• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପୁରୁଷ ହକିରେ ଭାରତର ଦ୍ୱିତୀୟ ବିଜୟ

  • ଟୋକିଓ ଅଲମ୍ପିକ୍ସ : ସ୍ପେନକୁ ହରାଇଲା ଭାରତ

ଟୋକିଓ ଅଲମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳର ଶାନଦାର ପ୍ରଦର୍ଶନ । କମବ୍ୟାକ୍ କଲା ଭାରତ । ଟୋକିଓ ଅଲିମ୍ପିକ୍ସର ପଞ୍ଚମ ଦିନରେ ଭାରତୀୟ ପୁରୁଷ ହକି ଦଳ ଟୋକିଓ ଅଲିମ୍ପିକ୍ସରେ ପଦକ ହାସଲ କରିବାର ଆଶା ବଜାୟ ରଖିଛି । ପୁରୁଷ ହକି ଦଳ ତୃତୀୟ ମ୍ୟାଚରେ ସ୍ପେନକୁ ୩-୦ରେ ପରାସ୍ତ କରିଛି । ଏଥର ମ୍ୟାଚରେ ରୁପିନ୍ଦର ପାଲ ସିଂ ଦୁଇଟି ଗୋଲ ସ୍କୋର କରିଛନ୍ତି । ପୂର୍ବ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ୧-୭ରେ ପରାଜିତ ହୋଇଥିଲା ଭାରତୀୟ ପୁରୁଷ ହକି ଦଳ । ତେବେ ଆଜି ଦଳ ପରାଜୟ ଭୁଳି ପୁନର୍ବାର ବିଜୟୀ ହୋଇଛି । ଭାରତୀୟ ପୁରୁଷ ହକି ଦଳ ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୩-୨ରେ ପରାସ୍ତ କରିଥିଲା । ତେବେ ଜୁଲାଇ ୨୯ରେ ଚତୁର୍ଥ ମ୍ୟାଚରେ ସ୍ୱର୍ଣ୍ଣ ପଦକ ବିଜେତା ଆର୍ଜେଣ୍ଟିନାକୁ ଭେଟିବ ପୁରୁଷ ହକି ଦଳ । ଆଜିର ମ୍ୟାଚରେ ଟିମ ଇଣ୍ଡିଆ ନୂଆ ରଣନୀତି ନେଇ ପଡିଆକୁ ଓହ୍ଲାଇଥିଲା ।

ଏହି ମ୍ୟାଚରେ ଭାରତୀୟ ଦଳ ପ୍ରାରମ୍ଭିକ ଭାବେ ଭଲ ପ୍ରଦର୍ଶନ କରିଥିଲା । ପ୍ରଥମ କ୍ୱାର୍ଟରର ଶେଷ ସମୟରେ ଦଳ ସ୍ପେନ ଉପରେ ଚାପ ପକାଇଥିଲା । ୧୪ ତମ ମିନିଟରେ ଗୋଲ କରି ସିମରନଜିତ ସିଂ ଦଳକୁ ୧-୦ରେ ଦଳକୁ ବିଜୟ ଅଭିମୁଖେ ନେଇଥିଲେ । ତା’ପରେ ୧୫ ତମ ମିନିଟରେ ରୁପିନ୍ଦର ପାଲ ସିଂ ୨-୦ ଗୋଲ ସ୍କୋର କରିଥିଲେ । ଦ୍ୱିତୀୟ କ୍ୱାର୍ଟରରେ ଉଭୟ ଦଳ ସ୍କୋର କରିପାରି ନଥିଲେ । ହାଫ୍ ଟାଇମ୍ ପର୍ଯ୍ୟନ୍ତ ସୁଦ୍ଧା ଭାରତୀୟ ଦଳ ୨-୧ରେ ଆଗୁଆ ରହିଥିଲା। ପ୍ରଥମାର୍ଦ୍ଧ ଖେଳ ଶେଷସୁଦ୍ଧା ଟିମ୍ ଇଣ୍ଡିଆ ୨-୦ଗୋଲରେ ଆଗୁଆ ରହିଥିବା ବେଳେ ଚତୁର୍ଥ କ୍ୱାଟରରେ ଆଉ ଗୋଟିଏ ଗୋଲ ଦେଇ ମ୍ୟାଚରେ ବିଜୟୀ ହୋଇଥିଲା ।

ସେପଟେ ୧୦ମିଟର ଏୟାର ପିସ୍ତଲ ମିକ୍ସଡ୍ ଟିମ୍ ଇଭେଣ୍ଟରେ ଭାରତରେ ମନୁ ଭାକେର ଓ ସୌରଭ ଚୌଧୁରୀ ଯୋଡି ଦ୍ୱିତୀୟ ରାଉଣ୍ଡରୁ ବାଦ ପଡିଛନ୍ତି । ଆଜି ସକାଳୁ ଏହି ଯୋଡି ପ୍ରଥମ ରାଉଣ୍ଡରେ ବିଜୟୀ ହୋଇଥିଲେ ମଧ୍ୟ ପରବର୍ତ୍ତୀ ରାଉଣ୍ଡରେ ହାରି ଯାଇଛନ୍ତି । ଅନ୍ୟପକ୍ଷରେ ଯଶଶ୍ୱିନୀ ଦେସୱାଲ ଓ ଅଭିଶେକ ବର୍ମା ଯୋଡି ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି ।

ସେହିପରି ସ୍ୱଦେଶ ଫେରିବା ପରେ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜୟିନୀ ମୀରାବାଇଙ୍କୁ ସମ୍ବର୍ଦ୍ଧନାର ସୁଅ ଛୁଟୁଛି । ଗତକାଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ତାଙ୍କୁ ୨କୋଟି ଟଙ୍କା ସହ ପଦୋନ୍ନତି ଦେବାକୁ ରେଳମନ୍ତ୍ରୀ ଘୋଷଣା କରିଛନ୍ତି । ମୀରାବାଇ ତାଙ୍କର ପ୍ରତିଭା, ନିଷ୍ଠା, କଠିନ ପରିଶ୍ରମ ବଳରେ ସାରା ବିଶ୍ୱରେ କୋଟି କୋଟି ଲୋକଙ୍କୁ ପ୍ରେରଣା ଦେଇଛନ୍ତି ବୋଲି ସେ ଟ୍ୱିଟ୍ କରିଛନ୍ତି । ମୀରବାଇ ଚାନୁ ଟୋକିଓ ଅଲିମ୍ପିକ୍ସର ୪୯ କେଜି ବର୍ଗ ଭାରୋତ୍ତୋଳନରେରେ ରୌପ୍ୟ ପଦକ ଜିତି ଭାରତ ପାଇଁ ଏ୍ୟତିହାସିକ ସଫଳତା ଆଣିଛନ୍ତି । ଏପଟେ ଅଲିମ୍ପିକ୍ ସଫଳତା ପରେ ମୀରା ବାଇ ଚାନୁଙ୍କୁ ଆଡିସିନାଲ ଏସଅପି ପଦରେ ନିଯୁକ୍ତି ଦେବାକୁ ମଣିପୁର ସରକାର ଘୋଷଣା କରିଛନ୍ତି ।