• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ସୌରଭ ଗାଙ୍ଗୁଲି ଏବଂ ବିରେନ୍ଦର ସେହୱାଗଙ୍କ ଯୋଡି କ୍ରିକେଟ୍ ମଇଦାନରେ ଜବରଦସ୍ତ ପ୍ରଦର୍ଶନ କରିଥାଏ । ଭାରତୀୟ ଟିମ୍‌ ଏହି ଯୋଡ଼ିକୁ ଖୁବ୍‌ ଭରସାଯୋଗ୍ୟ ବୋଲି ବିବେଚନା କରାଯାଏ । ଭାରତୀୟ ଟିମ୍‌କୁ ଏହି ଯୋଡ଼ି ଅନେକ ମ୍ୟାଚ୍ ଜିତାଇଛି । ଉଭୟ ଗାଙ୍ଗୁଲି ଏବଂ ସେହୱାଗ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ପରିଚିତ ।

ତେବେ ଏକ ବଡ଼ ବ୍ୟବଧାନ ପରେ ପୁଣି ଥରେ ଏକାଠି ନଜର ଆସିଛନ୍ତି ସୌରଭ ଓ ସେହୱାଗ୍‌ । ଠିକ୍‌ ସେହି ପୁରୁଣା ଅନ୍ଦାଜରେ । ଗତ ଶୁକ୍ରବାର ଫ୍ୟାନ୍ସମାନେ ଏହି ଦୁଇ ଖେଳାଳିଙ୍କର ସେହି ପୁରୁଣା ଷ୍ଟାଇଲ୍‌ ଦେଖିବାକୁ ପାଇଛନ୍ତି । ସମାନ ଧରଣର ଆଟାକିଂ ମୁଡ୍‌ରେ ଉଭୟ ଗାଙ୍ଗୁଲି ଏବଂ ସେହୱାଗ୍‌ଙ୍କୁ ଦେଖିବାକୁ ମିଳିଛି ।

କିନ୍ତୁ ମଇଦାନରେ ନହେଁ ବରଂ କୌନ ବାନେଗା କରୋଡ଼ପତି ମଞ୍ଚରେ । ସେହୱାଗ ଏବଂ ଗାଙ୍ଗୁଲି ପୁରୁଣା ଦିନର ଅନେକ କଥା ଅମିତାଭ ବଚ୍ଚନଙ୍କ ସହ ସେୟାର କରିଛନ୍ତି । ତେବେ ଏହି କଥାବାର୍ତ୍ତା ବେଳେ ବିରେନ୍ଦର ସେହୱାଗ, ସୌରଭ ଗାଙ୍ଗୁଲିକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି । ସେହୱାଗ କହିଛନ୍ତି ଯେ, ମ୍ୟାଚ୍ ପରେ ଯେତେବେଳେ ଦାଦା ସାମ୍ବାଦିକ ସମ୍ମିଳନୀକୁ ଯାଉଥିଲେ, ସେତେବେଳେ ସାଥୀ ଖେଳାଳିଙ୍କୁ କିଟ୍ ବ୍ୟାଗ୍ ପ୍ୟାକ୍ କରିବାକୁ କହୁଥିଲେ । କିନ୍ତୁ ଗାଙ୍ଗୁଲି ସେହବାଗଙ୍କ ଏହି ଆରୋପକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ ସେହୱାଗ ମିଛ କହୁଛନ୍ତି ଏବଂ ଏନେଇ ଜାହିର ଖାନ, ଆଶିଷ ନେହେରା, ଯୁବରାଜ ସିଂ କିମ୍ବା ହରଭଜନ ସିଂଙ୍କୁ ପଚାରିପାରିବେ ।

ସେହୱାଗ ଏବଂ ଗାଙ୍ଗୁଲି କୌନ ବାନେଗା କରୋଡ଼ପତିରେ ଖୁବ୍‌ ମଜା ମସ୍ତି କରିଛନ୍ତି । ଏହାରି ଭିତରେ ସେହୱାଗ କହିଥିଲେ ଯେ, ନିଜ କ୍ୟାରିୟରରେ ସୌରଭ ଗାଙ୍ଗୁଲିଙ୍କଠାରୁ ଭଲ ଅଧିନାୟକ ସେ କେବେ ଦେଖି ନାହାଁନ୍ତି । ଅନେକ ଅଧିନାୟକଙ୍କ ଅଧୀନରେ ସେ ଖେଳିଥିଲେ ମଧ୍ୟ ଗାଙ୍ଗୁଲିଙ୍କ ଭଳି ଅଧିନାୟକ କେହି ନୁହଁନ୍ତି । ସେହୱାଗ ଆହୁରି କହିଛନ୍ତି ଯେ, ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ବିଦେଶ ମାଟିରେ ଜିତିବା ଶିଖିଲା । ପୂର୍ବରୁ ଟିମ୍ ଇଣ୍ଡିଆ ବିଦେଶରେ ସିରିଜ୍ ହରୁଥିଲା । କିନ୍ତୁ ଦାଦାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆରେ ସିରିଜ୍ ଡ୍ର କରିଥିଲା ।

 

ଖାଲି ସେତିକି ନୁହେଁ, ସୌରାଭ ଗାଙ୍ଗୁଲିଙ୍କୁ WHO ସହିତ ତୁଳନା ମଧ୍ୟ କରିଛନ୍ତି ସେହୱାଗ । ସେ କହିଛନ୍ତି, 'ସୌରଭ ଗାଙ୍ଗୁଲି ଆମ ଦଳର WHO ଥିଲେ । ସେ ଯାହା କହୁଥିଲେ, ତାହା ହେଉଥିଲା । କିନ୍ତୁ ଏହି ସମୟରେ ହଠାତ୍‌ ଗାଙ୍ଗୁଲି କହିଥିଲେ ସେହୱାଗ କେବେ ବି ତାଙ୍କ କଥା ମାନନ୍ତି ନାହିଁ । ଗାଙ୍ଗୁଲିଙ୍କ କହିତବାନୁଯାୟୀ, ନେଟୱେଷ୍ଟ ଟ୍ରଫି ଫାଇନାଲରେ ଗାଙ୍ଗୁଲି ଯେତେ ମନା କରିବା ପରେ ମଧ୍ୟ ସେହୱାଗ୍‌ ବୋଲରମାନଙ୍କୁ ଚୌକା ପରେ ଚୌକା ମାରିବାରେ ଲାଗିଥିଲେ । ସେହୱାଗ୍‌ କେବଳ ଗୋଟିଏ ବଲ ଛାଡ଼ଥିଲେ, ବୋଧହୁଏ ତାଙ୍କର ଗାଙ୍ଗୁଲିଙ୍କ ପ୍ରତି ଦୟା ଆସିଥିଲା ।