• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ।

  • ଇତିହାସ ରଚିଲେ ମୀରାବାଈ ଚାନୁ ।

  • ଅଲିମ୍ପିକ୍ସରେ ପଦକ ଖାତା ଖୋଲିଲା ଭାରତ ।

ଟୋକିଓ: ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ଇତିହାସ ରଚିଲେ ମୀରାବାଈ ଚାନୁ । ଅଲିମ୍ପିକ୍ସରେ ପଦକ ଖାତା ଖୋଲିଲା ଭାରତ । ପ୍ରଥମ ଥର ପାଇଁ ଅଲିମ୍ପିକ୍ସର ପ୍ରଥମ ଦିନର ପଦକ ହାସଲ କରିଛି ଭାରତ । ଭାରଉତ୍ତୋଳନରେ ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଥିବା ପ୍ରଥମ ମହିଳା ମୀରାବାଈ ଚାନୁ । ଏହି ମୁକାବିଲାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଚୀନ ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ହାସଲ କରିଛି । ସେହିଭଳି ତୃତୀୟ ସ୍ଥାନରେ ରହିଛି ଇଣ୍ଡୋନେସିଆ ।

ପ୍ରଥମସ୍ଥାନରେ ଥିବା ଚୀନ୍‌ ପ୍ରତିଯୋଗୀ ମୋଟ ୨୧୦ କିଲୋ ଉଠାଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ଭାରତର ମୀରାବାଈ ୨୦୨ କିଲୋ ଭାର ଉଠାଇଥିଲେ । ସେହିଭଳି ତୃତୀୟ ସ୍ଥାନରେ ଥିବା ଇଣ୍ଡୋନେସିଆ ଖାଳାଳି ୧୯୪ କିଲୋ ଭାର ଉଠାଇଛନ୍ତି ।

୨୧ ବର୍ଷ ପରେ ଭାରତକୁ ଏହି ସଫଳତା ମିଳିଛି । ପୂର୍ବରୁ କର୍ଣ୍ଣମ ମାଲେଶ୍ୱରୀ ଭାରୋତ୍ତୋଳନରେ ଭାରତ ପାଇଁ ପଦକ ଜିତିଥିଲେ । ପଦକ ହାସଲ କରିବା ପରେ ମୀରାବାଈ ଚାନୁଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୀରାବାଈ ଚାନୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

କ୍ଲିନ୍‌ ଆଣ୍ଡ ଜର୍କର ଦ୍ୱିତୀୟ ରାଉଣ୍ଡରେ ମୀରାବାଈ ଚାନୁ ୧୧୫ କିଲୋଗ୍ରାମ ଭାର ଉଠାଇବାରେ ସଫଳ ହଲେ । କିନ୍ତୁ ସେ ତୃତୀୟ ପ୍ରୟାସରେ ବିଫଳ ହୋଇଥିଲେ ଏବଂ ସ୍ୱର୍ଣ୍ଣ ପଦକ ଦୌଡ଼ରୁ ବାଦ୍ ପଡ଼ିଛନ୍ତି । ଏହା ପୂର୍ବରୁ ମୀରାବାଈ ଚାନୁ ପ୍ରଥମ ପ୍ରୟାସରେ ୧୧୦ କିଲୋଗ୍ରାମ ଭାର ତ୍ତୋଳନ କରିବାରେ ସଫଳ ହୋଇଥିଲେ । ମୀରାବାଈ ଚଳିତ ବର୍ଷ ଆରମ୍ଭରୁ ୧୧୯ କିଲୋଗ୍ରାମ ଭାରଉତ୍ତୋଳନ କରି କ୍ଲିନ୍‌ ଆଣ୍ଡ ଜର୍କରେ ବିଶ୍ୱ ରେକର୍ଡ ହାସଲ କରିଥିଲେ । ମୀରାବାଈ ଚାନୁ ମହିଳା ୪୯ କିଲୋଗ୍ରାମ ବର୍ଗରେ ମୁକାବିଲା କରୁଥିଲେ ।

ସେହିଭଳି ସୁଟିଂରେ ମଧ୍ୟ ଭାରତ ମେଡାଲ ପାଇବ ବୋଲି ଆଶା ରଖିଛି । ପଦକ ପାଖାପାଖି ରହିଛନ୍ତି ସୌରଭ ଚୌଧରୀ । ସୌରଭ ୧୦ ମିଟର ଏୟାର ପିଷ୍ଟଲ ସୁଟିଂ ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିସାରିଛନ୍ତି । ସେ କ୍ୱାଲିଫିକେସନ ରାଉଣ୍ଡର ପ୍ରଥମ ସ୍ଥାନରେ ରହିଥିଲେ । ସେ ମୋଟ ୫୮୬ ପଏଣ୍ଟ ହାସଲ କରିଛନ୍ତି । ଅନ୍ୟପଟେ ଭାରତର ଅଭିଷେକ ବର୍ମା ୫୭୫ ପଏଣ୍ଟ ପାଇ ୧୭ ନମ୍ବର ସ୍ଥାନରେ ରହିଛନ୍ତି । ସୌରଭ ଚୌଧରୀ ୬ଟି ସିରିଜ୍‌ରେ ଯଥାକ୍ରମେ ୯୫, ୯୮, ୯୮, ୧୦୦, ୯୮ ଓ ୯୭ ପଏଣ୍ଟ ହାସଲ କରିଥିଲେ ।