• translate
Prangyan Parimita

News Highlights

  • ୨୦୦ ମିଟର ଦୌଡରେ ଦୂତିଙ୍କ ଭାଗ୍ୟ ପରୀକ୍ଷା

  • କିଛି ସମୟ ପରେ ୨ଶହ ମିଟର ଦୌଡ଼ରେ ଭାଗ ନେବେ ଓଡ଼ିଆ ସ୍ପ୍ରିଣ୍ଟ କୁଇନ

  • ରାଜ୍ୟବାସୀଙ୍କ ଆଶୀର୍ବାଦ ଲୋଡିଲେ ଦୂତି

ଟୋକିଓ ଅଲିମ୍ପିକ୍ସରେ ଆଜି ପୁଣି ଟ୍ରାକକୁ ଓହ୍ଲାଇବେ ଦୂତି । ଆଜି ସେ ୨୦୦ ମିଟର ରେସରେ ଦୌଡ଼ିବେ । ଚତୁର୍ଥ ହିଟର ସପ୍ତମ ଲାଇନରେ ଦୌଡିବେ ଦୂତି ଚାନ୍ଦ । ଏଥିପାଇଁ ରାଜ୍ୟବାସୀଙ୍କ ଆଶୀର୍ବାଦ ଲୋଡିଛନ୍ତି ଏହି ଓଡ଼ିଆ ଆଥଲେଟ । ଟୋକିଓରୁ ଏକ ଭିଡିଓ ମେସେଜ୍ ଜରିଆରେ ଦୂତି କହିଛନ୍ତି, ସେ ୧୦୦ ମିଟର ଦୌଡରେ ଭଲ କରିବାକୁ ସେ ଚେଷ୍ଟା କରିଥିଲେ । କିନ୍ତୁ ସଫଳ ହୋଇପାରି ନଥିବାରୁ ଦୁଃଖିତ । ଆଜି ସେ ୨ଶହ ମିଟର ଦୌଡରେ ଭଲ କରିବେ ବୋଲି ଆଶା ରଖିଛନ୍ତି । ଶହେ ମିଟରରେ ମଧ୍ୟ ସେ ଭାଗ ନେଇଥିଲେ । କିନ୍ତୁ ପ୍ରଥମ ରାଉଣ୍ଡରୁ ହିଁ ବିଦାୟ ନେଇଥିଲେ ଦୂତି ଚାନ୍ଦ ।

ଟୋକିଓ ଅଲିମ୍ପିକ୍ସରେ ଆଜି ଦୂତି ଚାନ୍ଦଙ୍କ ୨ ଶହ ମିଟର ଦୌଡ଼ ସହିତ ଭାରତର ଆହୁରି ଅନେକ ଇଭେଣ୍ଟ ଅଛି । ସକାଳ ୮ଟାରେ ଅଛି ୫୦ ମିଟର ରାଇଫଲ । ଏଥିରେ ଭାଗ ନେବେ ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମର ଓ ସଂଜୀବ ରାଜପୁତ । ଯଦି ଏମାନେ ପରବର୍ତ୍ତୀ ରାଉଣ୍ଡକୁ ଯିବେ, ତେବେ ଅପରାହ୍ନ ଗୋଟାଏ ୨୦ ମିନିଟରେ ପୁଣି ସୁଟିଂ ରେଞ୍ଜରେ ସେମାନଙ୍କୁ ଦେଖିବାକୁ ମିଳିବ ।

ସେହିପରି ସାଢ଼େ ୮ଟାରେ ରହିଛି ମହିଳା ହକିର କ୍ୱାଟର ଫାଇନାଲ । ଏଥିରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତୀୟ ମହିଳା ଦଳ । ବହୁ ବର୍ଷ ପରେ ମହିଳା ଟିମ୍ ଅଲିମ୍ପିକ୍ସ କ୍ୱାଟର ଫାଇନାଲରେ ପହଞ୍ଚିଥିବାରୁ ସେମାନଙ୍କ ଉପରେ ଦେଶବାସୀଙ୍କ ଆଶା ବଢ଼ି ଯାଇଛି । ଅପରାହ୍ନ ଗୋଟାଏ ତିରିଶରେ ରହିଛି ଫାଉଦ ମିର୍ଜାଙ୍କ ଜମ୍ପ । ସେହିପରି ସାଢ଼େ ୪ଟାରେ ରହିଛି ମହିଳା ଡିସ୍କସ୍ ଥ୍ରୋ । ଫାଇନାଲରେ ଏଥିରେ ଭାରତ ତରଫରୁ ପ୍ରତିନିଧିତ୍ୱ କରିବେ କମଲପ୍ରୀତ କୌର । ସେ ଫାଇନାଲକୁ ଯାଇଥିବାରୁ ତାଙ୍କ ଉପରେ ପଦକ ଆଶା ଅଛି ।

