• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

IPL ୨୦୨୨ ରିଟେନ୍‌ସନ୍‌: IPL ୨୦୨୨ ପାଇଁ ୮ଟି ଯାକ ଫ୍ରାଞ୍ଚାଇଜ୍ ନିଜର ରିଟେନ୍‌ ଖେଳାଳିଙ୍କ ତାଲିକା ପ୍ରକାଶ କରିସାରିଛନ୍ତି । ଏଥିରେ ଚକିତା କଲା ଭଳି ଅନେକ ନାଁ ରହିଛି । ଯେଉଁମାନଙ୍କୁ ଫ୍ରାଞ୍ଚାଇଜ୍‌ ପକ୍ଷରୁ ମୋଟା ରକମର ଖର୍ଚ୍ଚ କରାଯାଇ ଦଳ ସହ ପୁଣି ଥରେ ଯୋଡ଼ାଯାଇଛି । ଏଥିରେ ସବୁଠାରୁ ବଡ ନାଁ ହେଉଛି ଭେଙ୍କଟେଶ ଆୟର । ସେ ଗତ ମାସରେ ହିଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ଏହାପୂର୍ବରୁ ଆଇପିଏଲ୍ ୨୦୨୧ରେ ସେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ମଧ୍ୟ ଖେଳିଥିଲେ । ତାଙ୍କ ପାଖରେ ମାତ୍ର ଗୋଟିଏ ସିଜିନ୍‌ରେ ଲିଗ୍‌ ଖେଳିବାର ଅଭିଜ୍ଞତା ରହିଛି । ତଥାପି ତାଙ୍କୁ କୋଲକତା ନାଇଟ୍‌ ରାଇଡର୍ସ ୨୦ ଲକ୍ଷରୁ ସିଧା ୮ କୋଟି ଟଙ୍କା ଦରମା ବୃଦ୍ଧି କରି ପୁଣି ଥରେ ଦଳ ସହ ଯୋଡ଼ି ରଖିବାକୁ ଚେଷ୍ଟା କରିଛି । ତାଙ୍କ ଦରମା ଏକାଥରକେ ୪୦ ଗୁଣା ବୃଦ୍ଧି ପାଇଛି ।

ଅବ୍ଦୁଲ ସମଦ: ସନରାଇଜର୍ସ ହାଇଦ୍ରାବାଦ ୨୦ ବର୍ଷୀୟ ଜାମ୍ମୁ କାଶ୍ମୀରର ଅଲରାଉଣ୍ଡର ଅବ୍ଦୁଲ ସମଦଙ୍କୁ ଆଇପିଏଲ୍ ୨୦୨୦ ରେ ମାତ୍ର ୨୦ଲକ୍ଷ ଟଙ୍କାରେ କିଣିଥିଲା । କିନ୍ତୁ ଅଇପିଏଲ ୨୦୨୨ ପାଇଁ ଦଳ ପକ୍ଷରୁ ଯେଉଁ ରିଟେନ୍‌ସନ ତାଲିକା ପ୍ରକାଶ ପାଇଛି ସେଥିରେ ତାଙ୍କର ମଧ୍ୟ ଭାଗ୍ୟ ଖୋଲିଯାଇଛି । ତାଙ୍କୁ ହାଇଦ୍ରାବାଦ୍‌ ୨୦ ଗୁଣ ଅଧିକ ବେତନ ୪ କୋଟି ଟଙ୍କା ଦେଇ ରିଟେନ୍‌ କରିଛି । ସମଦ ଆଇପିଏଲ୍‌ ୨୦୨୧ରେ ୭ଟି ମ୍ୟାଚ ଖେଳି ମୋଟ ୭୫ ରନ୍ କରିଥିବା ବେଳେ ଗୋଟିଏ ୱିକେଟ୍ ନେଇଥିଲେ । ସେ ଆଇପିଏଲ୍ ୨୦୨୦ ରେ ୧୨ଟି ମ୍ୟାଚ୍‌ ଖେଳିଥିବା ବେଳେ ମୋଟ ୧୧୧ ରନ୍ ସଂଗ୍ରହ କରିଥିଲେ । ସେତେବେଳେ ସମଦ ୧୭୦ର ଷ୍ଟ୍ରାଇକ୍ ରେଟ୍‌ରେ ରନ୍ ସଂଗ୍ରହ କରିଥିଲେ ।

