• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କାନପୁର: ଆରମ୍ଭ ହେଲା ଭାରତ ଓ ନ୍ୟୁଜିଲାଣ୍ତ ମଧ୍ୟରେ ହେବାକୁ ଥିବା ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ । ସିରିଜର ପ୍ରଥମ ମ୍ୟାଚ୍‌ କାନପୁରରେ ଖେଳା ଯାଉଛି । ଆଜି ସକାଳ ୯ଟା ୩୦ରେ ମ୍ୟାଚ ଆରମ୍ଭ ହୋଇଛି । ଟିମ୍ ଇଣ୍ତିଆର ଅଧିନାୟକ ଅଜିଙ୍କ୍ୟ ରାହାଣେ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ଟେଷ୍ଟରେ ବିରାଟ୍ କୋହଲି, ରୋହିତ୍ ଶର୍ମା ଓ ଋଷଭ ପନ୍ତ ବିଶ୍ରାମ ନେଇଥିବା ବେଳେ ଆହତ କାରଣରୁ ଲୋକେଶ ରାହୁଲ ପୂରା ସିରିଜରୁ ବାଦ୍ ପଡ଼ିଛନ୍ତି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜକୁ ୩-୦ରେ କ୍ଲିନ୍ ସୁଇପ୍ କରିଥିବାରୁ ଟିମ୍ ଇଣ୍ତିଆ ଦୃଢ ମନୋବଳ ସହ ପଡିଆକୁ ଓହ୍ଲାଇଛି ।

କ୍ୟାପଟେନ୍ ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । କେଏଲ ରାହୁଲଙ୍କ ବଦଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ଟେଷ୍ଟ ଦଳରେ ସାମିଲ କରାଯାଇଥିଲା । ଦୁଇ ନିୟମିତ ଓପ୍ନର ରୋହିତ ଓ ରାହୁଲଙ୍କ ଅନୁପସ୍ଥିତିରେ ମୟଙ୍କ ଅଗ୍ରଓ୍ୱାଲଙ୍କ ସହ ଶୁବମନ୍ ଗିଲ୍ ଓପନ୍ କରିଛନ୍ତି । ଏହି ମ୍ୟାଚ୍ ଜରିଆରେ ଯୁବ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର୍ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଛନ୍ତି । ଜୀବନର ପ୍ରଥମ ଟେଷ୍ଟ ମ୍ୟାଚ ଖେଳୁଛନ୍ତି ଶ୍ରେୟସ୍ ଆୟାର । ଶ୍ରେୟସ୍ ହେଲେ ଭାରତର ୩୦୩ତମ ଟେଷ୍ଟ ଖେଳାଳି । ଆୟାରଙ୍କୁ ଟେଷ୍ଟ କ୍ୟାପ୍ ଦେଇଛନ୍ତି ଲିଟିଲ୍ ମାଷ୍ଟର ସୁନୀଲ ଗାଭାସ୍କର ।