• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ନୂଆ ରେକର୍ଡ ।

  • ବିଶ୍ୱରେ ସୁବଠାରୁ ଅଧିକ ଟେଷ୍ଟ ମ୍ୟାଚ୍‌ ଜିତିଥିବା ଅଧିନାୟକଙ୍କ ତାଲିକାର ଚତୁର୍ଥ ।

ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି, ଏବେ ଆଉ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି । ବିଶ୍ୱରେ ସୁବଠାରୁ ଅଧିକ ଟେଷ୍ଟ ମ୍ୟାଚ୍‌ ଜିତିଥିବା ଅଧିନାୟକଙ୍କ ତାଲିକାର ସେ ଚତୁର୍ଥ ନମ୍ବରରେ ପହଞ୍ଚିଛନ୍ତି । ଭାରତୀୟ କ୍ରିକେଟ୍‌ ଦଳ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡକୁ ୧୫୧ ରନ୍‌ରେ ପରାଜିତ କରିଛି । ଏହି ମ୍ୟାଚ୍‌ ଜିତିବା ସହ ଦଳ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି । ନଟିଂହମ୍‌ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଡ୍ର ରହିଥିଲା । ଇଂଲଣ୍ଡ ଟିମ୍‌ ୨୭୨ ରନ୍‌ର ପିଛା କରୁଥିବା ବେଳେ ୧୨୦ ରନ୍‌ ସୀମିତ ରହିଥିଲା ।

ଅଧିନାୟକ ଭାବରେ ଟେଷ୍ଟରେ ଏହା ବିରାଟ କୋହଲିଙ୍କ ୩୭ ତମ ବିଜୟ । ସେ ଏବେ ସୁଦ୍ଧା ୬୩ଟି ଟେଷ୍ଟ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ କରିଛନ୍ତି । ସେଥିରୁ ୧୫ଟି ଟେଷ୍ଟ ପରାଜୟ ମିଳିଥିବା ବେଳେ ୧୧ଟି ଟେଷ୍ଟ ଡ୍ର ହୋଇଛି । କୋହଲି ୱେଷ୍ଟଇଣ୍ଡିଜର ଭେଟରାନ୍‌ କ୍ଲାଇଭ୍‌ ଲୟଡ୍‌ଙ୍କୁ ଏହି ତାଲିକାରେ ପଛରେ ପକାଇଛନ୍ତି । ଲଏଡ୍‌ ୭୪ଟି ଟେଷ୍ଟ ମଧ୍ୟରୁ ୩୬ଟି ମ୍ୟାଚ୍‌ରେ ବିଜୟ ହାସଲ କରିଥିବା ବେଳେ ୧୨ଟିରେ ପରାଜୟ ସ୍ୱୀକାର କରିଥିଲେ । ଏହାସହ ୨୬ଟି ମ୍ୟାଚ୍ ଡ୍ର ରହିଥିଲା । କୋହଲି ମଧ୍ୟ ଭାରତର ସବୁଠାରୁ ସଫଳ ଟେଷ୍ଟ ଅଧିନାୟକ ଭାବେ ରେକର୍ଡ ଅର୍ଜନ କରିଛନ୍ତି ।

