• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଦ୍ୱିତୀୟ ଦିନରେ ଭାରତ ପାଇଁ ସୁବର୍ଣ୍ଣ ସୁଯୋଗ ।

ନୂଆଦିଲ୍ଲୀ: ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ ଗେମ୍ସର ଦ୍ୱିତୀୟ ଦିନ (୨୪ ଜୁଲାଇ) । ଭାରତୀୟ ଖେଳାଳିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଭାରତ ପାଇଁ ପଦକ ଖାତା ଖୋଲିବାର ଏକ ଭଲ ସୁଯୋଗ ରହିଛି । ଶନିବାର ଭାରତୀୟ (ଖେଳାଳି ଏବଂ ଦଳ) କାର୍ଯ୍ୟସୂଚୀ ଭାରତୀୟ ସମୟ ଅନୁସାରେ ଏହିଭଳି ରହିଛି ।

ତୀରନ୍ଦାଜ

ସକାଳ ୬.୦୦ - ମିଶ୍ରିତ ଟିମ୍ ଫାଇନାଲ୍ ଆଠ ମୁକାବିଲାରେ ଦୀପିକା କୁମାରି ଏବଂ ପ୍ରବୀଣ ଯାଦବ ବନାମ ଚିଆ-ଆନ୍ ଲିନ୍ ଏବଂ ଚି-ଚୁନ୍ ଟାଙ୍ଗ୍

ଦ୍ୱିପ୍ରହର ୧୨.୫୫- ବ୍ରୋଞ୍ଜ ପଦକ ମ୍ୟାଚ୍

ଦ୍ୱିପ୍ରହର ୧୩:୧୫ - ସ୍ୱର୍ଣ୍ଣ ପଦକ ମ୍ୟାଚ୍

ବ୍ୟାଡମିଣ୍ଟନ୍

ସକାଳ ୮:୫୦- ପୁରୁଷ ଡବଲ୍ସ ଗ୍ରୁପ୍ ଏ ମ୍ୟାଚ୍‌ରେ ସତଭିକସାଇରାଜ ରଙ୍କିରେଡି / ଚିରାଗ ଶେଟ୍ଟୀ ବନାମ ୟାଙ୍ଗ ଲି / ଚି-ଲିନ ୱାଙ୍ଗ

୯.୩୦ ପୂର୍ବାହ୍ନ - ପୁରୁଷ ସିଙ୍ଗଲ୍ସ ଗ୍ରୁପ୍ ଡି ମ୍ୟାଚ୍‌ରେ ବି ସାଇ ପ୍ରଣୀତ ବନାମ ମିଶା ଜିଲବର୍ମାନ (ଇସ୍ରାଏଲ୍)

ବକ୍ସିଂ: ୬୯ କିଲୋଗ୍ରାମର ଅନ୍ତିମ ୩୨ ମୁକାବିଲାରେ ବିକାଶ କୃଷ୍ଣ ବନାମ ସେବୋରେଟ୍‌ସ୍‌ କ୍ୱିଙ୍କି ମେନାସାହ ଓକାଜାୱା(ଜାପାନ) ।

ହକି

ସକାଳ ୬.୩୦ - ପୁରୁଷ ପୁଲ୍ ଏ ମ୍ୟାଚ୍‌ରେ ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ।

ପୂର୍ବାହ୍ନ ୫:୧୫ - ମହିଳା ପୁଲ୍ ଏ ମ୍ୟାଚ୍‌ରେ ଭାରତ ବନାମ ନେଦରଲ୍ୟାଣ୍ଡ ।

 

ଜୁଡୋ

ସକାଳ ୭.୩୦ ରୁ ଆରମ୍ଭ

ଦିନର ୧୦ ନମ୍ବର କୁମାବିଲା: ମହିଳା ୪୮ କିଲୋଗ୍ରାମ ବର୍ଗର ଅନ୍ତିମ ୩୨ ମୁକାବିଲାରେ ସୁଶୀଲା ଦେବୀ ଲିକମ୍ବମ୍ ବନାମ ଇଭା ସେରନୋବିସ୍କ । (ହଙ୍ଗେରୀ)

ରୋଇଂ

ସକାଳ ୭.୩୦ - ପୁରୁଷ ହାଲୁକା ଡବଲ୍ ସ୍କଲ୍ସର ଦ୍ୱିତୀୟ ହିଟ୍‌ରେ ଅର୍ଜୁନ ଲାଲ ଜାଟ ଏବଂ ଅରବିନ୍ଦ ସିଂ ।

ଶୁଟିଂ

ପୂର୍ବାହ୍ନ ୫.୦୦: ମହିଳା ୧୦ ମିଟର ଏୟାର ରାଇଫଲ କ୍ୱାଲିଫିକେସନ୍‌ରେ ଅପୁର୍ଭି ଚନ୍ଦେଲା ଏବଂ ଏଲାଭେନିଲ ଭାଲାରିବନ ।

ପୂର୍ବାହ୍ନ ୭.୧୫: ମହିଳା ୧୦ ମିଟର ଏୟାର ରାଇଫଲ୍ ଫାଇନାଲ୍ ।

ପୂର୍ବାହ୍ନ ୯.୩୦: ପୁରୁଷ ୧୦ ମିଟର ଏୟାର ରାଇଫଲ କ୍ୱାଲିଫିକେସନ୍‌ରେ ଅଭିଷେକ ଭର୍ମା ଏବଂ ସୌରଭ ଚୌଧରୀ ।

ମଧ୍ୟାହ୍ନ ୧୨.୦୦: ପୁରୁଷ ୧୦ ମିଟର ଏୟାର ପିସ୍ତଲ ଫାଇନାଲ୍ ।

ଟେବୁଲ୍ ଟେନିସ୍

ପୂର୍ବାହ୍ନ ୮.୩୦: ମିଶ୍ରିତ ଡବଲ୍ସ ପ୍ରି-କ୍ୱାର୍ଟର ଫାଇନାଲରେ ଅଚନ୍ତ ଶାରତ କମଲ ଏବଂ ମାନିକା ବାତ୍ରା ବନାମ ୟୁନ ଜୁ ଲିନ ଏବଂ ଚିଙ୍ଗ ଚେଙ୍ଗ (ଚାଇନିଜ ତାଇପେ)

ଅପରାହ୍ନ ୧୨.୧୫: ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ମାନିକା ବତ୍ରା ବନାମ ଟିନ୍-ଟିନ୍ ହୋ (ଗ୍ରେଟ୍ ବ୍ରିଟେନ) ।

ଅପରାହ୍ନ ୧.୦୦: ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ସୂତିର୍ଥା ମୁଖାର୍ଜୀ ବନାମ ଲିଣ୍ଡା ବର୍ଗସ୍ଟ୍ରୋମ୍ (ସ୍ୱିଡେନ) ।

ଟେନିସ୍

ସକାଳ ୭.୩୦ରୁ ଆରମ୍ଭ ।

ଦିନର ଦ୍ୱିତୀୟ ମ୍ୟାଚ୍: ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ସୁମିତ ନାଗଲ୍ ବନାମ ଡେନିସ୍ ଇଷ୍ଟୋମିନ୍ (ଉଜବେକିସ୍ତାନ)

ଭାରୋତ୍ତୋଳନ ସକାଳ ୧୦.୨୦: ମହିଳା ୪୯ କିଲୋଗ୍ରାମ ବର୍ଗରେ ମିରାବାଇ ଚାନୁ (ଗ୍ରୁପ୍-ଏ ସ୍ୱର୍ଣ୍ଣ ପଦକ ମ୍ୟାଚ୍) ।