• translate
Satyendu Shekher Mishra

News Highlights

  • ଆଶା ଆଶଙ୍କାରେ ଆରମ୍ଭ ହେଲା ଟୋକିଓ ଆଲିମ୍ପିକ୍ସ ।

  • ରଙ୍ଗାରଙ୍ଗ ଉଦଘାଟନୀ ସମାରୋହ ପରେ ୩୨ ତମ ଅଲିମ୍ପିକ୍ସ ଆରମ୍ଭ ।

  • କରୋନା ପାଇଁ ପ୍ରାୟ ଏକ ବର୍ଷ ବିଳମ୍ବ ।

ନୂଆଦିଲ୍ଲୀ: କୋଭିଡ -୧୯ ମହାମାରୀର ଭୟ ମଧ୍ୟରେ ଶୁକ୍ରବାର ଏକ ରଙ୍ଗାରଙ୍ଗ ଉଦଘାଟନୀ ସମାରୋହରେ ଟୋକିଓରେ ୩୨ ତମ ଅଲିମ୍ପିକ୍ସ ଗେମ୍ସ ଆରମ୍ଭ ହୋଇଯାଇଛି । ଏହି କରୋନା ପାଇଁ ପ୍ରାୟ ଏକ ବର୍ଷ ବିଳମ୍ବରେ ଆଲିମ୍ପିକ୍ସ ଆୟୋଜନ କରଯାଇଛି । ତେବେ ଶୁକ୍ରବାର ଉଦ୍‌ଘାଟନୀ ସମାରୋହ ପରେ ଟୋକିଓ ଅଲିମ୍ପିକ୍ସ ଆୟୋଜନକୁ ନେଇ ହେଉଥିବା ସମସ୍ତ ଆଲୋଚନା ସମାଲୋଚନା ଉପରେ ଏବେ ବିରାମ ଲାଗିଛି । ଅଲିମ୍ପିକ୍ସ ଗେମ୍ସର ଉଦଘାଟନୀ ସମାରୋହ ଦର୍ଶକଙ୍କ ବିନା ଆୟୋଜିତ ହୋଇଥିଲା । ଏହାକୁ ଦେଖି ସମସ୍ତେ ଭାବପ୍ରବଣ ହୋଇପଡ଼ିଥିଲେ । କରୋନା ପାଇଁ ଖେଳାଳିଙ୍କ ମନରେ ଯେଉଁ ଭୟ ବା ନିରାଶା ରହିଥିଲା, ତାହା ଧିରେ ଧିରେ ଉତ୍ସାହରେ ପରିଣତ ହେଉଥିବା ଦେଖିବାକୁ ମିଳିଥିଲା । ଟୋକିଓରେ ଯେତେବେଳେ ରାତି ହୋଇଥିଲା ଏବଂ ଅନ୍ଧାର ଘୋଟି ଆସିଥିଲା ଠିକ୍‌ ସେତିକିବେଳେ ଏଠାରେ ଥିବା ଅଲିମ୍ପିକ୍ସ ଷ୍ଟାଡିୟମ୍ ଝଲସି ଉଠୁଥିଲା । ଯେଉଁଥିରୁ ସାରା ବିଶ୍ୱରେ ନୂଆ ଆଶା ସଂଚାର ହେଉଥିବା ଦେଖାଯାଇଥିଲା ।

ଟୋକିଓ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସ ଆୟୋଜନ କରୁଛି । ଏହା ପୂର୍ବରୁ ୧୯୬୪ରେ ସଫଳତାର ସହ ଅଲିମ୍ପିକ୍ସ ଆୟୋଜନ କରିଥିଲା ଟୋକତଓ । କିନ୍ତୁ ଉଦ୍‌ଘାଟନୀ ସମାରୋହ ବେଳେ ପ୍ରଥମେ ସେହି ଦିନକୁ ମନେ ପକାଯାଇଥିଲା । ଯେତେବେଳେ ୨୦୧୩ରେ ସେ ଅଲିମ୍ପିକ୍ସ ଆୟୋଜନ କରିବାକୁ ସୁଯୋଗ ପାଇଥିଲା ।

ଏହା ପରେ ଟୋକିଓ ୨୦୨୦ର ପ୍ରତୀକ ପ୍ରଦର୍ଶନ କରିବାକୁ ୨୦ ସେକେଣ୍ଡ ପର୍ଯ୍ୟନ୍ତ ନୀଳ ଏବଂ ଧଳା ଆତସବାଜି ହୋଇଥିଲା । ଯାହାକୁ ଜାପାନୀ ସଂସ୍କୃତିରେ ଶୁଭ ବୋଲି ବିବେଚନା କରାଯାଏ । ଜାପାନର ସମ୍ରାଟ ନାରୁହିତୋ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ମୁଖ୍ୟ ଥୋମାସ୍ ବାକ୍‌ଙ୍କ ସହ ଷ୍ଟାଡିୟମରେ ପହଞ୍ଚିଥିଲେ ।

ଉଦ୍‌ଘାଟନୀ ସମାରୋହରେ ଦର୍ଶକଙ୍କୁ ଅନୁମତି ନଦେବାକୁ ନିଷ୍ପତ୍ତି ଅନେକ ସପ୍ତାହ ପୂର୍ବରୁ ନିଆଯାଇଥିଲା । ତେବେ ଏହି ଉଦ୍‌ଘାଟନୀ ସମାରୋହ ଦେଖିବା ପାଇଁ ଷ୍ଟାଡିୟମରେ ୧୦୦୦ ବଡ଼ ହସ୍ତିଙ୍କୁ ଦେଖିବାକୁ ମିଳିଥିଲା । ଆମେରିକାର ପ୍ରଥମ ଲେଡି ଜିଲ ବାଇଡେନ ମଧ୍ୟ ଉପସ୍ଥିତ ଥିଲେ । ସମାରୋହର ମୁଖ୍ୟ ଆକର୍ଷଣ ନିଶ୍ଚିତ ଭାବରେ ସେହି ଖେଳାଳିମାନେ ଥିଲେ ଯେଉଁମାନେ ମହାମାରୀ ଏବଂ ଭୟ ମଧ୍ୟରେ ଗତ ଏକ ବର୍ଷ ଧରି ପ୍ରସ୍ତୁତ ହେଉଥିଲେ ।

Other Stories