• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଫ୍ୟାନ୍ସଙ୍କୁ ଡବଲ୍ ଖୁସି ଭେଟି ଦେଲେ ମହେନ୍ଦ୍ର ସିଂ

 ନୂଆଦିଲ୍ଲୀ: ଦୁଇ ଦୁଇଟି ଖୁସି ଖବର ଦେଇଛନ୍ତି କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନୀ । ଗତକାଲି କୋଲକାତା ନାଇଟ୍ ରାଇଡର୍ସଙ୍କୁ ହରାଇ ଚେନାଇ ସୁପର କିଙ୍ଗସ୍ ଆଇପିଏଲ୍ ୨୦୨୧ ଟ୍ରଫି ଜିତିବା ପରେ ତାଙ୍କର ଫ୍ୟାନ୍ ମାନଙ୍କୁ ଖୁସି ଖବର ଦେଇଛନ୍ତି ମାହି । କିନ୍ତୁ ଏବେ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଆଉ ଗୋଟିଏ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ୨ୟ ଥର ବାପା ହେବାକୁ ଯାଉଛନ୍ତି ମହେନ୍ଦ୍ର ସିଂ ଧୋନୀ । ଧୋନୀଙ୍କ ପତ୍ନୀ ସାକ୍ଷୀ ଏବେ ୪ ମାସର ଗର୍ଭବତୀ ଅଛନ୍ତି ।

ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ୍ ୨୦୨୧ର ଟ୍ରଫି ହାସଲ କରି ଫ୍ୟାନ୍ସଙ୍କୁ ଡବଲ୍ ଖୁସି ଭେଟି ଦେଇଛନ୍ତି ମହେନ୍ଦ୍ର ସିଂ ଧୋନୀ । ଶୁଣିବାକୁ ମିଳିଛି ଯେ ଧୋନୀଙ୍କ ପତ୍ନୀ ସାକ୍ଷୀ ଗର୍ଭବତୀ ଅଛନ୍ତି ଏବଂ ଖୁବ୍ ଶୀଘ୍ର ତାଙ୍କର ଘରକୁ ଆଉ ଜଣେ ନୂଆ ସଦସ୍ୟ ଆସିବାକୁ ଯାଉଛନ୍ତି । ତେବେ ଏନେଇ ସାକ୍ଷୀ ଗର୍ଭବତୀ ଥିବା ଖବର ଧୋନିଙ୍କ ଘନିଷ୍ଠ ବନ୍ଧୁ ସୁରେଶ ରାଇନାଙ୍କ ପତ୍ନୀ ପ୍ରିୟଙ୍କା ନିଶ୍ଚିତ କରିଛନ୍ତି ।

ସୂଚନା ଅନୁସାରେ ୨୦୧୫ରେ ପ୍ରଥମ କନ୍ୟା ସନ୍ତାନର ବାପା ହୋଇଥିଲେ ମହେନ୍ଦ୍ର ସିଂ ଧୋନି । ଧୋନିଙ୍କର ଝିଅର ଜିଭାଙ୍କ ବୟସ ୬ ବର୍ଷ । ଗତକାଲି ଚେନ୍ନାଇ ଆଇପିଏଲ ଟ୍ରଫି ଜିତିବା ପରେ ଜିଭା ଓ ସାକ୍ଷୀ ପଡ଼ିଆ ମଧ୍ୟରେ ଧୋନିଙ୍କ ସହ ଖୁସି ବାଣ୍ଟିଥିଲେ । ପଡ଼ିଆରେ ଚେନ୍ନାଇ ବିଜୟୀରେ ସାକ୍ଷୀ ଖୁସିରେ କାନ୍ଦିବା ସହ ଡ୍ୟାନ୍ସ ମଧ୍ୟ କରିଥିବା ନଜର ଆସିଛନ୍ତି ।

ତେବେ ଚେନ୍ନାଇ ଜିତିବା ଖୁସିରେ ପଡ଼ିଆରେ ଧୋନିଙ୍କ ସହ ଫଟୋ ପୋଜ୍ ଦେଉଥିବା ବେଳେ ସାକ୍ଷୀ ଗର୍ଭବତୀ ଥିବା ଜଣାପଡ଼ିଥିଲା । ଏହି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ ଫ୍ୟାନ୍ସ ମାନେ ବହୁତ ଖୁସି ବ୍ୟକ୍ତ କରିଛନ୍ତି । ତେବେ ଏପର୍ଯ୍ୟନ୍ତ ଧୋନି କିମ୍ବା ସାକ୍ଷୀ ଏ ସମ୍ପର୍କରେ କିଛି ସ୍ପଷ୍ଟ କରି ନାହାନ୍ତି । କିନ୍ତୁ ସୂଚନା ଅନୁସାରେ ରାଇନାଙ୍କ ପତ୍ନୀ ପ୍ରିୟଙ୍କା ହିଁ ସାକ୍ଷୀ ୪ ମାସର ଗର୍ଭବତୀ ଥିବା କହିଛନ୍ତି ।