ଅର୍ଶଦୀପ ସିଂହ: ପଞ୍ଜାବ କିଙ୍ଗସ୍ ଆଇପିଏଲ୍ ୨୦୨୨ ପାଇଁ କେବଳ ୨ ଜଣ ଖେଳାଳିଙ୍କୁ ରିଟେନ୍‌ କରିଛି । ଏଥିରେ ଦଳର ଓପନର୍ ମୟଙ୍କ ଅଗ୍ରୱାଲ ଏବଂ ଅର୍ଶଦୀପ ସିଂହ ରହିଛନ୍ତି । ୨୦ ବର୍ଷୀୟ ଆର୍ଶଦୀପଙ୍କୁ ପଞ୍ଜାବ କିଙ୍ଗସ୍ ୨୦୧୯ରେ ବେସ୍‌ ପ୍ରାଇସ୍‌ ୨୦ ଲକ୍ଷ ଟଙ୍କାରେ କିଣିଥିଲା । ଆଉ ଏବେ ୨୦୨୨ ଆଇପିଏଲ୍‌ ପାଇଁ ୨୦ ଗୁଣ ଅଧିକ ବେତନ ବା ୪ କୋଟି ଟଙ୍କା ଦେଇ ରିଟେନ୍‌ କରିଛି । ଆଇପିଏଲ୍‌ ୨୦୨୧ରେ ଆର୍ଶଦୀପଙ୍କ ପ୍ରଦର୍ଶନ ଅତ୍ୟନ୍ତ ଭଲ ଥିଲା । ସେ ୧୨ଟି ମ୍ୟାଚରେ ୧୮ଟି ୱିକେଟ୍ ନିଜ ନାଁରେ କରିଛନ୍ତି । ଚଳିତ ଥର ଆଇପିଏଲରେ ପ୍ରତ୍ୟେକ ୧୪ଟି ବଲରେ ଅର୍ଶଦୀପ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି । ସେ ଏବେ ସୁଦ୍ଧା ୨୩ଟି ଲିଗ୍‌ ମ୍ୟାଚରେ ୩୦ଟି ୱିକେଟ୍ ନେଇସାରିଛନ୍ତି ।

ଉମ୍‌ରାନ ମଲିକ: ଆଇପିଏଲ ୨୦୨୨ ପାଇଁ ଜାମ୍ମୁ କାଶ୍ମୀରର ଦ୍ରୁତ ବୋଲର ଉମ୍‌ରାନ ମଲିକଙ୍କୁ ରିଟେନ୍‌ କରିବାକୁ ସନରାଇଜର୍ସ ହାଇଦ୍ରାବାଦ ନିଷ୍ପତ୍ତି ନେଇଛି । ଉମ୍‌ରାନ୍ ଆଇପିଏଲ୍ ୨୦୨୧ରେ ଡେବ୍ୟୁ କରିଥିଲେ । ତାଙ୍କୁ ହାଇଦ୍ରାବାଦ ୧୦ ଲକ୍ଷ ଟଙ୍କାରେ କିଣିଥିଲା । କିନ୍ତୁ ଏବେ ତାଙ୍କୁ ମଧ୍ୟ ୪ କୋଟି ଟଙ୍କା ଦେଇ ରିଟେନ୍‌ କରାଯାଇଛି । ସେ ଏବେ ସୁଦ୍ଧା ମାତ୍ର ୩ଟି ମ୍ୟାଚ୍ ଖେଳି ୨ଟି ୱିକେଟ୍ ନେଇଛନ୍ତି । କିନ୍ତୁ ତାଙ୍କ ବୋଲିଂ ସ୍ପିଡ୍‌ ଦେଖି ସମସ୍ତେ ଚକିତ ହୋଇଛନ୍ତି । ୧୫୨.୯୫ କିଲୋମିଟର ପ୍ରତି ଘଣ୍ଟା ସ୍ପିଡ୍‌ରେ ବଲିଂ କରି ସେ ନିଜ ନାଁରେ ଏକ ରେକର୍ଡ ସୃଷ୍ଟି କରିଛନ୍ତି । ତାଙ୍କୁ ଟି-୨୦ ବିଶ୍ୱକପରେ ନେଟ୍ ବୋଲର ଭାବରେ ଟିମ୍ ଇଣ୍ଡିଆ ସହିତ ମଧ୍ୟ ସାମିଲ କରାଯାଇଥିଲା ।