• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଶ୍ରୀଲଙ୍କାରେ ବିଜୟରୁ ଭାରତର ଅଭିଯାନ ଆରମ୍ଭ ।

  • ପ୍ରଥମ ଦିନିକିଆରେ ୭ ୱିକେଟରେ ପରାସ୍ତ କଲା ଭାରତ ।

  • ସିରିଜରେ ୧-୦ରେ ଅଗୁଆ ରହିଛି ।

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଗୋଟିଏ ଶାଖା ଶ୍ରୀଲଙ୍କା ଗସ୍ତରେ ଯାଇଥିବା ବେଳେ ପ୍ରଥମ ମ୍ୟାଚ୍‌ରୁ ବିଜୟ ଟିକା ପିନ୍ଧି ଅଭିଯାନ ଆରମ୍ଭ କରିଛି । ପ୍ରଥମ ଦିନିକିଆରେ ଭାରତୀୟ ଦଳ ଆୟୋଜକ ଦଳକୁ ୭ ୱିକେଟରେ ପରାସ୍ତ କରିଛି । ଫଳରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତୀୟ କ୍ରିକେଟ ଦଳ ୧-୦ରେ ଅଗୁଆ ରହିଛି । ଶିଖର ଧାୱନଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇଥିବା ଏହି ଦଳ ଶ୍ରୀଲଙ୍କାରେ ଆଶ୍ଚର୍ଯ୍ୟଜନକ ଭାବେ ପ୍ରଦର୍ଶନ କରିଛି । ଅନ୍ୟପଟେ ବିରାଟ କୋହଲିଙ୍କ ନେତୃତ୍ୱରେ ରୋହିତ ଶର୍ମା, ଜସପ୍ରୀତ ବୁମ୍ରା, ମହମ୍ମଦ ଶାମିଙ୍କ ଭଳି ଖେଳାଳିଙ୍କୁ ଧରି ଆଉ ଏକ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ରହିଛି ।

ତେଣୁ କିଛି ଯୁବ ଖେଳାଳି ତଥା ନୂଆ ମୁହଁକୁ ନେଇ ଭାରତର ଏକ ଟିମ୍‌ ଶ୍ରୀଲଙ୍କା ଗସ୍ତରେ ଯାଇଛି । ମଇଦାନରେ ଦଳର ନେତୃତ୍ୱ ଶିଖର ଧାୱନ୍‌ ନେଉଥିବା ବେଳେ ପରଦା ପଛରେ ଦଳର ଭାର ସମ୍ଭାଳୁଛନ୍ତି ଭାରତର ପୂର୍ବତନ ଅଧିନୟକ ରାହୁଲ ଦ୍ରାବିଡ଼ । ଶ୍ରୀଲଙ୍କା ଗସ୍ତରେ ଥିବା ପୁରା ଟିମ୍‌ ଏବେ ରାହୁଲ ଦ୍ରାବିଡ଼ଙ୍କ ଦାୟିତ୍ୱରେ ରହିଛି । ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡଙ୍କ ତତ୍ୱାବଧାନରେ ଦଳ ଏକ ଭିନ୍ନ ଅନ୍ଦାଜରେ ତଥା ଜବରଦସ୍ତ ଶୈଳିରେ ଖେଳୁଥିବା ଦେଖାଯାଇଛି । ଏହି ଟିମ୍‌ର ବିଜୟ ପରେ କୋଚ ରବି ଶାସ୍ତ୍ରୀଙ୍କୁ ଲୋକମାନେ ସୋସିଆଲ ମିଡିଆରେ ଟ୍ରୋଲ କରିବା ଆରମ୍ଭ କରିଲେଣି ।

ପାଣ୍ଡ୍ୟାଙ୍କୁ ଡାକିବାକୁ ସାହସ କରି ନଥାନ୍ତେ କରଣ ଜୋହର

ତେବେ ମୁଖ୍ୟ କଥା ହେଉଛି କିଛି ବର୍ଷ ପୂର୍ବ ପାଣ୍ଡ୍ୟା କରଣଙ୍କ ଶୋକୁ ଯାଇଥିଲେ । ସେତେବେଳେ ଦଳର କୋଚ୍‌ ଥିଲେ ରବି ଶାସ୍ତ୍ରୀ ।ତେଣୁ ଏହାକୁ ନେଇ ଅଭିନେତା ତଥା ହାସ୍ୟ ଅଭିନେତା ରହମାନ ଖାନ କହିଛନ୍ତି ଯେ, ରାହୁଲ ଦ୍ରାବିଡ଼ ଶ୍ରୀଲଙ୍କା ଗସ୍ତରେ ଯାଇଥିବା ଭାରତୀୟ ଦଳର କୋଚ ଦାୟିତ୍ୱ ସମ୍ଭାଳୁଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ରବି ଶାସ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାହୁଲ ଦ୍ରାବିଡଙ୍କ ପର୍ଯ୍ୟନ୍ତ ପରିବର୍ତ୍ତନ କଷ୍ଟକର ରହିଛି । ଯଦି ରାହୁଲ ଦ୍ରାବିଡ ଭାରତର କୋଚ ହୋଇ ରହିଥାନ୍ତେ, ତେବେ କରଣ ଜୋହର କେବେ ବି ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କୁ କଫି ‘ୱିଥ୍‌ କରଣ ସୋ’କୁ ନିମନ୍ତ୍ରଣ କରିବାକୁ ସାହସ କରି ନଥାନ୍ତେ ।

ସୂଚନାଯୋଗ୍ୟ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେ.ଏଲ୍ ରାହୁଲ, କରଣ ଜୋହରଙ୍କ ଲୋକପ୍ରିୟ ଶୋ’ କଫି ୱିଥ୍ କରଣ'ରେ ଅତିଥି ଭାବରେ ଆସିଥିଲେ । ଏହି ଶୋ’ରେ କିଛି ମନ୍ତବ୍ୟ ଦେବା ବେଳେ ହାର୍ଦ୍ଦିକ୍‌ ପାଣ୍ଡ୍ୟା ମହିଳାମାନଙ୍କୁ ନେଇ ଅଶ୍ଲୀଳ ଟପ୍ପଣୀ କରିଥିଲେ । ଯାହା ଫଳରେ ଏହାକୁ ନେଇ ଅନେକ ଆଲୋଚନା କରାଯାଇଥିଲା । ବିଭିନ୍ନ ମହଲରୁ ହାର୍ଦ୍ଦିକ୍‌ଙ୍କୁ କଡ଼ା ସମାଲୋଚନା ମଧ୍ୟ କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ମଧ୍ୟ କେ.ଏଲ୍‌ ରାହୁଲ ଏବଂ ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କୁ କିଛି ଦିନ ପାଇଁ କ୍ରିକେଟ୍‌ରୁ ବ୍ୟାନ୍‌ କରିଥିଲା ।