ସେପଟେ ଟୋକିଓ ଅଲିମ୍ପିକ୍ସ ପୁରୁଷ ହକି ସେମିଫାଇନାଲରେ ଭାରତ । କ୍ୱାର୍ଟର ଫାଇନାଲରେ ବ୍ରିଟେନକୁ ୩-୧ ଗୋଲରେ ହରାଇ ସେମିରେ ପହଞ୍ଚିଛି ଟିମ୍ ଇଣ୍ଡିଆ । ୪ ଦଶନ୍ଧି ପରେ ଅଲିମ୍ପିକ୍ସ ସେମିରେ ପହଞ୍ଚିଛି ଭାରତୀୟ ପୁରୁଷ ହକି ଟିମ୍ ।

Other Stories

  • Jajpur
    COVID-19 ଅନଲକ୍‌: ଯାଜପୁରରେ ଖୋଲିଲା ମଲ୍‌ ଓ ଫିଲ୍ମ ହଲ୍‌

    ତେବେ ମଲ, ଦୋକାନ ମାନଙ୍କରେ କୋଭିଡ଼୍ ନିୟମକୁ କଡାକଡି ପାଳନ କରାଯାଉଥିବା ବେଳେ ସରକାର ପୁଣିଥରେ ସେମାନଙ୍କ ପେଟପାଟଣା କଥାକୁ ବୁଝିପାରି ବ୍ୟବସାୟ ପାଇଁ ସୁଯୋଗ ଦେଇଥିବାରୁ ସେମାନେ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

  • PM Modi
    National ମୋଦୀ ରଚିବେ ଇତିହାସ : ୟୁଏନ୍‌ଏସ୍‌ସି ବୈଠକରେ କରିବେ ଅଧ୍ୟକ୍ଷତା

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ସ୍ତରରେ ଆଉ ଏକ ଇତିହାସ କରିବାକୁ ଯାଉଛନ୍ତି। ଦେଶ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି) ବୈଠକରେ ଅଧ୍ୟକ୍ଷତା କରିବାକୁ...

  • PV sindhu
    Sports ଟୋକିଓ ଅଲିମ୍ପିକ୍ସ: ବ୍ରୋଞ୍ଜ ଜିତିଲେ ସିନ୍ଧୁ

    ଏହା ପୂର୍ବରୁ ସିନ୍ଧୁ ସେମିଫାଇନାଲରେ ବିଶ୍ୱର ଦୁଇ ନମ୍ବର ଖେଳାଳି ଚାଇନିଜ୍ ତାଇପେଇର ତାଇ ଜୁ ୟିଙ୍ଗ’ଙ୍କୁ ନିକଟରୁ ହାରି ଫାଇନାଲରୁ ବଞ୍ଚିତ ହୋଇଥିଲେ। କିନ୍ତୁ ବ୍ରୋଞ୍ଜ ପଦକ ମୁକାବିଲାରେ ସିନ୍ଧୁ ଦମଦାର ଖେଳ ଦେଖାଇଛନ୍ତି।

  • Primary School
    Education ଖୋଲିବ କି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ?

    ଗତ ଜୁଲାଇ ୨୬ରୁ ରାଜ୍ୟରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ଆସନ୍ତା ୧୬ ତାରିଖରୁ ନବମ ଶ୍ରେଣୀ ମଧ୍ୟ ଖୋଲାଯିବ। ସେପଟେ ଏକାଦଶ ଶ୍ରେଣୀରେ ତ ନାମଲେଖା ହୋଇନାହିଁ।