ ବ୍ୟାଡମିଣ୍ଟନ୍ ପୁରୁଷ ସିଙ୍ଗଲ୍ସ SL3 ଶ୍ରେଣୀ ସେମିଫାଇନାଲରେ  ଜାପାନରେ ଫୁଜିହାରାକୁ ୨-୦ ରେ ପରାସ୍ତ କରିଛନ୍ତି । ସେମିଫାଇନାଲ ମୁକାବିଲାରେ ୨୧-୧୧, ୨୧-୧୬ରେ ବିଜୟ ହାସଲ କରିଛନ୍ତି । ବର୍ତ୍ତମାନ ସୁଦ୍ଧା କୌଣସି ଭାରତୀୟ ଖେଳାଳି ଅଲିମ୍ପିକ୍ କିମ୍ବା ପାରାଲିମ୍ପିକ୍ ଗେମ୍ସରେ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତିବାର ସୌଭାଗ୍ୟ ପାଇନାହାନ୍ତି । ପ୍ରମୋଦଙ୍କ ପାଖରେ ବର୍ତ୍ତମାନ ଭାରତ ପକ୍ଷରୁ ପ୍ରଥମ ସ୍ୱର୍ଣ୍ଣ ଜିତିବାର ସୁଯୋଗ ରହିଛି ।

ସେ ଆଜି ଅପରାହ୍ନ ୩ଟାରେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼ିବେ । ପ୍ରମୋଦ ଫାଇନାଲରେ ପହଞ୍ଚିବା ମାତ୍ରେ ଭାରତର ୧୪ ତମ ପଦକ ଜିତିବା ଥୟ ହୋଇଛି । ଟୋକିଓ ପାରାଲିମ୍ପିକ୍ସରେ ଭାରତ ଏପର୍ଯ୍ୟନ୍ତ ଦୁଇଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଏବଂ ପାଞ୍ଚଟି ବ୍ରୋଞ୍ଜ ପଦକ ଜିତିସାରିଛି । ବ୍ୟାଡମିଣ୍ଟନରେ ଲଣ୍ଡନ ଅଲିମ୍ପିକ୍ସ ୨୦୧୨ରେ ସାଇନା ନେହୱାଲ ବ୍ରୋଞ୍ଜ, ରିଓ ୨୦୧୬ ରେ ରୌପ୍ୟ ଏବଂ ଟୋକିଓ ୨୦୨୦ରେ ସିନ୍ଧୁ ବ୍ରୋଞ୍ଜ ଜିତିଛନ୍ତି । ଫାଇନାଲରେ ପହଞ୍ଚିବା ପରେ ପ୍ରମୋଦ ଅଲିମ୍ପିକ୍ କିମ୍ବା ପାରାଲିମ୍ପିକ୍ ଗେମ୍ସରେ ବ୍ୟାଡମିଣ୍ଟନରେ ପଦକ ଜିତିଥିବା ପ୍ରଥମ ପୁରୁଷ ଖେଳାଳି ହୋଇ ପାରିଛନ୍ତି ।

ଚଳିତ ଥର ପ୍ରଥମ ଥର ପାଇଁ ଟୋକିଓ ପାରାଲିମ୍ପିକ୍ସରେ ବ୍ୟାଡମିଣ୍ଟନ ଖେଳ ଅନ୍ତର୍ଭୁକ୍ତ ହୋଇଛି । ଭାରତ ବ୍ୟାଡମିଣ୍ଟନରେ ପ୍ରମୋଦଙ୍କ ପଦକ ବ୍ୟତୀତ ଆଉ ୪ ଟି ପଦକ ଜିତିପାରେ । ପ୍ରମୋଦ ଭଗତ ଏବଂ ତାଙ୍କ ସହଯୋଗୀ ପଲକ କୋହଲି ଶୁକ୍ରବାର ଦିନ ବ୍ୟାଡମିଣ୍ଟନ ମିଶ୍ରିତ ଡବଲ୍ସ ଇଭେଣ୍ଟର ସେମିଫାଇନାଲ କ୍ୱାଲିଫାୟ କରିଛନ୍ତି । ସିଙ୍ଗଲ୍ସରେ ସୁହାସ୍ ୟଥିରାଜ, ତରୁଣ ଢ଼ିଲୋନ୍ ଏବଂ ମନୋଜ ସରକାର ମଧ୍ୟ ଶେଷ ଚାରୋଟିରରେ ସ୍ଥାନ ପାଇଛନ୍ତି । ଏହି ସମସ୍ତ ଖେଳାଳିଙ୍କ ପଦକ ଫାଇନାଲରେ ପହଞ୍ଚିବା ମାତ୍ରେ ନିଶ୍ଚିତ ହେବ ।