• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭୁବନେଶ୍ୱର(ନିରଞ୍ଜନ ରେଡ୍ଡୀ): ଆଜିଠୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ହକି ମହାକୁମ୍ଭ । ଆଜି ଜୁନିୟର ପୁରୁଷ ହକି ବିଶ୍ୱକପରେ ପାଞ୍ଚଟି ମ୍ୟାଚ୍ ଥିବା ବେଳେ ସକାଳ ୯ଟା ୩୦ରେ ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ବେଲଜିୟମ୍ ଏବଂ ସାଉଥ୍ ଆଫ୍ରିକା । ତେବେ ମଧ୍ୟାହ୍ନ ୧୨ଟାରେ ଜର୍ମାନୀ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ହେବ। ଅପରାହ୍ଣ ୨ଟା ୩୦ରେ ମୁହାଁମୁହିଁ ହେବେ କାନାଡା ଏବଂ ପୋଲାଣ୍ଡ ଏବଂ ସଂଧ୍ୟା ୫ଟାରେ ମାଲେସିଆ ଏବଂ ଚିଲି ମଧ୍ୟରେ କଡା ଟକ୍କର ହେବ ।

ରାତି ୮ଟାରେ ରହିଛି ଭାରତ-ଫ୍ରାନ୍ସ ଲଢ଼େଇ । ମ୍ୟାଚ୍‌କୁ ନେଇ ସବୁ ଟିମ୍‌ ସେମାନଙ୍କର ପ୍ରସ୍ତୁତି କରିସାରିଛନ୍ତି । ଭାରତୀୟ ଟିମ୍ ମଧ୍ୟ ମ୍ୟାଚ୍‌କୁ ନେଇ ପୁରା ପ୍ରସ୍ତୁତ ରହିଛି । ଟୁର୍ଣ୍ଣାମେଣ୍ଟରେ ୧୬ଟି ଟିମ୍ ଅଂଶଗ୍ରହଣ କରୁଥିବା ବେଳେ ପୁଲ୍ Bରେ ସ୍ଥାନ ପାଇଛି ଟିମ୍ ଇଣ୍ଡିଆ ।

ବିନା ଦର୍ଶକରେ ମ୍ୟାଚ୍ ହେଉଥିବା ବେଳେ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ବ୍ୟବସ୍ଥା କରାଯାଇଛି। ଖେଳାଳିଙ୍କ ସୁରକ୍ଷା ପାଇଁ ୨୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଷ୍ଟାଡିୟମ୍ ହୋଟେଲ ସବୁକିଛି ରହିଛି ସୁରକ୍ଷା ବଳୟରେ ।

ଜୁନିଅର ହକି ବିଶ୍ୱକପରେ ପୂର୍ବରୁ ଦୁଇ ଥର ଚାମ୍ପିଅନ୍‌ ହୋଇଥିବା ଭାରତ ଏଥର ଜୋରଦାର ଟକ୍କର ଦେବ ବୋଲି ହକିପ୍ରେମୀ ଆଶା ରଖିଛନ୍ତି । ମ୍ୟାଚ୍ ଲାଗି ଭାରତୀୟ ହକି ଟିମର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ ମଧ୍ୟ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ।

 

ଟୁର୍ଣ୍ଣାମେଣ୍ଟରେ ୧୬ଟି ଟିମ୍ ଅଂଶଗ୍ରହଣ କରୁଥିବା ବେଳେ ପୁଲ୍ Bରେ ସ୍ଥାନ ପାଇଛି ଟିମ୍ ଇଣ୍ଡିଆ । ପୁଲ୍ A ପୁଲରେ ବେଲଜିୟମ୍, ଚିଲି, ମାଲେସିଆ ଏବଂ ଦକ୍ଷିଣ ଆଫ୍ରିକା ଦଳ ରହିଛନ୍ତି । ସେହିପରି ପୁଲ୍ B ପୁଲରେ ରହିଛନ୍ତି କାନ୍ନାଡା, ଫ୍ରାନ୍ସ, ଭାରତ ଏବଂ ପୋଲାଣ୍ଡ। ପୁଲ୍ Cରେ ରେ ସାଉଥ କୋରିଆ, ନେଦର ଲ୍ୟାଣ୍ଡସ, ସ୍ପେନ୍ ଓ USA ରହିଥିବା ବେଳେ ପୁଲ୍ Dରେ ରହିଛନ୍ତି ଆର୍ଜେଣ୍ଟିନା, ଇଜିପ୍ଟ, ଜର୍ମାନ ଏବଂ ପାକିସ୍ତାନ ।

ବିଶ୍ୱକପ୍‌ ରେକର୍ଡ଼ କହୁଛି, ଜର୍ମାନୀ ୬ ଥର ଚାମ୍ପିଅନ୍‌ ହୋଇଥିବା ବେଳେ ଭାରତ ୨ ଥର ଚାମ୍ପିଅନ୍‌ ହୋଇଛି । ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା ଏବଂ ପାକିସ୍ତାନ ଥରେ ଲେଖାଏ ଟାଇଟଲ ଜିତିଛନ୍ତି । ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଦିନକୁ ୫ଟି ଲେଖାଏ ଗ୍ରୁପ୍ ବା ଲିଗ୍ ମ୍ୟାଚ୍ ଖେଳାଯିବ । ଡିସେମ୍ବର ୧ ରେ ୪ଟି କ୍ୱାର୍ଟର ଫାଇନାଲ ଏବଂ ୩ ତାରିଖରେ ୨ଟି ସେମିଫାଇନାଲ ଖେଳାଯିବକୁ ଥିବାବେଳେ ୫ରେ ରହିଛି ଗ୍ରାଣ୍ଡ ଫାଇନାଲ ।