ଅନ୍ୟପଟେ ଏବେ ସୁଦ୍ଧା ଟେଷ୍ଟରେ ସବୁଠାରୁ ସଫଳ ଅଧିନାୟକ ହେଉଛନ୍ତି ଦକ୍ଷିଣ ଆଫ୍ରିକାର ଗ୍ରେମ୍‌ ସ୍ମିଥ୍ । ସେ ଏବେ ତାଲିକାର ଏକ ନମ୍ବର ସ୍ଥାନରେ ରହିଛନ୍ତି । ସେ ୧୦୯ଟି ଟେଷ୍ଟ ମ୍ୟାଚ୍‌ରେ ଅଧିନାୟକତ୍ୱ କରିଥିବା ବେଳେ ସେଥିରୁ ୫୩ଟି ଟେଷ୍ଟରେ ବିଜୟ ହାସଲ କରିଛନ୍ତି । ମୋଟ୍‌ ୨୯ଟି ମ୍ୟାଚ୍‌ ହାରିଥିବା ବେଳେ ୨୭ଟି ଟେଷ୍ଟ ଡ୍ର ରହିଥିଲା । ସେ ବିଶ୍ୱର ଏକମାତ୍ର ଅଧିନାୟକ ଯିଏକି ୫୦ ରୁ ଅଧିକ ଟେଷ୍ଟ ଜିତିଛନ୍ତି । ଅଷ୍ଟ୍ରେଲିଆର ରିକି ପଣ୍ଟିଙ୍ଗ ଦ୍ୱିତୀୟ ଏବଂ ଅଷ୍ଟ୍ରେଲିଆର ଷ୍ଟିଭ ୱାଗ ତୃତୀୟ ସ୍ଥାନରେ ଅଛନ୍ତି । ପଣ୍ଟିଂ ୭୭ଟି ଟେଷ୍ଟ ମଧ୍ୟରୁ ୪୮ଟି ମ୍ୟାଚ୍‌ ଜିତିଛନ୍ତି । ୧୬ଟି ମ୍ୟାଚ୍‌ରେ ପରାଜିତ ହୋଇଥିବା ବେଳେ ୧୩ଟି ମ୍ୟାଚ୍‌ ଡ୍ର ରହିଥିଲା । ଏଥି ସହିତ ଷ୍ଟିଭ୍ ୱଗ୍ ୫୭ଟି ଟେଷ୍ଟ ମ୍ୟାଚ୍‌ରେ ଅଧିନାୟକ ରହିଥିବା ବେଳେ ସେଥିରୁ ୪୧ଟିରେ ବିଜୟ ହୋଇଛନ୍ତି । ଅନ୍ୟପଟେ ମାତ୍ର ୯ଟି ମ୍ୟାଚ୍‌ରେ ପରାଜତ ହୋଇଥିବା ବେଳେ ୭ଟି ମ୍ୟାଚ୍ ଡ୍ର ହୋଇଥିଲା ।

ଲର୍ଡସ୍‌ ଗ୍ରାଉଣ୍ଡରେ ଭାରତୀୟ କ୍ରିକେଟ୍‌ ଦଳ ମୋଟ୍‌ ୧୯ଟି ମ୍ୟାଚ୍‌ ଖେଳିଥିବା ବେଳେ ଏହା ତାର ତୃତୀୟ ବିଜୟ । ୧୨ଟି ଟେଷ୍ଟରେ ଦଳ ପରାଜିତ ହୋଇଥିବା ବେଳେ ୪ଟି ମ୍ୟାଚ୍ ଡ୍ର ରହିଥିଲା । ପ୍ରଥମ ଥର ପାଇଁ ୧୯୮୬ରେ ଭାରତୀୟ ଦଳ କପିଲ ଦେବଙ୍କ ଅଧିନାୟକତ୍ୱରେ ଏଠାରେ ଟେଷ୍ଟ ମ୍ୟାଚ୍ ଜିତିଥିଲା । ତା’ପରେ ୨୦୧୪ରେ, ଏମଏସ ଧୋନିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଏଠାରେ ପୁଣି ବିଜୟର ସ୍ୱାଦ ଚାଖିଥିଲା । ଏବେ ବିରାଟ କୋହଲି ମଧ୍ୟ ଚିଳିତ ସିରିଜକୁ ଜିତିବା ଲକ୍ଷ୍ୟ ରଖିଛନ୍ତି । ପ୍ରଥମ ଟେଷ୍ଟରେ ମଧ୍ୟ ଦଳ ବିଜୟର ନିକଟତର ହୋଇଥିଲା । ଦଳ ଗତ ୧୪ ବର୍ଷ ଧରି ଏଠାରେ ସିରିଜ୍ ଜିତିବାରେ ସକ୍ଷମ ହୋଇ ନାହିଁ ।