• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ ।

  • ମୀରାବାଈ ଚାନୁଙ୍କୁ ମିଳିଲା ରୌପ୍ୟ ପଦକ ।

  • ମୀରାବାଈ ଚାନୁ ୧୧୫ କିଲୋଗ୍ରାମ ଭାର ଉଠାଇବାରେ ସଫଳ ହଲେ ।

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ । ମୀରାବାଈ ଚାନୁଙ୍କୁ ମିଳିଲା ରୌପ୍ୟ ପଦକ । କ୍ଲିନ୍‌ ଆଣ୍ଡ ଜର୍କର ଦ୍ୱିତୀୟ ରାଉଣ୍ଡରେ ମୀରାବାଈ ଚାନୁ ୧୧୫ କିଲୋଗ୍ରାମ ଭାର ଉଠାଇବାରେ ସଫଳ ହଲେ । କିନ୍ତୁ ସେ ତୃତୀୟ ପ୍ରୟାସରେ ବିଫଳ ହୋଇଥିଲେ ଏବଂ ସ୍ୱର୍ଣ୍ଣ ପଦକ ଦୌଡ଼ରୁ ବାଦ୍ ପଡ଼ିଛନ୍ତି । ଏହା ପୂର୍ବରୁ ମୀରାବାଈ ଚାନୁ ପ୍ରଥମ ପ୍ରୟାସରେ ୧୧୦ କିଲୋଗ୍ରାମ ଭାର ତ୍ତୋଳନ କରିବାରେ ସଫଳ ହୋଇଥିଲେ । ମୀରାବାଈ ଚଳିତ ବର୍ଷ ଆରମ୍ଭରୁ ୧୧୯ କିଲୋଗ୍ରାମ ଭାରଉତ୍ତୋଳନ କରି କ୍ଲିନ୍‌ ଆଣ୍ଡ ଜର୍କରେ ବିଶ୍ୱ ରେକର୍ଡ ହାସଲ କରିଥିଲେ । ମୀରାବାଈ ଚାନୁ ମହିଳା ୪୯ କିଲୋଗ୍ରାମ ବର୍ଗରେ ମୁକାବିଲା କରୁଥିଲେ ।

ସେହିଭଳି ସୁଟିଂରେ ମଧ୍ୟ ଭାରତ ମେଡାଲ ପାଇବ ବୋଲି ଆଶା ରଖିଛି । ପଦକ ପାଖାପାଖି ରହିଛନ୍ତି ସୌରଭ ଚୌଧରୀ । ସୌରଭ ୧୦ ମିଟର ଏୟାର ପିଷ୍ଟଲ ସୁଟିଂ ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିସାରିଛନ୍ତି । ସେ କ୍ୱାଲିଫିକେସନ ରାଉଣ୍ଡର ପ୍ରଥମ ସ୍ଥାନରେ ରହିଥିଲେ । ସେ ମୋଟ ୫୮୬ ପଏଣ୍ଟ ହାସଲ କରିଛନ୍ତି । ଅନ୍ୟପଟେ ଭାରତର ଅଭିଷେକ ବର୍ମା ୫୭୫ ପଏଣ୍ଟ ପାଇ ୧୭ ନମ୍ବର ସ୍ଥାନରେ ରହିଛନ୍ତି । ସୌରଭ ଚୌଧରୀ ୬ଟି ସିରିଜ୍‌ରେ ଯଥାକ୍ରମେ ୯୫, ୯୮, ୯୮, ୧୦୦, ୯୮ ଓ ୯୭ ପଏଣ୍ଟ ହାସଲ କରିଥିଲେ ।

ସେପଟେ କିନ୍ତୁ ନିରାଶ କରିଛନ୍ତି ଦୀପିକା-ପ୍ରବୀଣଙ୍କ ଯୋଡ଼ି । ତୀରନ୍ଦାଜୀର କ୍ୱାର୍ଟରଫାଇନାଲରେ ପରାଜିତ ହୋଇଛନ୍ତି ଦୀପିକା-ପ୍ରବିଣ । କୋରିଆ ଟିମ୍‌ଠାରୁ ତାଙ୍କୁ ପରାଜୟ ସ୍ୱୀକାର କରିବାକୁ ପଡ଼ିଛି । ଭାରତୀର ଏହି ତୀରନ୍ଦାଜୀ ଯୋଡ଼ି ୩ଟି ସେଟ୍‌ରୁ ମାତ୍ର ଗୋଟିଏ ସେଟ୍‌ରେ ବିଜୟୀ ହୋଇପାରିଛି ।

ସେହିଭଳି ମନିକା ବାତ୍ରା ଓ ଶରତ କମଲଙ୍କ ଯୋଡ଼ି ରାଉଣ୍ଡ ଅଫ୍‌ ୧୬ରେ ଚୀନୀ ତାଇପେ ଯୋଡ଼ିଠାରୁ ପରାଜୟ ବରଣ କରିଛନ୍ତି । ଚୀନୀ ତାଇପେ ଯୋଡ଼ିଠାରୁ ଭାରତର ମନିକା ବାତ୍ରା ଓ ଶରତ କମଲଙ୍କ ଯୋଡ଼ି ୮-୧୧, ୬-୧୧, ୫-୧୧, ୪-୧୧ ସେଟ୍‌ରେ ପରାସ୍ତ ହୋଇଛନ୍ତି । ଏହି ଯୋଡ଼ିର ଏଭଳି ପ୍ରଦର୍ଶନ ପୁରା ଭାରତବାସୀଙ୍କୁ ନିରାଶ କରିଛି ।

ଠିକ୍ ସେହିଭଳି ଅନ୍ୟ ଏକ ଯୋଡ଼ି ମଧ୍ୟ ଭାରତକୁ ନିରାଶ କରିଛି । ୧୦ ମିଟର ମହିଳା ରାଇଫଲ ସୁଟିଂର କ୍ୱାଲିଫିକେସନ୍‌ ରାଉଣ୍ଡରେ ଅପୁର୍ବି ଚାନ୍ଦେଲା ଏବଂ ଏଲାଭେନିଲ ବାଲାରିବନଙ୍କ ଅତ୍ୟନ୍ତ ଖରାପ ପ୍ରଦର୍ଶନ କାରଣରୁ ଇଭେଣ୍ଟରୁ ବାଦ୍‌ ପଡ଼ିଛନ୍ତି ।